Advertisment

Hamas Releases Israeli Hostages: ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ, ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ଼ ପଦକ୍ଷେପ

ଗାଜାରୁ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ। ଶାନ୍ତି ଚୁକ୍ତି ପୂର୍ବରୁ ହମାସ ନେଇଛି ବଡ଼ ପଦକ୍ଷେପ। ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ପ୍ରଥମ ଫେଜରେ ୭ ଜଣ ପଣବନ୍ଦୀଙ୍କୁ ରେଡ୍କ୍ରସକୁ ହସ୍ତାନ୍ତର କରିଛି ହମାସ।

HAMAS WAR

HAMAS WAR Photograph: (OTV)

Advertisment

ଗାଜାରୁ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ। ଶାନ୍ତି ଚୁକ୍ତି ପୂର୍ବରୁ ହମାସ ନେଇଛି ବଡ଼ ପଦକ୍ଷେପ। ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ପ୍ରଥମ ଫେଜରେ ୭ ଜଣ ପଣବନ୍ଦୀଙ୍କୁ ରେଡ୍କ୍ରସକୁ ହସ୍ତାନ୍ତର କରିଛି ହମାସ। ଫଳରେ ଇସ୍ରାଏଲରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

Advertisment

ଇସ୍ରାଏଲ ସରକାରଙ୍କ ମୁଖପାତ୍ର ଶୋସ ବଡ୍ରୋସିୟନଙ୍କ ସୂଚନା ମୁତାବକ, ସୋମବାର ତିନିଟି ଫେଜରେ ପ୍ରାୟ ୨୦ ଜଣ ପଣବନ୍ଦୀଙ୍କୁ ଆଜି ହମାସ ମୁକ୍ତ କରିବ। କେବଳ ସେତିକି ନୁହେଁ ୨୮ ପଣବନ୍ଦୀଙ୍କ ମୃତଦେହକୁ ମଧ୍ୟ ଫେରାଇବ ହମାସ। ଏହା ସହିତ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁକ୍ତ କରାଯିବ ବୋଲି କୁହାଯାଇଥିବା ୧୯୦୦ ରୁ ଅଧିକ ପାଲେଷ୍ଟାଇନୀ ବନ୍ଦୀଙ୍କ ତାଲିକା ମଧ୍ୟ ପ୍ରକାଶ କରିଛି। 

ସେପଟେ ଗାଜା ପଟ୍ଟିରେ ଦୁଇ ବର୍ଷ ଧରି ଚାଲିଥିବା ଘମାଘୋଟ ଯୁଦ୍ଧ ଶେଷ ହୋଇଛି ବୋଲି ଘୋଷଣା କରିଛନ୍ତି ଇସ୍ରାଏଲ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଜି ଶାନ୍ତି ପ୍ରସ୍ତାବରେ ସ୍ବାକ୍ଷର କରିବେ ଇସ୍ରାଏଲ ଏବଂ ହମାସ। ଇଜିପ୍ଟର ଶାର୍ମ ଏଲ୍-ଶେଖରେ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ଡୋନାଲ୍ଡ ଟ୍ରମ୍ପ। ଏଥିସହ ମିଶରର ରାଷ୍ଟ୍ରପତି ଅବଦେଲ ଫତାହ ଓ ୨୦ରୁ ଅଧିକ ବିଶ୍ବ ନେତା ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ। ଭାରତର ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଉପସ୍ଥିତ ରହିବେ।

Advertisment

ହମାସ ୨୦୨୩ ଅକ୍ଟୋବର ୭ରେ ୨୫୦ଜଣ ଇସ୍ରାଏଲୀ ନାଗରିକଙ୍କୁ ବନ୍ଧକ କରି ନେଇଥିଲା। ଯାହାଙ୍କ ମଧ୍ୟରୁ ୫୦ ଜଣ ଏବେ ବି ବନ୍ଦୀ ଅବସ୍ଥାରେ ଅଛନ୍ତି। ଇସ୍ରାଏଲର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୬୬ହଜାର ପାଲେଷ୍ଟାଇନୀ ପ୍ରାଣ ହରାଇଛନ୍ତି। ...

ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ଗାଜାରୁ ଇସ୍ରାଏଲୀ ପଣବନ୍ଦୀ ମୁକ୍ତ କଲା ହମାସ
ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ଼ ପଦକ୍ଷେପ
ଇସ୍ରାଏଲ-ଗାଜା ସୀମାରେ ପ୍ରଥମ ବ୍ୟାଚ୍ ପଣବନ୍ଦୀଙ୍କୁ ମୁକ୍ତ କଲା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ