Advertisment

US–India Trade Deal Takes Shape: ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିର ମଧ୍ୟବର୍ତ୍ତୀକାଳୀନ ରୂପରେଖ, ଭାରତୀୟ ରପ୍ତାନିକାରୀଙ୍କୁ ଦେବ ୩୦ ଟ୍ରିଲିୟନ ଡଲାର ବଜାର

ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତିର ମଧ୍ୟବର୍ତ୍ତୀକାଳୀନ ରୂପରେଖ ପ୍ରକାଶ ପାଇଛି । ସବୁଠୁ ବଡ଼ କଥା ହେଉଛି ଋଷ ତୈଳ ଆମଦାନୀ ଉପରେ ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଛନ୍ତି ଟ୍ରମ୍ପ ।

Piyush Goyal

Piyush Goyal Photograph: (OTV)

Advertisment

ଆମେରିକା-ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତିର ମଧ୍ୟବର୍ତ୍ତୀକାଳୀନ ରୂପରେଖ ପ୍ରକାଶ ପାଇଛି । ସବୁଠୁ ବଡ଼ କଥା ହେଉଛି ଋଷ ତୈଳ ଆମଦାନୀ ଉପରେ ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଛନ୍ତି ଟ୍ରମ୍ପ । ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଭାରତୀୟ ରପ୍ତାନିକାରୀଙ୍କୁ ୩୦ ଟ୍ରିଲିୟନ ଡଲାରର ବଜାର ପ୍ରଦାନ କରିବ। .....

Advertisment

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି, "ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କେବଳ ଭାରତୀୟ ଉତ୍ପାଦ ପାଇଁ ଆମେରିକୀୟ ବଜାରକୁ ଅଧିକ ପ୍ରବେଶ ପ୍ରଦାନ କରିବ ନାହିଁ ବରଂ ଆମର ଶ୍ରମକୈନ୍ଦ୍ରିକ କ୍ଷେତ୍ରଗୁଡ଼ିକୁ ମଧ୍ୟ ସମର୍ଥନ କରିବ। ଏହା ସହିତ ଆମର ଡିଜିଟାଲ୍ ଭିତ୍ତିଭୂମିକୁ ଏକ ବଡ଼ ପ୍ରୋତ୍ସାହନ ଦେବ।

ଆଜି ଭାରତ ଏବଂ ଆମେରିକା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପାଇଁ ଫ୍ରେମୱାର୍କ ଜାରି ହୋଇଛି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ କରିବାକୁ ରାଜି ହୋଇଛି। ଏପଟେ ଭାରତ ମଧ୍ୟ ଆମେରିକାର ଶିଳ୍ପ ଏବଂ କୃଷି ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବ। ...

Advertisment

ଗତ ୨ ତାରିଖରେ ଆମେରିକା ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଟାରିଫକୁ ୧୮ ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲା । 

ତେଲ ଉପରୁ ହଟିଲା ଟାରିଫ୍

ଆସିଲା ଆମେରିକା-ଭାରତ ବାଣିଜ୍ୟ ଚୁକ୍ତିର ମଧ୍ୟବର୍ତ୍ତୀକାଳୀନ ରୂପରେଖ 
ଋଷ ତୈଳ ଆମଦାନୀରେ ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଲେ ଟ୍ରମ୍ପ 
ବାଣିଜ୍ୟ ଚୁକ୍ତି ଭାରତୀୟ ରପ୍ତାନିକାରୀଙ୍କୁ ୩୦ ଟ୍ରିଲିୟନ ଡଲାର ବଜାର ଦେବ
ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୧୮%କୁ ହ୍ରାସ କରିଛି 
ଭାରତ ମଧ୍ୟ ଆମେରିକାର ଶିଳ୍ପ ଏବଂ କୃଷି ଉତ୍ପାଦ ଉପରେ ଶୁଳ୍କ ହ୍ରାସ କରିବ

Advertisment
Trade Deal India-US
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ