Elon-Mask Photograph: (OTV)
ନିଜ ପରିବାରର ବଡ଼ ଗୁମର ଖୋଲିଛନ୍ତି ଟେସଲା ତଥା Spece Xର ମାଲିକ ଏଲୋନ ମସ୍କ୍। ଭାରତ ସହ ତାଙ୍କର ନିବିଡ଼ ସମ୍ପର୍କ ଥିବା କଥା ପ୍ରକାଶ କରିଛନ୍ତି। ନିଖିଲ କାମତଙ୍କ ପୋଡକାଷ୍ଟରେ ସେ ଏହି ରହସ୍ୟ ଉପରୁ ହଟାଇଛନ୍ତି ପରଦା। ଏହି ପଡ଼କାଷ୍ଟରେ ମସ୍କ ନିଜ ବ୍ୟକ୍ତିଗତ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।
ମସ୍କ କହିଥିଲେ ଯେ ତାଙ୍କ ସାଥୀ ଶିବନ୍ ଜିଲିସ୍ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ସେମାନଙ୍କ ପୁଅର ମଝି ନାମ 'ଶେଖର'। ଯାହା ଏକ ଭାରତୀୟ ଶବ୍ଦ। ମସ୍କ ତାଙ୍କ ପୁଅର ନାମ 'ଶେଖର' ରଖିବାର କାରଣ ମଧ୍ୟ କହିଛନ୍ତି। ନୋବେଲ୍ ପୁରସ୍କାର ବିଜେତା ଭାରତୀୟ-ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ସୁବ୍ରହ୍ମଣ୍ୟମ୍ ଚନ୍ଦ୍ରଶେଖରଙ୍କ ସମ୍ମାନାର୍ଥେ, ତାଙ୍କ ପୁଅକୁ ଶେଖର ନାମ ଦେଇଛନ୍ତି। ଚନ୍ଦ୍ରଶେଖରଙ୍କୁ ତାରାମାନଙ୍କର ଗଠନ ଏବଂ ବିବର୍ତ୍ତନ ସହିତ ଜଡିତ ଭୌତିକ ପ୍ରକ୍ରିୟା ଉପରେ ଅଧ୍ୟୟନ ପାଇଁ 1983 ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଥିଲା।
ତେବେ ପୋଡକାଷ୍ଟରେ ଯେତେବେଳେ ମସ୍କଙ୍କୁ ପଚରାଗଲା ଯେ ଶିବନ୍ କେବେ ଭାରତରେ ରହିଥିଲେ କି, ସେ ବୁଝାଇଥିଲେ ଯେ ଭାରତ ସହିତ ତାଙ୍କର ସମ୍ପର୍କ ପୂର୍ବପୁରୁଷଙ୍କ ଦ୍ୱାରା ନୁହେଁ। ଶିବନଙ୍କ ପିତା ଜଣେ କାନାଡିଆନ୍ ବା କାନାଡା ନିବାସୀ ଥିଲେ। ଆଉ ତାଙ୍କ ମାଆ ଭାରତର ପଞ୍ଜାବରୁ ଥିଲେ। ଶିବନଙ୍କୁ ତାଙ୍କ ଅଭିଭାବଙ୍କ ଦ୍ୱାରା ପୋଷ୍ୟା ଭାବେ ଗ୍ରହଣ କରାଯାଇଥିଲା। ସେ ପିଲାଟିଦିନୁ କାନାଡାରେ ବଢ଼ିଥିଲେ। ଏବଂ ପରେ ୟେଲ୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଏବଂ ଦର୍ଶନ ଅଧ୍ୟୟନ କରିଥିଲେ। ଆଉ ଆଜି ସେ ମସ୍କଙ୍କ ବ୍ରେନ୍-ଟେକ୍ କମ୍ପାନୀ ନ୍ୟୁରାଲିଙ୍କରେ ଅପରେସନ୍ସ ଏବଂ ସ୍ପେଶାଲ୍ ପ୍ରୋଜେକ୍ଟର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି।
ମସ୍କ ଏବଂ ଶିଭନଙ୍କର ଚାରୋଟି ସନ୍ତାନ ଅଛନ୍ତି। ତେବେ ଏହି ପୋଡକାଷ୍ଟରେ ମସ୍କ ଆମେରିକାରେ ଭାରତୀୟ ବୃତ୍ତିଗତଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଥିଲେ, "ମୁଁ ବିଶ୍ୱାସ କରେ ଯେ ଆମେରିକା ପ୍ରତିଭାବାନ ଭାରତୀୟମାନଙ୍କଠାରୁ ବହୁତ ଲାଭ ପାଇଛି। ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ ଏଲୋନ ମସ୍କ୍। ଯେଉଁଠି ଶିବନ୍ ଓ ଏଲୋନଙ୍କ ସହ ତାଙ୍କ ପିଲାମାନଙ୍କ ସହ ମୋଦି ବିତାଇଥିବା କିଛି କ୍ଷଣର ଫଟୋ ଖୁବ ଭାଇରାଲ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/01/elon-mask-2025-12-01-20-15-39.jpg)