5-Lakh-Iphone-Lost-In-Water Photograph: (OTV)
ପେରୁ ଉପକୂଳରେ ଏଭରଗ୍ରୀନ୍ କମ୍ପାନୀର ଏକ ମାଲବାହୀ ଜାହାଜ ଓଲଟି ପଡ଼ିଥିଲା। ଫଳରେ ଏଥିରେ ଥିବା 50 କଣ୍ଟେନର ସମୁଦ୍ରରେ ପଡ଼ିଯାଇଥିଲା। ଯେଉଥିରେ 5 ଲକ୍ଷରୁ ଅଧିକ iPhone ଥିବା କଥା ଜଣା ପଡ଼ିଛି।
ରିପୋର୍ଟ ଅନୁଯାୟୀ, ଅକ୍ଟୋବର ମଧ୍ୟଭାଗରେ iphone କଣ୍ଟେନର ନେଇ ଯାଉଥିବା ଏହି ଜାହାଜଟି ଏକ ଭୟାନକ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା। ଯାହା ଫଳରେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା। ଆଉ ୫୦ଟି କଣ୍ଟେନରଗୁଡ଼ିକ ସମୁଦ୍ରରେ ଭାସି ଯାଇଥିଲା।
ତେବେ ଏଥିରେ iphone 17 ମଡେଲର ୫ଲକ୍ଷ ଫୋନ୍ ଥିବା କଥା ସନ୍ଦେହ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କୌଣସି ମୃତାହତ ହୋଇଥିବାର ରିପୋର୍ଟ ହୋଇନାହିଁ, କିନ୍ତୁ ଏତେ ସଂଖ୍ୟକ ଦାମୀ ଫୋନ୍ ଥିବା ହେତୁ ଲଜିଷ୍ଟିକରେ ଏକ ବଡ଼ଧରଣର କ୍ଷତି ହେବାର ସନ୍ଦେହ କରାଯାଉଛି ।
ସ୍ଥାନୀୟ ସାମୁଦ୍ରିକ ସୁରକ୍ଷା କର୍ତ୍ତୃପକ୍ଷ ଉଦ୍ଧାର ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ବୁଡ଼ି ରହିଥିବା କଣ୍ଟେନରଗୁଡ଼ିକୁ ତୁରନ୍ତ ଉଦ୍ଧାର କରିବା କଷ୍ଟକର ହେବ। କାରଣ ଏଥିରେ ଭାରୀ ଉପକରଣ ଏବଂ ସମ୍ବେଦନଶୀଳ ଇଲେକ୍ଟ୍ରୋନିକ୍ସ ରହିଛି।
ତେବେ ମୋବାଇଲ୍ ଫୋନ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଥିବା କଣ୍ଟେନର ସମୁଦ୍ରରେ ପଡ଼ିବାର ଅନେକ ଉଦାହରଣ ରହିଛି। କିନ୍ତୁ ଆଇଫୋନ କଣ୍ଟେନର ବୁଡ଼ିଯାଇଥିବାରୁ କୋଟି କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି। କାରଣ ଯଦିଓ Iphoneର ଜଳ ପ୍ରତିରୋଧର କ୍ଷମତା ରହିଥାଏ। କିନ୍ତୁ ସମୁଦ୍ରର ଲୁଣି ଜଳ ଏହାକୁ ସଙ୍ଗେ ସଙ୍ଗେ ଖରାପ କରିଦେଇ ପାରେ।
ଏଭରଗ୍ରୀନ୍ ଏକ ସରକାରୀ ବିବୃତ୍ତି ମଧ୍ୟ ଜାରି କରିଛି ଯାହା କହିଛି ଯେ ଏହା ପରିସ୍ଥିତିର ମୂଲ୍ୟାଙ୍କନ କରୁଛି ଏବଂ ସମସ୍ତ ପ୍ରଭାବିତ ପକ୍ଷଙ୍କ ସହ ଯୋଗାଯୋଗରେ ଅଛି। ଏହି ଘଟଣା ସାମୁଦ୍ରିକ ଲଜିଷ୍ଟିକ୍ସ ସୁରକ୍ଷା ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପରିବହନ ନୀତି ଉପରେ ନୂତନ ବିତର୍କ ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/5-lakh-iphone-lost-in-water-2025-10-26-15-27-06.jpg)