Advertisment

China’s Birth Rate Collapse: ଆଉ ଶୁଭୁନି କୁଆଁ କୁଆଁ, ଏଠି ବାହା ହେବାକୁ ଡରୁଛନ୍ତି ଲୋକେ

ଚାଇନାରେ ଲଗାତାର ଖସୁଛି ଜନ୍ମ ହାର। ଫେଲ୍ ମାରୁଛି ସକରାରଙ୍କ ସବୁ ପ୍ଲାନ୍। ନିଜ ଉପରେ ହିଁ ଭାରି ପଡିଛି ନିଜ ଏକ ଶିଶୁ ନୀତି। ଏପରିକି ଲୋକେ ଏଠି ବାହା ହେବାକୁ ବି ଭୟ କରିଲେଣି।

sdghChina Population

China Population Photograph: (OTV)

Advertisment

ଆଉ ଶୁଭୁନି କୁଆଁ କୁଆଁ। ପଡୋଶୀ ଦେଶରେ ଆଉ ଜନ୍ମ ହେଉନାହାନ୍ତି ଶିଶୁ। କମୁଛି ଯୁବପିଢ଼ି ସଂଖ୍ୟା, ବଢ଼ିବାରେ ଲାଗି ବୟସ୍କଙ୍କ ସଂଖ୍ୟା। ଧୀରେ ଧୀରେ ବୁଢ଼ା ହେଉଛି ଡ୍ରାଗନ୍।  ଚାଇନାରେ ଲଗାତାର ଖସୁଛି ଜନ୍ମ ହାର। ଫେଲ୍ ମାରୁଛି ସକରାରଙ୍କ ସବୁ ପ୍ଲାନ୍। ନିଜ ଉପରେ ହିଁ ଭାରି ପଡିଛି ନିଜ ଏକ ଶିଶୁ ନୀତି। ଏପରିକି ଲୋକେ ଏଠି ବାହା ହେବାକୁ ବି ଭୟ କରିଲେଣି। 

Advertisment

ଦଶନ୍ଧି ଧରି ଏକ ଶିଶୁ ନୀତି ଦ୍ବାରା ଜନସଂଖ୍ୟାକୁ ସିମିତ କରିବା ପରେ ଏବେ ବିପଦରେ ଡ୍ରାଗନ। ଆଉ ନବଜାତ ଏଠି ଜନ୍ମ ନେଉନାହାନ୍ତି। ଏକ ଶିଶୁ ନୀତି ଏଠୁ ଉଠି ସାରିଥିଲେ ମଧ୍ୟ ଏକାଧିକ ଶିଶୁ ଜନ୍ମ କରିବାକୁ ମଙ୍ଗୁ ନାହାନ୍ତି ଦମ୍ପତି। ଫଳରେ ବର୍ଷକରେ ଏଠାକାର ଜନସଂଖ୍ୟା ୪୦ ଲକ୍ଷ ହ୍ରାସ ପାଇଛି। 

ବର୍ଷକରେ ୪୦ ଲକ୍ଷ ଖସିଲା ଜନସଂଖ୍ୟା
୨୦୨୫ରେ ଚୀନରେ ଜନ୍ମ ହୋଇଛନ୍ତି ମାତ୍ର ୭୯.୨ ଲକ୍ଷ ଶିଶୁ। ସେହିପରି ୨୦୨୪ରେ ଜନ୍ମ ହୋଇଥିଲେ ୯୫.୪ ଲକ୍ଷ ଶିଶୁ। ୧ ବର୍ଷ ମଧ୍ୟରେ ୧୭ ପ୍ରତିଶତ ଖସିଛି ଜନ୍ମହାର। ୧୯୪୯ ପରଠାରୁ ୨୦୨୩ରେ ଚୀନରେ ଜନ୍ମ ହୋଇଥିଲେ ସବୁଠୁ କମ୍ ଶିଶୁ। 

Advertisment

୨୦୨୫ରେ ଚୀନର ଜନସଂଖ୍ୟା ୩୩.୯ ଲକ୍ଷ ହ୍ରାସ ପାଇ ୧.୪୦୪୯ ଅରବରେ ପହଞ୍ଚିଛି। ୨୦୨୪ରେ ଏହି ସଂଖ୍ୟା ୧.୪୦୮୩ ଅରବ ଥିଲା। ୧୯୫୯ରୁ ୧୯୬୧ ଯାଏଁ ଚୀନରେ ପଡିଥିବା ଭୀଷଣ ଅକାଳ ପରେ ୨୦୨୫ରେ ସବୁଠୁ ଅଧିକ ଜନସଂଖ୍ୟା ହ୍ରାସ ପାଇଛି। ସେହିପରି ଗତ ବର୍ଷ ପ୍ରାୟ ୧.୧୩ କୋଟି ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ଗତ ୫ ଦଶକ ମଧ୍ୟରେ ସବୁଠାରୁ ଅଧିକ। 

ଚୀନରେ ବଢ଼ୁଛି ବୃଦ୍ଧଙ୍କ ସଂଖ୍ୟା
ଚୀନରେ ଏବେ ବୃଦ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୪ ଶେଷ ସୁଦ୍ଧା ଚୀନରେ ୬୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୩୧ କୋଟିରେ ପହଞ୍ଚିଛି। ପୂର୍ବାନୁମାନ ଅନୁଯାୟୀ, ୨୦୩୫ ସୁଦ୍ଧା ଏହି ବୟସର ଲୋକଙ୍କ ସଂଖ୍ୟା ୪୦ କୋଟିରୁ ଅଧିକ ହେବ। 

Advertisment

ଚୀନ ସରକାରଙ୍କ ଏକ ସନ୍ତାନ ଜନ୍ମ ନୀତି ପାଇଁ ଜନସଂଖ୍ୟା ସଙ୍କଟ ସୃଷ୍ଟି ହୋଇଛି। ଏହାର ଏଡାଇବା ପାଇଁ ସରକାର ଯେତେ ଚେଷ୍ଟା କଲେବି କିଛି ସୁଫଳ ମିଳୁନି। ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି।

ସୂଚନାନୁଯାୟୀ, ଚୀନ ସରକାର ୨୦୧୬ରେ ଏକ ସନ୍ତାନ ନୀତି ସମାପ୍ତ କରି ଦୁଇଟି ସନ୍ତାନ ଜନ୍ମ କରିବାକୁ କହିଥିଲେ। ହେଲେ ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏଥିପାଇଁ ୨୦୨୧ରେ ଜନସଂଖ୍ୟା ନୀତିରେ ସଂଶୋଧନ କରାଯାଇଥିଲା। ଏହି ନୀତି ଅନୁଯାୟୀ, ସରକାର ୩ଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦେଇଥିଲେ। 

China World Population Birth Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ