Advertisment

Lives Under Threat: ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଭୟ ... ନିଜ ଘରେ ବି ଆଉ ସୁରକ୍ଷିତ ନାହାନ୍ତି

ହିଂସାକାରୀମାନେ ହିନ୍ଦୁ ସମୁଦାୟକୁ ଧମକ ଦେଇ ଘଟଣାସ୍ଥଳରେ ଏକ ବ୍ୟାନର ଲଗାଇଛନ୍ତି । ହିନ୍ଦୁମାନେ ଇସଲାମ ବିରୋଧୀ କାର୍ଯ୍ୟରେ ସଂପୃକ୍ତ । ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ ନକଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।

Bangladesh-Hindu-Home-Torched

Bangladesh-Hindu-Home-Torched Photograph: (OTV)

Advertisment

ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ତୀବ୍ର ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ବର୍ବର, ନାରକୀୟ କାଣ୍ଡ । କିଏ ଘୋଷାଡି ନେଇ ଜାଳିଦେଉଛି ତ ଆଉ କେଉଁଠି ପିଟିପିଟି ଦରମରା କରୁଛି । ନିଜ ଘରେ ମଧ୍ୟ ଶାନ୍ତିରେ ରହି ପାରୁନାହାନ୍ତି ହିନ୍ଦୁ ସମୁଦାୟ । ସେଠି ଏବେ ଗୋଟିଏ ହିନ୍ଦୁ ପରିବାରକୁ ପୋଡି ମାରିଦେବାକୁ ଚେଷ୍ଟା ହୋଇଛି । ରାତିଅଧରେ ଶୋଇଥିବା ବେଳେ ଘରେ ନିଆଁ ଲଗାଇ ଦେଇଛନ୍ତି ଚରମପନ୍ଥୀ । ଏ ହେଉଛି ସେହି ସମୟର ଦୃଶ୍ୟ । ଚଟ୍ଟଗ୍ରାମରେ ଘଟିଛି ଏହି ଘଟଣା । ଜୟନ୍ତୀ ସଂଘ ଓ ବାବୁ ଶୁକୁଶିଲ ନାମକ ବ୍ୟକ୍ତିଙ୍କ ଘରକୁ ଜାଳି ଦେଇଛନ୍ତି ।  

Advertisment

ଘରେ ନିଆଁ ଲଗାଇବା ପୂର୍ବରୁ ବାହାରପଟୁ କବାଟ ବନ୍ଦ କରିଦେଇଥିଲେ ହିଂସାକାରୀ । ସେତେବେଳେ ପରିବାରର ୮ ଜଣ ଘର ଭିତରେ ଶୋଇଥିଲେ । ନିଆଁ ଲାଗିଥିବାର ଜାଣିବା ପରେ ସେମାନେ ବାହାରିବାକୁ ଚେଷ୍ଟା କରିଥିଲେ । ହେଲେ କବାଟ ବାହାରୁ ବନ୍ଦ ଥିଲା । ପରିବାର ଲୋକେ ବହୁକଷ୍ଟରେ ଘରର ବାଉଁଶ ଓ ଟିଣକୁ କାଟି ଖସି ପଳାଇଥିଲେ ଓ ଜୀବନ ବଞ୍ଚାଇଥିଲେ । ହେଲେ ଘରେ ଥିବା ସବୁ ଗୃହପାଳିତ ପଶୁ ନିଆଁରେ ପୋଡି ମରିଯାଇଛନ୍ତି । 

ହିଂସାକାରୀମାନେ ହିନ୍ଦୁ ସମୁଦାୟକୁ ଧମକ ଦେଇ ଘଟଣାସ୍ଥଳରେ ଏକ ବ୍ୟାନର ଲଗାଇଛନ୍ତି । ହିନ୍ଦୁମାନେ ଇସଲାମ ବିରୋଧୀ କାର୍ଯ୍ୟରେ ସଂପୃକ୍ତ । ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ ନକଲେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ସବୁ ହିନ୍ଦୁଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ବ୍ୟାନରରେ ଲେଖାଯାଇଛି ।

Advertisment

ଭାରତର କଟ୍ଟର ବିରୋଧୀ ଛାତ୍ର ନେତା ଓସମାନ ହାଦିକୁ ହତ୍ୟା ପରେ ବାଂଲାଦେଶରେ ଗୋଟିଏ କୋଣରୁ ଅନ୍ୟ କୋଣକୁ ବ୍ୟାପୁଛି ହିଂସା । ବିପଦରେ ପଡିଛି ସଂଖ୍ୟାଲଘୁ ହିନ୍ଦୁଙ୍କ ଜୀବନ । ବାଂଲାଦେଶରେ ଭୟଙ୍କର ହିନ୍ଦୁ ବିରୋଧୀ ହିଂସାକୁ ନେଇ ବର୍ତ୍ତମାନ ଭାରତର ବିଭିନ୍ନ ସ୍ଥାନରେ ତେଜିଛି ପ୍ରତିବାଦର ସ୍ୱର । ସବୁଠି ‘ସେଭ୍ ହିନ୍ଦୁ ନାରା’ । ଦିଲ୍ଲୀରେ ବାଂଲାଦେଶ ହାଇକମିଶନଙ୍କ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ