Advertisment

Crisis Clouds Tehran: ଖାଲି ହୋଇଯିବ ଏହି ବଡ଼ ସହର ! ରହିବେନି ଆଉ ମଣିଷ...ସଙ୍କଟ ବି ଏମିତି

ଏହି ସମସ୍ୟା ଲାଗି ଜଳବାୟୁ ପରିବର୍ତ୍ତନ ଏବଂ କମ୍ ଦୃଷ୍ଟିପାତକୁ ଦାୟୀ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ ୫୦ ବର୍ଷ ମଧ୍ୟରେ ଦେଶର ହାରାହାରି ତାପମାତ୍ରା ପ୍ରାୟ ୧.୬ ଡିଗ୍ରୀ ସେଲସିୟସ ବଢ଼ିଛି ।

teheran

teheran Photograph: (OTV)

Advertisment

ଜଳ ସଙ୍କଟ ଯୋଗୁଁ ଖାଲି କରିବାକୁ ପଡିପାରେ ତେହରାନ । ଆଗକୁ ସେଠି ମଣିଷ ରହିବା ଅସମ୍ଭବ ହୋଇପାରେ । ଏବେ ତେହରାନ ଆକାଶରେ ସଙ୍କଟର କଳାବାଦଲ । 

Advertisment

ଇରାନର ରାଜଧାନୀ ତେହରାନ୍ । ବିଶ୍ଵର ସବୁଠୁ ପୁରୁଣା ସହର ମଧ୍ୟରୁ ଗୋଟିଏ । ପାଖାପାଖି କୋଟିଏରୁ ଅଧିକ ଲୋକ ଏଠି ବସବାସ କରୁଛନ୍ତି । ଏହି ସହର ଏବେ ଭୟଙ୍କର ଜଳସଙ୍କଟ ଦେଇ ଗତି କରୁଛି । ଯଦି ଶୀଘ୍ର ବର୍ଷା ନହୁଏ ତେବେ ଏହି ସଙ୍କଟ ଆଗକୁ ଆହୁରି ଗମ୍ଭୀର ହୋଇପାରେ । ଖୁବ ଶୀଘ୍ର ସହରର କିଛି ସ୍ଥାନରେ ରାତି ସମୟରେ ଜଳ ଯୋଗାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇପାରେ 

ତେହରାନରେ ଖରାଦିନେ ପ୍ରବଳ ଗରମ ଅନୁଭୂତ ହୁଏ । ଶରତ ଋତୁରେ ବର୍ଷା ଏବଂ ଶୀତଦିନେ ତୁଷାରପାତ ବି ହୋଇଥାଏ । ଏଥର କିନ୍ତୁ ବର୍ଷା ନହେବା ଯୋଗୁଁ ଜଳ ସଙ୍କଟ ଦେଖା ଦେଇଛି । ଏହି ବର୍ଷ ତେହରାନରେ ଶତାବ୍ଦୀର ସବୁଠୁ କମ୍ ବର୍ଷା ହୋଇଛି ।

Advertisment

ରାଷ୍ଟ୍ରପତି ମସୁଦ୍ ପେଜେସ୍କିୟାନ କହିଛନ୍ତି ରାଜଧାନୀରେ ଜଳସଙ୍କଟ ସ୍ଥିତି ଅତି ଗମ୍ଭୀର ରହିଛି । ଡିସେମ୍ବର ଶେଷ ସୁଦ୍ଧା ବର୍ଷା ନ ହେଲେ ଚେହରାନ୍‌କୁ ଖାଲି କରିବାକୁ ପଡ଼ିପାରେ । 
ରାଜଧାନୀକୁ ପାଣି ଯୋଗାଇଥିବା କରଜ ନଦୀ ଉପରେ ନିର୍ମିତ ଅମୀର କବୀର ଡ୍ୟାମ ଶୁଖିଯାଇଛି । ଜଳଭଣ୍ଡାରରେ ଥିବା ପାଣି ୨ ସପ୍ତାହରୁ କମ ସମୟ ଯାଏ ଯୋଗାଇ ହେବ । ଅନ୍ୟ ପ୍ରମୁଖ ଡ୍ୟାମରେ ମଧ୍ୟ ପାଣି ନାହିଁ । 

ଏହି ସମସ୍ୟା ଲାଗି ଜଳବାୟୁ ପରିବର୍ତ୍ତନ ଏବଂ କମ୍ ଦୃଷ୍ଟିପାତକୁ ଦାୟୀ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଗତ ୫୦ ବର୍ଷ ମଧ୍ୟରେ ଦେଶର ହାରାହାରି ତାପମାତ୍ରା ପ୍ରାୟ ୧.୬ ଡିଗ୍ରୀ ସେଲସିୟସ ବଢ଼ିଛି । ଏହା ସହ ଭୂତଳ ଜଳସ୍ତର ମଧ୍ୟ କମିଛି । ଚାଷ କାମରେ ଅତ୍ୟଧିକ ଜଳର ବ୍ୟବହାର ସାଙ୍ଗକୁ ସହରରେ ବଢ଼ୁଥିବା କୋଠା ବାଡ଼ି ସଂଖ୍ୟାର ଏହାର ଅନ୍ୟ କାରଣ । ହଠାତ ଏହି ସଙ୍କଟ ଆସିକି ପହଞ୍ଚିନି । ଯେତେବେଳେ ଏହି ସଙ୍କଟ ଆରମ୍ଭ ହେଲା ସରକାର ଏହା ପ୍ରତି ଧ୍ୟାନ ଦେଲେନି । ଫଳରେ ଆଜି ତେହରାନକୁ ଖାଲି କରିବାକୁ ପଡ଼ିପାରେ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ