Advertisment

Donald Trump: ଟ୍ରମ୍ପଙ୍କ ଚେତାବନୀ; ହେବ ବଡ ରକ୍ତପାତ!

ଜଲ୍‌ଦୀ ବନ୍ଦ କର ଯୁଦ୍ଧ। ନଚେତ ହେବ ବଡ ରକ୍ତପାତ। ଯାହାକୁ କେହି ଦେଖିବାକୁ ଚାହାନ୍ତି ନାହିଁ। ଇସ୍ରାଏଲ ଏବଂ ହମାସକୁ ଏପରି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

Donald-Trump-Warns

Donald-Trump-Warns Photograph: (OTV)

Advertisment

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଏବେ ଶେଷ ହେବା ପରି ଲାଗୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ ଇସାରା ଦେଇଛନ୍ତି। ସେ କହିଛନ୍ତି, ଗାଜା ଯୁଦ୍ଧ ସମାପ୍ତ କରିବା ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ହମାସ ଏବଂ ଅନେକ ଦେଶ ସହିତ ସକାରାତ୍ମକ ଆଲୋଚନା ଚାଲିଛି।
ଏଥିରେ ଡେରି ହେଲେ ସାଂଘାତିକ ରକ୍ତପାତ ହେବ ବୋଲି ଟ୍ରମ୍ପ କଠୋର ଚେତାବନୀ ଦେଇଛନ୍ତି। ସମସ୍ତ ପକ୍ଷଙ୍କୁ ଶୀଘ୍ର କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି ଆଉ ବନ୍ଧକ ମୁକ୍ତର ପ୍ରଥମ ପର୍ଯ୍ୟାୟ ଏହି ସପ୍ତାହରେ ଶେଷ ହେବା ବୋଲି ଆଶା କରାଯାଉଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ଟ୍ରମ୍ପ ଲେଖିଛନ୍ତି - "ଗାଜାରେ ଯୁଦ୍ଧ ସମାପ୍ତ କରିବା ଏବଂ ମଧ୍ୟପ୍ରାଚ୍ୟରେ ଦୀର୍ଘଦିନର ଅପେକ୍ଷା ଥିବା ଶାନ୍ତିକୁ ଆଣିବା ପାଇଁ ହମାସ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶ ସହିତ ବହୁତ ସକାରାତ୍ମକ ଆଲୋଚନା ହୋଇଛି।"
ସେ ଆହୁରି ମଧ୍ୟ ଲେଖିଛନ୍ତି, "ମୋତେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ଏହି ସପ୍ତାହରେ ଶେଷ ହେବା ଉଚିତ। ମୁଁ ସମସ୍ତଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରୁଛି, ନଚେତ୍ ବଡ଼ ରକ୍ତପାତ ହୋଇପାରେ - ଯାହାକୁ କେହି ବି ଦେଖିବାକୁ ଚାହାଁନ୍ତି ନାହିଁ।" ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁସାରେ ରବିବାର ହମାସ ଇସ୍ରାଏଲ ସହିତ ଖୁବ୍ ଶୀଘ୍ର ବନ୍ଦୀ ଅଦଳ-ବଦଳ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛି। ଉଭୟ ପକ୍ଷର ପ୍ରତିନିଧିମାନେ ଇଜିପ୍ଟର ଶାର୍ମ ଏଲ୍-ଶେଖରେ ପହଞ୍ଚିଛନ୍ତି ଆଉ ସେଠାରେ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରମୁଖ ଆଲୋଚନା ଚାଲିଛି।

Advertisment

ଅଧିକ ଦେଖନ୍ତୁ:

Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ