Iran Protest Photograph: (OTV)
ଜଳୁଛି ଇରାନ୍। ଖାମନେଇଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ବିକ୍ଷୋଭକାରୀ। ଚାଲିଛି ସରକାର ବିରୋଧୀ ଆନ୍ଦୋଳନ। ଦିନ ଯେତିକି ଗଡ଼ୁଛି ଆନ୍ଦୋଳନ ବି ସେତିକି ତୀବ୍ର ହେବାରେ ଲାଗିଛି। ଇରାନର ଖାମନେଇ ସରକାର ଆନ୍ଦୋଳନକାରୀଙ୍କୁ ଦମନ କରିବା ପାଇଁ ସବୁ ପ୍ରକାର ବଳ ପ୍ରୟୋଗ କରୁଛନ୍ତି।
ଗୁଳି ମାଡ଼ ଠାରୁ ଆରମ୍ଭ କରି ଲାଠି ଚାର୍ଜ ସବୁ ଫଣ୍ଡା ଆପଣାଇ ସାରିଲେଣି। ଆଉ ଏଥିରେ ୫୦୦ ଆନ୍ଦୋଳନକାରୀଙ୍କ ଜୀବନ ବି ଯାଇ ସାରିଲାଣି। ଅନେକଙ୍କୁ ଗିରଫ ବି କରିଛି ଇରାନ ପୋଲିସ। ଆଉ ଏସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ବିକ୍ଷୋଭକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିଷ୍ପତ୍ତି ନେଇଛନ୍ତି ଖାମନେଇ ସରକାର। ବିକ୍ଷୋଭ ବେଳେ ଗିରଫ ହୋଇଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଶୁଣାଇଛନ୍ତି ଫାଶୀଦଣ୍ଡ। ତେବେ ଆନ୍ଦୋଳନ ବେଳେ ଗିରଫ ହୋଇ ଫାଶୀ ଦଣ୍ଡ ପାଇବା ବିଶ୍ୱ ଇତିହାସରେ ପ୍ରଥମ ଘଟଣା।
ଫାଶୀ ଖୁଣ୍ଟିରେ ଝୁଲିବାକୁ ଯାଉଥିବା ଯୁବକ ଜଣକ ହେଲେ ୨୬ ବର୍ଷୀୟ ଇରଫାନ ସୁଲତାନୀ। ଦେଶରେ ଅରାଜତକା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ଗତ ସପ୍ତାହରେ ତେହରାନ ନିକଟ କାରାଜ ପାଖରୁ ଗିରଫ କରାଯାଇଥିଲା। ବିନା ଶୁଣାଣିରେ ତାଙ୍କୁ ବୁଧବାର ଫାଶୀ ଖୁଣ୍ଟରେ ଝୁଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଆଉ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୪ରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।
ନରୱେ ଭିତ୍ତିକ ଏନଜିଓ ଇରାନ ହ୍ୟୁମାନ ରାଇଟ୍ସ(ଆଇଏଚଆର) କହିଛି ଯେ “ଇରାଫନ ସୁଲତାନୀ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ କୁହାଯାଇଛି। ଜାନୁଆରୀ ୧୪ରେ ଏହି ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯିବ।”
ମିଳିଥିବା ସୂଚନା ଅନୁସାରେ, ସୁଲତାନୀଙ୍କୁ ଶନିବାର କାରାଜ ନିକଟରେ ଅନୁଷ୍ଠିତ ବିକ୍ଷୋଭ ବେଳେ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଭଗବାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବା ଭଳି ଦଫା ଲାଗିଥିଲା। ଏହି ଦଫାରେ ମୃତ୍ୟୁଦଣ୍ଡ ମିଳିବାର ପ୍ରାବଧାନ ଇରାନରେ ରହିଛି। ସେହି ଅନୁସାରେ ସୁଲତାନୀଙ୍କୁ ଫାଶୀ ଦଣ୍ଡ ମିଳିଛି। ତେବେ ମାମଲାର ବିଚାର ବେଳେ ସୁଲତାନୀଙ୍କୁ ନିଜର ପକ୍ଷ ରଖିବାକୁ କିମ୍ବା ତାଙ୍କୁ ତାଙ୍କ ଓକିଲଙ୍କ ସହ ଦେଖା କରିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି।
ପୂର୍ବରୁ ଇରାନରେ ପ୍ରତିବାଦକୁ ଦମନ କରିବା ପାଇଁ ଅଧିକାଂଶ କ୍ଷେତ୍ରରେ ଗୁଳି କରି ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ହେଲେ ଚଳିତ ପ୍ରତିବାଦ ସମୟରେ ଏହା ପ୍ରଥମ ମୃତ୍ୟୁଦଣ୍ଡ ବୋଲି ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ଇରାନ ସରକାର ଏପରି କଠୋର ପଦକ୍ଷେପ ନେଇ ପ୍ରତିବାଦକୁ ରୋକିବାକୁ ଚେଷ୍ଟା କରୁଛି।
କହିରଖୁ ଯେ, ୧୮ ଦିନ ହେଲା ଇରାନରେ ଚାଲିଥିବା ଖାମେନେଇ ବିରୋଧୀ ବିକ୍ଷୋଭ ବେଳେ ପ୍ରାୟ ୨୦୦୦ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ୯ ଜଣ ନାବାଳିକା-ନାବାଳକ ରହିଛି। ତେବେ ଏହି ମୃତ୍ୟୁସଂଖ୍ୟା ଅଧିକ ରହିଥାଇ ପାରେ ବୋଲି ଆଶଙ୍କା କରାଯାଉଛି। କିଛି ରିପୋର୍ଟରେ ଇରାନ ସରକାର ବିକ୍ଷୋଭକୁ ଦମନ କରିବା ପାଇଁ ୬ ହଜାରରୁ ଅଧିକ ଲୋକଙ୍କୁ ହତ୍ୟା କରି ସାରିଥିବା ସଂସ୍ଥା ସୂଚନା ଦେଇଛି। ଏଥିସହ ୧୦ ହଜାରରୁ ଅଧିକ ଲୋକଙ୍କୁ ଇରାନ ସରକାର ଗିରଫ କରିଥିବା ଆଇଏଚ୍ଆର କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/iran-protest-2026-01-13-16-44-33.jpg)