Advertisment

BLA Takes 7 Pakistani Soldiers: ପାକିସ୍ତାନ ସୈନିକଙ୍କୁ ଟେକିନେଲା ବଲୁଚିସ୍ତାନ, ବନ୍ଦି ରଖି କହିଲା ଏମିତି

୭ ଜଣ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ ରଖି ସେମାନଙ୍କ ଏକ ଭିଡିଓ ଜାରି କରି ବଡ଼ ଦାବି କରିଛି । ବଲୁଚି କହିଛି, ପାକିସ୍ତାନର ୭ ଜଣ ସୈନିକ ଆମ ପାଖରେ ବନ୍ଦି ଅଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ହେଲେ ବଲୁଚିର ପୂର୍ବ ବନ୍ଧକଙ୍କୁ ବଦଳ କରିବାକୁ ସେ ଦାବି କରିଛି ।

7 Pakistani Soldiers Hostage

7 Pakistani Soldiers Hostage Photograph: (OTV)

Advertisment

ପାକିସ୍ତାନ ସୈନିକଙ୍କୁ ଟେକିନେଲା ବଲୁଚିସ୍ତାନ । ୭ ଯବାନଙ୍କୁ ବନ୍ଧକ ରଖି ଶୁଣାଇଲା ଚାରଣ ବାଣୀ ।  ବଲୁଚିସ୍ତାନର ସର୍ତ୍ତ ଆଗରେ ଥରିଲାଣି ପାକିସ୍ତାନ । ବଢ଼ୁଛି ପାକର ଟେନସନରେ, ହେଲେ ମସ୍ତି କରୁଛି ବଲୁଚି । ବଲୁଚିସ୍ତାନର ବିଚ୍ଛିନ୍ନତା ପାଇଁ ଲଢୁଥିବା ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ବଲୁଚିସ୍ତାନ ଲିବରେସନ ଆର୍ମି ବା ବିଏଲ୍‌ଏ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

Advertisment

୭ ଜଣ ପାକିସ୍ତାନୀ ସୈନିକଙ୍କୁ ବନ୍ଧକ ରଖି ସେମାନଙ୍କ ଏକ ଭିଡିଓ ଜାରି କରି ବଡ଼ ଦାବି କରିଛି । ବଲୁଚି କହିଛି, ପାକିସ୍ତାନର ୭ ଜଣ ସୈନିକ ଆମ ପାଖରେ ବନ୍ଦି ଅଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ହେଲେ ବଲୁଚିର ପୂର୍ବ ବନ୍ଧକଙ୍କୁ ବଦଳ କରିବାକୁ ସେ ଦାବି କରିଛି । ଖାଲି ସେତିକି ନୁହେଁ, ଏଥି ପାକିସ୍ତାନ ସରକାରଙ୍କୁ ୭ ଦିନର ସମୟ ଦେଇଛି ବଲୁଚିସ୍ତାନର ବିଏଲ୍‌ଏ  । ଏହାଛଡ଼ା ବିଏଲ୍‌ଏର ଏକ ଭିଡିଓ ପୋଷ୍ଟ କରି ଏହି ସମ୍ପର୍କରେ ସୂଚନା ଦେଇଛି ।

ପୋଷ୍ଟ କରାଯାଇଥିବା ଭିଡିଓରେ ପାକିସ୍ତାନ ସୌନିକ ମାନେ ସିଧାସଳଖ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିବେଦନ କରୁଥିବା ଦେଖିବାକୁ ମଳିଛି । ସେମାନେ ଶେହବାଜ ସରକାରଙ୍କୁ ଆଲୋଚନା କରିବାକୁ ଏବଂ ସେମାନଙ୍କୁ ଫେରାଇନେବାକୁ ଅନୁରୋଧ କରିଛନ୍ତି ।

Advertisment

କେବଳ ଏତିକି ନୁହେଁ,  BLAର ଦାବି ମାନିନେବାକୁ ମଧ୍ୟ ସେମାନେ ଭିଡିଓରେ ଅନୁରୋଧ କରିଛନ୍ତି । ବନ୍ଦି ହୋଇଥିବା ପାକିସ୍ତାନ ସୈନିକମାନେ ଆହୁରି କହିଛନ୍ତି, ସେମାନଙ୍କ ଜୀବନ ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ ।

ସେପଟେ ବିଏଲ୍‌ଏ କହିଛି, ଅପରେସନ୍ ହେରୋଫ୍ ୨.୦ ସମୟରେ ଓରାଞ୍ଚ ଅଞ୍ଚଳରେ ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଦୀ କରାଯାଇଥିଲା । ବଲୁଚ ଲିବରେସନ୍ ଆର୍ମିର କମାଣ୍ଡ କାଉନସିଲ୍ ବନ୍ଧକଙ୍କ ବିନିମୟ ପାଇଁ ଆଲୋଚନା କରିବା ଲାଗି ପାକିସ୍ତାନକୁ ସାତ ଦିନ ସମୟ ଦେବାକୁ ନିଷ୍ପତ୍ତି ନେଇଛି ।

Advertisment

ବର୍ତ୍ତମାନ ପ୍ରକାଶିତ ଏକ ଭିଡିଓରେ, ଜଣେ ପାକିସ୍ତାନୀ ସୁରକ୍ଷାକର୍ମୀନିଜର ନାଁ ଏବଂ ପଦବୀ କହୁଛନ୍ତି । ବିଏଲ୍‌ଏର ଦାବି ପୂରଣ କରି ନିଜର ଓ ସାଥୀ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରୁଛନ୍ତି । ବିଏଲ୍‌ଏ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା । ଯାହାକୁ ନେଇ ଏବେ ପାକିସ୍ତାନ ସେନାର ଚିନ୍ତା ବଢ଼ିଛି ।

Baluchistan Pakistan Pakistani Soldiers Killed BLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ