Advertisment

Dubai War Panic: ଭୟରେ ଥରୁଛି ଦୁବାଇ, ଲାମ୍ବୋରର୍ଗିନି ଶବ୍ଦ ବଢ଼ାଉଛି ଲୋକଙ୍କ ମନରେ କମ୍ପନ

ରାସ୍ତାରେ ଲାମ୍ବୋରର୍ଗିନି କାର୍ ଗଡ଼ିଲେ ଯୁଦ୍ଧ ଭଳି ଶବ୍ଦ ଶୁଭୁଛି । ଆମେରିକାର ଯେଉଁଠାରେ ବଡ଼ ବଡ଼ ବିଲ୍ଠିଂ ରହିଛି ସେଠାରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରୁଛି । ଆଉ ଦୁବାଇରେ ବି ଠିକ୍ ସେଇମିତି ପରିସ୍ଥିତି ହେଲାଣି ।

Lamborghini Car

Lamborghini Car Photograph: (OTV)

Advertisment

ଦୁବାଇରେ ଯୁଦ୍ଧ ଭୟ ବଢ଼ାଉଛି ମହଙ୍ଗା କାର୍ । ଲାମ୍ବୋରର୍ଗିନି ଶବ୍ଦରେ ଭୟଭୀତ ଦୁବାଇ । ମିସାଇଲ୍ ପରି ଶୁଭୁଛି ଲାମ୍ବୋରର୍ଗିନି ଶବ୍ଦ । ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ, ଇରାନ ମଧ୍ୟପ୍ରାଚ୍ୟର ଅନେକ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼ କରୁଛି ।

Advertisment

ମିସାଇଲ ମାଡ଼ରେ ଖିନଭିନ୍ ବି ହେଲାଣି ଦୁବାଇ ସହର । ଅନେକ ଗୁରୁତ୍ୱପୂର୍ଣ୍ଣ କୋଠା ଏବଂ ଲ୍ୟାଣ୍ଡମାର୍କକୁ ଟାର୍ଗେଟ କରାଯାଇଛି । ସାଧାରଣ ଲୋକଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଉଛି । କ୍ଷେପଣାସ୍ତ୍ର ଏବଂ ସାଇରନର ଶବ୍ଦ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି । ଏପରି ପରିସ୍ଥିତିରେ, ଲାମ୍ବୋରର୍ଗିନି ପରି କାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଲାଣି  ।

ରାସ୍ତାରେ ଲାମ୍ବୋରର୍ଗିନି କାର୍ ଗଡ଼ିଲେ ଯୁଦ୍ଧ ଭଳି ଶବ୍ଦ ଶୁଭୁଛି । ଆମେରିକାର ଯେଉଁଠାରେ ବଡ଼ ବଡ଼ ବିଲ୍ଠିଂ ରହିଛି ସେଠାରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରୁଛି । ଆଉ ଦୁବାଇରେ ବି ଠିକ୍ ସେଇମିତି ପରିସ୍ଥିତି ହେଲାଣି ।

Advertisment

ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଯାଇଛି ଯେ, କେବେ ଏବଂ କେଉଁଠି କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ପଡ଼ିବ କେହି ଜାଣି ନାହାଁନ୍ତି । ହେଲେ ଏପରି ଭୟର ସମୟରେ ଦୁବାଇର ରାସ୍ତାରେ ଚାଲୁଥିବା ଲାମ୍ବୋରର୍ଗିନି ଏବଂ ବୁଗାଟି କାରକୁ ନେଇ ଲୋକେ ଚିନ୍ତାରେ ପଡ଼ିଲେଣି ।  କାରଣ ଏହି କାର୍ ସବୁ କ୍ଷେପଣାସ୍ତ୍ର ଆକ୍ରମଣ ପରି ଶବ୍ଦ କରୁଛନ୍ତି । ଏହି ବିଳାସପୂର୍ଣ୍ଣ କାରଗୁଡ଼ିକ ଏବେ ଲୋକଙ୍କ ଆଖିରୁ ନିଦ ଛଡ଼ାଇନେଇଛି ।

ଦୁବାଇର ଅନେକ ଲୋକ ଏନେଇ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯେଉଁଥିରେ ଲାମ୍ବୋରର୍ଗିନିର ଶବ୍ଦ ଶୁଣାଯାଉଛି । ମିସାଇଲ୍ ଆକ୍ରମଣ ପରି ଶୁଭୁଛି । ଏହି ରିଲ୍ ସେୟାର କରି ୟୁଜରମାନେ ଲେଖିଛନ୍ତି, ମିସାଇଲ୍ ପରେ ଏ ଶବ୍ଦ । କାର ଗୁଡ଼ିକର ଏ ଶବ୍ଦରେ ଲୋକଙ୍କୁ ହାର୍ଟଆଟାକ୍ ହୋଇଯିବ ।

Advertisment

ଦୁବାଇକୁ ସାରା ବିଶ୍ବର ଧନୀ ସହର ବୋଲି କୁହାଯାଏ । ଏହାରେ ଧନୀ ଲୋକଙ୍କ ମାନେ ରୁହନ୍ତି । ଦୁବାଇର ରାସ୍ତାରେ ଲାମ୍ବୋରର୍ଗିନି ଏବଂ ବୁଗାଟ୍ଟି ଭଳି କାର ଦ୍ରୁତ ଗତିରେ ଚାଲିବା ସାଧାରଣ କଥା । ହେଲେ ବର୍ତ୍ତମାନ, ଯେକୌଣସି ସମୟରେ ଦୁବାଇର ଆକାଶରେ ମିସାଇଲ୍ ଏବଂ ଡ୍ରୋନ୍ ଉଡୁଛି ।  

ଲୋକମାନେ ସୋସିଆଲ ମିଡିଆରେ ରିଲ୍ ଏବଂ ଭିଡିଓ କରି ପୋଷ୍ଟ  କରୁଛନ୍ତି । ଏହି ଲଗଜରୀ କାର ଗୁଡ଼ିକର  ମାଲିକମାନଙ୍କୁ ସେମାନଙ୍କ କାରଗୁଡ଼ିକୁ ଘର ଭିତରେ ରଖିବାକୁ ଅନୁରୋଧ କରୁଛନ୍ତି । କାରଣ ଏହି କାର୍ ସବୁ ଯୁଦ୍ଧର ଭୟକୁ ଆହୁରି ବଢ଼ାଇ ଦେଉଛି ।

India-Iran Relationship Iran Airstrike Iran Against America iran america war Car Dubai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ