China-Train-Breaks-World-Record Photograph: (OTV)
ଦିଲ୍ଲୀରୁ ଭୁବନେଶ୍ବର ଲାଗିବ ମାତ୍ର ୩ ଘଣ୍ଟା ! ମାତ୍ର ୨ ସେକେଣ୍ତରେ ୭୦୦ କିମି ପ୍ରତି ଘଣ୍ଟା ବେଗରେ ଗଲା ଟ୍ରେନ୍ । ଭାଙ୍ଗିଲା ବିଶ୍ବ ରେକର୍ଡ , ରଚିଲା ଇତିହାସ ।
ଯିଏ ଦେଖିଲା ସିଏ ଆଶ୍ଚର୍ଯ୍ୟ ଚକିତ ହେଲା..ଆଖି ପିଛୁଳାକେ ଗଲା ଟ୍ରେନ୍ । ଏମିତିକା ରେକର୍ଡ ଆପଣ କେବେ ଦେଖି ନଥିବେ କି ଶୁଣି ନଥିବେ...
ଏମିତିକା ଘଟଣା ଘଟିଛି ଚୀନରେ। ଯାହା ବର୍ତ୍ତମାନ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି । ଚୀନ୍ର ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଡିଫେନ୍ସ ଟେକ୍ନୋଲୋଜି (NUDT)ର ଏକ ଗବେଷଣା ଟିମ୍ ସୁପରକଣ୍ଡକ୍ଟିଂ ମ୍ୟାଗ୍ଲେଭ୍ ପ୍ରଯୁକ୍ତିବିଦ୍ୟାରେ ନୂଆ ବିଶ୍ୱ ରେକର୍ଡ କରିଛି। ଏହି ପରୀକ୍ଷଣରେ, ୧ ଟନ୍ ଓଜନର ଏକ ପରୀକ୍ଷଣ ଯାନ ମାତ୍ର ୨ ସେକେଣ୍ଡରେ ୭୦୦କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଇଥିଲା। ଏହାକୁ ଯଦି ଅନୁମାନ କରାଯାଏ ତେବେ ଦିଲ୍ଲୀରୁ ଭୁବନେଶ୍ବର ଯାତ୍ରା ମାତ୍ର ୩ ଘଣ୍ଟାରୁ କମ୍ ସମୟ ଲାଗିବ।
ସୂଚନା ଅନୁସାରେ ଏଥିରେ ଯାତ୍ରୀବାହୀ ଟ୍ରେନ୍ ବ୍ୟବହାର କରାଯାଇନଥିଲା, ବରଂ ଗବେଷଣା ଓ ପରୀକ୍ଷଣ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଏକ ଟ୍ରେନ୍ ପରି ସ୍ଲେଜ୍ ବ୍ୟବହାର କରାଯାଇଥିଲା। ଏହି ପରୀକ୍ଷଣ ୪୦୦ ମିଟର ଲମ୍ବା ମ୍ୟାଗ୍ଲେଭ୍ ଟ୍ରାକରେ କରାଯାଇଥିଲା। ଏତେ ପ୍ରଚଣ୍ଡ ବେଗରେ ପହଞ୍ଚିବା ପରେ ମଧ୍ୟ ଟ୍ରେନଟିକୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା।
ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଏହା ଦ୍ବାରା କଣ ଲାଭ ମିଳିବ ? ଏହି ପ୍ରଯୁକ୍ତିବିଦ୍ୟା ଭବିଷ୍ୟତରେ ପରିବହନ ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି। ହାଇପରଲୁପ୍ ଭଳି ଟ୍ରାକ୍ ସହିତ ଜଡିତ ଭାକ୍ୟୁମ୍ ଟ୍ୟୁବ୍ ମ୍ୟାଗ୍ଲେଭ୍ ସିଷ୍ଟମ୍ ୧୦୦୦ କିଲୋମିଟର ପ୍ରତି ଘଣ୍ଟାରୁ ଅଧିକ ବେଗ ହାସଲ କରିପାରିବ। ଏହା ବ୍ୟତୀତ, ମହାକାଶ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଏହା ରକେଟ୍ ଲଞ୍ଚ ସହାୟକ ପ୍ରଣାଳୀ, ଉଚ୍ଚ-ଗତି ପରୀକ୍ଷଣ ଏବଂ ମହାକାଶ ଯାନ ପାଇଁ ପ୍ୟାଡ୍ ଲଞ୍ଚ ପ୍ରଯୁକ୍ତିବିଦ୍ୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/china-train-breaks-world-record-2025-12-28-16-21-19.jpg)