Advertisment

From Power to Prison: ସଂଘର୍ଷ କରି ହୋଇଥିଲେ ରାଷ୍ଟ୍ରପତି, ଆମେରିକା ଦ୍ୱାରା ହୋଇଗଲେ ବନ୍ଦୀ

ମାଦୁରୋଙ୍କ କାର୍ଯ୍ୟକାଳ ବିଷୟରେ କହିବାକୁ ଗଲେ, ସେ ଆର୍ଥିକ ଅସ୍ଥିରତା, ପ୍ରତିବାଦ ଏବଂ ଅନ୍ତର୍ଜାତୀୟ କଟକଣା ଦ୍ୱାରା ଘେରି ହୋଇ ରହିଥିଲେ । ହେଲେ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

President

President Photograph: (OTV)

Advertisment

ମାଦୁରୋଙ୍କ କାର୍ଯ୍ୟକାଳ ବିଷୟରେ କହିବାକୁ ଗଲେ, ସେ ଆର୍ଥିକ ଅସ୍ଥିରତା, ପ୍ରତିବାଦ ଏବଂ ଅନ୍ତର୍ଜାତୀୟ କଟକଣା ଦ୍ୱାରା ଘେରି ହୋଇ ରହିଥିଲେ । ହେଲେ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Advertisment

ଆମେରିକା ଭେନେଜୁଏଲା ଉତ୍ତେଜନା ଶନିବାର ସକାଳେ ସାରା ବିଶ୍ୱ ପାଇଁ ଆଶ୍ଚର୍ଯ୍ୟଜନକ ଖବର ଆଣିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଦାବି କରିଛନ୍ତି ଯେ ଆମେରିକା ଭେନେଜୁଏଲାରେ ଏକ ବଡ଼ ଧରଣର ସାମରିକ ଅଭିଯାନ ଚଳାଇଛି ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ବନ୍ଦୀ କରିଛି। 

ଟ୍ରମ୍ପଙ୍କ ବଡ଼ ଘୋଷଣା

ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଯୁକ୍ତରାଷ୍ଟ୍ର ଆମେରିକା ଭେନେଜୁଏଲା ଏବଂ ଏହାର ନେତା ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ ଏକ ବଡ଼ ଧରଣର ଆକ୍ରମଣ ସଫଳତାର ସହ ଆରମ୍ଭ କରିଛି। ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରି ଦେଶ ବାହାରକୁ ନିଆଯାଇଛି।"

Advertisment

ନିକୋଲାସ୍ ମାଦୁରୋ କିଏ?

୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିବା ମାଦୁରୋ ଜଣେ ବସ୍ ଡ୍ରାଇଭର ଏବଂ ମେଟ୍ରୋ ୟୁନିଅନ୍ ନେତା ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ପୂର୍ବତନ ରାଷ୍ଟ୍ରପତି ହୁଗୋ ଚାଭେଜଙ୍କ ବିଶ୍ୱସ୍ତ ସହଯୋଗୀ ଥିଲେ। ସେ ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ALBA ଏବଂ CELAC ଭଳି ଆଞ୍ଚଳିକ ବ୍ଲକ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 

ତାଙ୍କୁ ୨୦୧୨ ମସିହାରେ ଉପରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା ଏବଂ ୨୦୧୩ ମସିହାରେ ଚାଭେଜଙ୍କ ମୃତ୍ୟୁ ପରେ ସେ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ହୋଇଥିଲେ।
ବିସ୍ଫୋରଣରେ ଥରି ଉଠିଲା କାରାକାସ୍ । 

Advertisment

ଭେନେଜୁଏଲାର ରାଜଧାନୀ କାରାକାସରେ ଭୋରରୁ ଅତି କମରେ ସାତୋଟି ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଉଡ଼ୁଥିବା ଲଢ଼ୁଆ ବିମାନର ଶବ୍ଦ ବାୟୁମଣ୍ଡଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଅପରେସନ୍ ଆମେରିକୀୟ ସେନାର ସବୁଠାରୁ ଘାତକ ୟୁନିଟ୍ ଡେଲଟା ଫୋର୍ସ ଦ୍ୱାରା କରାଯାଉଥିବା ଜଣାପଡ଼ିଛି। 

USA Venezuela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ