Advertisment

Bangladesh Election: ବାଂଲାଦେଶ ନିର୍ବାଚନରେ ଚମକିଲା ବିଜେପି

ବାଂଲାଦେଶ ନିର୍ବାଚନରେ ଚମକିଲା ବିଜେପି। ଗୋଟିଏ ଆସନରୁ ମିଳିଲା ବିପୁଳ ଭୋଟ୍। ସରକାର ଗଠନରେ କରିବ ଭାଗିଦାରୀ। ଆଶ୍ଚର୍ଯ୍ୟ ହୋଇଗଲେ କି ? ତେବେ ଜାଣିବା ପାଇଁ ପଢ଼ନ୍ତୁ ପୁରା ଖବର ।

BJP-In-Bangladesh-Election-PKG
Advertisment

ବାଂଲାଦେଶ ନିର୍ବାଚନରେ ଚମକିଲା ବିଜେପି। ଗୋଟିଏ ଆସନରୁ ମିଳିଲା ବିପୁଳ ଭୋଟ୍। ସରକାର ଗଠନରେ କରିବ ଭାଗିଦାରୀ ।
ସରିଛି ବାଙ୍ଗଲାଦେଶ ସାଧାରଣ ନିର୍ବାଚନ। ମୋଟ ୨୯୯ଟି ଆସନରୁ ୨୦୯ଟି ଆସନ ଜିତି ସରକାର ଗଢ଼ିବାକୁ ଯାଉଛି ବାଙ୍ଗଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା BNP। ତେବେ ଆପଣ ଜାଣିଛନ୍ତି ବାଙ୍ଗଲାଦେଶ ନିର୍ବାଚନରେ ବିଜେପିକୁ ମଧ୍ୟ ଭୋଟ ଦେଇଛନ୍ତି ଲୋକେ। ଆଶ୍ଚର୍ଯ୍ୟ ହୋଇଗଲେ କି?

Advertisment

କନଫ୍ୟୁଜ ହୁଅନ୍ତୁନି, ଏଠି ଆମେ ଭାରତର ଭାରତୀୟ ଜନତା ପାର୍ଟି କଥା କହୁନୁ, ବାଂଲାଦେଶ ଜନତା ପାର୍ଟି କଥା କହୁଛୁ। ନିର୍ବାଚନରେ ବିଜେପି ଗୋଟିଏ ଆସନରେ ଜିତିବାକୁ ସକ୍ଷମ ହୋଇଛି। ଭୋଲା-୧ ନିର୍ବାଚନ ମଣ୍ଡଳୀରୁ ବିଜେପିର ଆନ୍ଦଲିଭେ ରହମାନ ପାର୍ଥୋ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ନିର୍ବାଚନ ପୂର୍ବରୁ ଭୋଳା ନିର୍ବାଚନ ମଣ୍ଡଳୀକୁ ପାର୍ଥୋ ଅତ୍ୟାଧୁନିକ ଓ ସୁନ୍ଦର ସହରରେ ପରିଣତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା ଓ ପ୍ରତିଟି ଘରକୁ ଗ୍ୟାସ ସଂଯୋଗ କରିବେ ବୋଲି କହିଥିଲେ। ଆଉ ତାଙ୍କ ଉପରେ ଭରସା କରି ଜନତା ତାଙ୍କୁ ଭୋଟ୍ ଦେଇ ଜିତାଇଛନ୍ତି। ତେଣୁ ବାଙ୍ଗଲାଦେଶରେ ବିଏନପି ସରକାର ଆସିବାକୁ ଯାଉଥିବା ବେଳେ ବିଜେପି ମଧ୍ୟ ଏଥିରେ ଭାଗିଦାରୀ କରିବ। ଆଉ ସରକାର ଗଠନରେ ମଧ୍ୟ ସାମିଲ ହେବ।


ଜାନୁଆରୀ ୧୨ରେ ଶେଷ ହୋଇଛି ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ। ଆଉ ଦୀର୍ଘ ୨୦ ବର୍ଷ ପରେ ବିଏନପି ବାଂଲାଦେଶରେ ସରକାର ଗଠନ କରିବାକୁ ଯାଉଛି। ଘୋଷଣା କରାଯାଇଛି ୨୯୭ଟି ଆସନରୁ ବିଏନପି ମେଣ୍ଟ ୨୧୨ଟି ଆସନ ଜିତିଥିବା ବେଳେ ଜମାତ ମେଣ୍ଟ ୭୭ଟି ଆସନ ଜିତିଛି। କେବଳ ବିଏନପି ଏକାକୀ ୨୦୯ଟି ଆସନରେ ବାଜିମାତ କରିଛି। ଏବେ ବାଙ୍ଗଲାଦେଶରେ ରାଜ କରିବ ରେହମାନ ସରକାର ।

Advertisment
BJP Election Bangladesh Bangladesh Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ