Advertisment

Historic Moment: ଇସ୍ରାଏଲ ସଂସଦରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ବାଗତ, କନେସେଟରେ ଠିଆ ହୋଇ ସମ୍ମାନ ଜଣାଇଲେ ସମସ୍ତ ସାଂସଦ

ମୋଦି ମୋଦି ନାରାରେ କମ୍ପିଥିଲା ସଂସଦ ପରିସର। ମୋଦିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଖୁବ ଭାବୁକ ହୋଇଛନ୍ତି। ସେ ପିଏମ୍ ମୋଦିଙ୍କୁ ନିଜ ପରିବାରର ଜଣେ ସଦସ୍ୟ ଭାବେ ବର୍ଣ୍ଣନା କରିଛନ୍ତି।

PM Modi

PM Modi Photograph: (OTV)

Advertisment

ଇସ୍ରାଏଲ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ। କନେସେଟରେ ପହଞ୍ଚିବା ପରେ ତାଙ୍କୁ ଠିଆ ହୋଇ ସମସ୍ତ ସାଂସଦ କରତାଳି ସହ ସ୍ବାଗତ ଓ ସମ୍ମାନ ଜଣାଇଥିଲେ। ମୋଦି ମୋଦି ନାରାରେ କମ୍ପିଥିଲା ସଂସଦ ପରିସର। ମୋଦିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଖୁବ ଭାବୁକ ହୋଇଛନ୍ତି। ସେ ପିଏମ୍ ମୋଦିଙ୍କୁ ନିଜ ପରିବାରର ଜଣେ ସଦସ୍ୟ ଭାବେ ବର୍ଣ୍ଣନା କରିଛନ୍ତି।

Advertisment

ନେତାନ୍ୟାହୁ କହିଛନ୍ତି, ନରେନ୍ଦ୍ର ମୋଦି ଜଣେ ବନ୍ଧୁଙ୍କଠାରୁ ଅଧିକ। ସେ ମୋର ଭାଇ। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ଏହି ସମ୍ପର୍କ କେବଳ ଦୁଇଟି ଦେଶର ଚୁକ୍ତି ନୁହେଁ। ବରଂ ଏହା ଦୁଇଟି ଆତ୍ମାର ମିଳନ। ନେତାନ୍ୟାହୁଙ୍କ ଏହି କଥା ଶୁଣି ପୁରା ସଂସଦ ଗୃହ କରତାଳିରେ ଫାଟି ପଡ଼ିଥିଲା।

କାନ୍ଧରେ କାନ୍ଧ ମିଳାଇ ଚାଲିବ

ସମସ୍ତ ସାଂସଦ ଠିଆ ହୋଇ ପିଏମ୍ ମୋଦିଙ୍କୁ ସମ୍ମାନ ଜଣାଇଥିଲେ। ନେତାନ୍ୟାହୁ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି। ଇସ୍ରାଏଲ୍ ସବୁବେଳେ ଭାରତ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବ। ... 

Advertisment

ମୋଦିଙ୍କ ଦୁଇ ଦିନିଆ ଗସ୍ତ ପରେ ଭାରତ-ଇସ୍ରାଏଲ୍ ମଧ୍ୟରେ ବନ୍ଧୁତ୍ୱର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ରାଜଧାନୀ ତେଲ୍ ଆଭିଭରେ ପହଞ୍ଚିବା ପରେ ବେନ୍ ଗୁରିଅନ୍ ଏୟାରପୋର୍ଟରେ ପିଏମ୍ ମୋଦିଙ୍କୁ ରେଡ୍ କାର୍ପେଟରେ ଭବ୍ୟ ସ୍ବାଗତ କରିଥିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ। ସମସ୍ତ ପ୍ରୋଟୋକଲ୍ ଭାଙ୍ଗି ପତ୍ନୀ ସାରା ନେତାନ୍ୟାହୁଙ୍କ ସହ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ।

ବିମାନରୁ ଓହ୍ଲାଇବା ପରେ ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ, ଯାହା ଦୁଇ ଦେଶର ନିବିଡ଼ ସମ୍ପର୍କକୁ ଦର୍ଶାଇଥିଲା। ଏତିକିବେଳେ ଏକ ହାଲୁକା ମୁହୂର୍ତ୍ତ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି ପିନ୍ଧିଥିବା ସାଫ୍ରନ୍ ରଙ୍ଗର ପକେଟ୍ ସ୍କୋୟାର୍ ସହ ସାରା ନେତାନ୍ୟାହୁଙ୍କ ପୋଷାକର ରଙ୍ଗ ମେଳ ଖାଉଥିବାରୁ ପିଏମ୍ ନେତନ୍ୟାହୁ ମଜାଳିଆ ଢଙ୍ଗରେ ଏହାର ଚର୍ଚ୍ଚା କରିଥିଲେ।

Advertisment

ଏହି ଗସ୍ତ କାଳରେ ଇସ୍ରାଏଲ ରାଷ୍ଟ୍ରପତି ଇସାକ ହରଜୋଗ ମଧ୍ୟ ଭେଟିବେ ପିଏମ ମୋଦି। ଏହା ତାଙ୍କର ଦ୍ବିତୀୟ ଇସ୍ରାଏଲ୍ ଗସ୍ତ। ୯ ବର୍ଷ ପୂର୍ବେ ୨୦୧୭ରେ ସେ ଗସ୍ତ କରିଥିଲେ ଇସ୍ରାଏଲ। ଆସନ୍ତାକାଲି ଜେରୁସାଲେମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ... 

India Israel PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ