Advertisment

Chinese Professor’s Prediction: ସତ ହୋଇଗଲା ବିରାଟ ଭବିଷ୍ୟବାଣୀ, ଆରମ୍ଭ ହେଲା ବଡ଼ ଆକ୍ରମଣ

ସବୁଠାରୁ ବଡ଼ କଥା ହେଉଛି, ଏଇ ଏବେ ଏବେ ପୁଣିଥରେ ଜିଆଙ୍ଗ ଜୁକିନ୍ ଭବିଷ୍ୟବାଣୀ କରି କହିଛନ୍ତି, ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ । ଯେତେବେଳେ ଯୁଦ୍ଧ ଶେଷ ହେବ, ସେତେବେଳକୁ ବିଶ୍ବ ଆଉ ଏବେ ପରି ନଥିବ ।

Chinas Nostradamus

Chinas Nostradamus Photograph: (OTV)

Advertisment

ସତ ହୋଇଗଲା ବିରାଟ ଭବିଷ୍ୟବାଣୀ ! ପୂର୍ବରୁ ଜଣାସରିଥିଲା ଆମେରିକା କରିବ ବଡ଼ ଆକ୍ରମଣ । ଚୀନରୁ ପ୍ରଥମେ ଆସିଥିଲା ଇରାନ-ଆମେରିକା ୱାର୍ ନ୍ୟୁଜ୍ । ଏକଥା ଜମାରୁ ମିଛ ନୁହେଁ, ଚୀନର ଜଣେ ବ୍ୟକ୍ତି ୩ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଥିଲେ । ଯାହା ଏବେ ସତ ହେବାକୁ ଯାଉଛି ।

Advertisment

ଚୀନର ପ୍ରଫେସର ଜିଆଙ୍ଗ୍ ଜୁକିନ୍ ୨୦୨୪ରେ କହିଥିଲେ, ଡୋନାଲ୍ଡ ଟ୍ରମ୍ପ୍ କ୍ଷମତାକୁ ଫେରିବେ । ଆଉ କ୍ଷମତାକୁ ଫେରିବା ପରେ  ଇରାନ ସହିତ ଯୁଦ୍ଧ ଆରମ୍ଭ କରିବେ ।

ତା’ ସହ ଆଉ ଗୋଟିଏ ଭବିଷ୍ୟବାଣୀ ମଧ୍ୟ ଜୁକିନ୍ କରିଥିଲେ । ସେଥିମଧ୍ୟରୁ ଦୁଇଟି ସତ ହୋଇସାରିଛି । ଅର୍ଥାତ୍ ଟ୍ରମ୍ପ ଜିତି ସାରିଛନ୍ତି, ଏବଂ ଆମେରିକା ଓ ଇରାନ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇସାରିଛି ।

Advertisment

ତୃତୀୟ ଆକଳନ ଥିଲା ଇରାନ ସହ ଯୁଦ୍ଧ ଆମେରିକା ପାଇଁ ଦାରୁଣ ବିପର୍ଯ୍ୟୟ ଆଣିବ । ଏବେ ଯୁଦ୍ଧ ଚାଲିଥିବା ବେଳେ ଆମେରିକାକୁ ଘଡ଼ିକି ଘଡ଼ି ପାଣି ପିଆଉଛି ଇରାନ । ଏଭଳି ସ୍ଥଳେ ଜୁକିନଙ୍କୁ ଚୀନରେ ପ୍ରସିଦ୍ଧ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସ ବୋଲି କୁହାଗଲାଣି ।

ଜିଆଙ୍ଗ ଜୁକିନ୍ ହେଉଛନ୍ତି ଜଣେ ଚୀନର ପ୍ରସିଦ୍ଧ ୟୁଟୁବର । ତା’ ଛଡ଼ା ଅନଲାଇନ୍ ମଧ୍ୟମରେ ଫିଲୋସପି ଓ ହିଷ୍ଟ୍ରୀ ପିଲାମନଙ୍କୁ ଶିକ୍ଷା ଦିଅନ୍ତି । ୟାଲୀ କଲେଜରୁ ସ୍ନାତକ ହାସଲ କରିଛନ୍ତି । ସେ ତାଙ୍କର ଅଧିକାଂଶ ସମୟ ଚୀନ୍‌ରେ ଶିକ୍ଷା ସଂସ୍କାର ଏବଂ ପାଠ୍ୟକ୍ରମ ଡିଜାଇନ୍ ଉପରେ କାମ କରନ୍ତି ।

Advertisment

ଏହା ବ୍ୟତୀତ, ଜିଆଙ୍ଗ୍ ତାଙ୍କର ୟୁଟ୍ୟୁବ୍ ପ୍ରୋଜେକ୍ଟ "ପ୍ରେଡିକ୍ଟିଭ୍ ହିଷ୍ଟ୍ରି" ମାଧ୍ୟମରେ ଅନଲାଇନରେ ପିଲାମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦିଅନ୍ତି । ଯେମିତି କି, ଇତିହାସର ପୁନରାବୃତ୍ତି ଢାଞ୍ଚା, ଭୂରାଜନୈତିକ ପ୍ରୋତ୍ସାହନ ଏବଂ ଖେଳ ତତ୍ତ୍ୱ ବିଶ୍ଳେଷଣ କରିବା ସହ ବିଶ୍ବର ଅନେକ କଥାକୁ ସେ ପୂର୍ବାନୁମାନ କରିପାରନ୍ତି । 

୨୦୨୪ ମେ’ ମାସରେ ସେ ବିଶ୍ବକୁ ନେଇ କରିଥିବା ପୂର୍ବାନୁମାନରେ କହିଥିଲେ, ଯଦି ଟ୍ରମ୍ପ କ୍ଷମତାକୁ ଫେରନ୍ତି, ତେବେ ସେ ରାଷ୍ଟ୍ରପତି ହେବା ପରେ ଇରାନ ସହିତ ସାମରିକ ମୁକାବିଲାର ସମ୍ଭାବନା ବୃଦ୍ଧି ପାଇପାରେ ।

ଯାହାକି ଏଭଳି ସଂଘର୍ଷ ହେବ ଯୁକ୍ତରାଷ୍ଟ୍ର ପାଇଁ ବିପର୍ଯ୍ୟୟକାରୀ ହୋଇପାରେ । ତା’ ଛଡ଼ା ଜିଆଙ୍ଗ ଆମେରିକାର ଏକ ଟିଭି ସୋ’ରେ ବସି ମଧ୍ୟ ଏହି କଥାକୁ ପୁଣି ଥରେ କହିଥିଲେ । ଯାହାକି ବାର୍ତ୍ତମାନ ସତ ହୋଇସାରିଛି ।

ସବୁଠାରୁ ବଡ଼ କଥା ହେଉଛି, ଏଇ ଏବେ ଏବେ ପୁଣିଥରେ ଜିଆଙ୍ଗ ଜୁକିନ୍ ଭବିଷ୍ୟବାଣୀ କରି କହିଛନ୍ତି, ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିବ । ଯେତେବେଳେ ଯୁଦ୍ଧ ଶେଷ ହେବ, ସେତେବେଳକୁ ବିଶ୍ବ ଆଉ ଏବେ ପରି ନଥିବ । 

ଜିଆଙ୍ଗଙ୍କ ଏମିତି ଅନେକ ଭବିଷ୍ୟବାଣୀ ଠିକ୍ ପ୍ରମାଣିତ ହେଇସାରିଛି । ବର୍ତ୍ତମାନ ଏହି କଥା କେତେ ସତ ହେଉଛି ତା’ ଦେଖିବାକୂ ବାକି ରହିଛି । କିନ୍ତୁ ବର୍ତ୍ତମାନ ପ୍ରଫେସର ଜିଆଙ୍ଗ ଜୁକିନଙ୍କ ଇଣ୍ଟରନେଟରେ ସବୁଠାରୁ ଚର୍ଚ୍ଚିତ ଭବିଷ୍ୟବାଣୀକାରୀଙ୍କ ମଧ୍ୟରୁ ଜଣେ ବୋଲି ଗ୍ରହଣ ହୋଇସାରିଛନ୍ତି । 

chinese professor prediction us iran war India-Iran Relationship india iran military power india iran relations America Air Strike America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ