Advertisment

Blast Leaves City in Shock: ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ, ଚାରିଆଡେ ଛିଟିକି ପଡ଼ିଲା ମୃତଦେହ

ଭୟଙ୍କର ବିସ୍ଫୋରଣରେ ପୁଣି ଥରିଲା ପାକିସ୍ତାନ। ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୮୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Blast in Pak

Blast in Pak Photograph: (OTV)

Advertisment

ଭୟଙ୍କର ବିସ୍ଫୋରଣରେ ପୁଣି ଥରିଲା ପାକିସ୍ତାନ। ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ୮୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନମାଜ ପାଠ ବେଳେ ଏହି ବିସ୍ଫୋରଣ ହୋଥିବା ବେଳେ ପୂରା ସହରରେ ଲାଗୁ ହେଲା ଏମର୍ଜେନ୍ସୀ ଲାଗୁ କରାଯାଇଛି। 

Advertisment

ଡନର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ରାଜଧାନୀ ଇସ୍ଲାମାବାଦର ଶେହଜାଦ ଟାଉନ୍ ଅଞ୍ଚଳର ତରଲାଇ ଇମାମବାରଗାରେ ଏହି ବିସ୍ଫୋରଣ ଘଟିଛି। ଶୁକ୍ରବାର ନମାଜ ବେଳେ ଏହି ବିସ୍ଫୋରଣ କରାଯାଇଥିବା ମିଡିଆରେ ଖବର ପ୍ରକାଶ ପାଇଛି। 

ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍)ର ଜଣେ ମୁଖପାତ୍ରଙ୍କ ଠାରୁ ରିପୋର୍ଟ ନେଇ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ବର୍ତ୍ତମାନ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ପିଆଇଏମ୍ଏସ୍ ଏବଂ ପଲିକ୍ଲିନିକ୍ ସ୍ଥାନାନ୍ତର କରାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। 

Advertisment

ତେବେ ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ। ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପୋଲିସ ଯାଞ୍ଚ ଚଳାଇଛି। କିଛି ମିଡିଆ ରିପୋର୍ଟରେ ଏହାକୁ ଆତ୍ମଘାତୀ ଆକ୍ରମଣ ଭାବେ ଦର୍ଶାଯାଉଛି।

Deadly Suicide Blast Pakistan Blast in Islamabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ