Bangladesh-Hindu-Killing Photograph: (OTV)
ବାଂଲାଦେଶରେ ଲୋମଟାଙ୍କୁରା କାଣ୍ଡ । ହିନ୍ଦୁଙ୍କୁ ଘରେ ପୂରାଇ ଜାଳିଦେଲେ । ଶୋଇଥିବା ଅବସ୍ଥାରେ ଲଗାଇଲେ ନିଆଁ । ବାଂଲାଦେଶୀ କଟ୍ଟରପନ୍ଥୀ । ଘର ଭିତରେ ୮ ଜଣ ଶୋଇଥିଲେ । ଆକ୍ରମଣକାରୀ ଘରକୁ ବାହାରପଟୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଥରେ ଭାବନ୍ତୁ କଣ ହୋଇଥିବ ସେମାନଙ୍କର ଅବସ୍ଥା ।
ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗାଁରେ ଏହି ବର୍ବର ଘଟଣା ଘଟିଛି । ସମୟ ୨୭ ତାରିଖ ବିଳମ୍ବିତ ରାତି । ନିଘୋଡ ନିଦରେ ଶୋଇଥିଲେ ଗାଁର ଏକ ହିନ୍ଦୁ ପରିବାର । ଅଧରାତିରେ ଆକ୍ରମଣକାରୀମାନେ ଯୋଜନା କରି ପୂରା ଘରକୁ ଘେରି ଯାଇଥିଲେ । ଏହାପରେ ଗୋଟିଏ ଘରେ କିଛି କପଡା ପୂରାଇ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ପରିବାର ଲୋକେ ଯେମିତି ବାହାରକୁ ନ ବାହାରିପାରିବେ ସେଥିପାଇଁ ଆକ୍ରମଣକାରୀ ଘରକୁ ବାହାରପଟୁ ବନ୍ଦ କରିଦେଇଥିଲେ ।
ମୃତ୍ୟୁ ଆଖି ସାମ୍ନାରେ ଦେଖି ପରିବାର ଲୋକେ ବଞ୍ଚିବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଘରର ଟିଣ ଓ ବାଉଁଶ ବାଡକୁ କାଟି କୌଣସି ମତେ ଘରୁ ବାହାରି ଯାଇଥିଲେ । ଫଳରେ ସମସ୍ତଙ୍କର ଜୀବନ ବଞ୍ଚିଯାଇଥିଲା । ହେଲେ ନିଆଁରେ ପୂରା ଘର ସହ ଗୃହପାଳିତ ପଶୁ ଜଳିପୋଡି ପାଉଁଶ ହୋଇଯାଇଛନ୍ତି ।
ହିନ୍ଦୁ ବୋଲି ବାଂଲାଦେଶର ରଙ୍ଗପୁର, ଚିଟ୍ଟାଗଙ୍ଗ, ଢାକା ଓ ମୟମନସିଂହରେ ରହୁଥିବା ସଂଖ୍ୟାଲଘୁଙ୍କ ଜୀବନ ଯେମିତି ଏବେ ନର୍କ ହୋଇଯାଇଛି । ମୁହଁ ଖୋଲିଲେ କାଳେ ଦୀପୁଚନ୍ଦ୍ର ଭଳି ଅବସ୍ଥା ହେବ ସେହି ଡରରେ ସମସ୍ତେ ଚୁପ୍ ରହୁଛନ୍ତି । ତେବେ ଏହି ଘଟଣା ପରେ ପିରୋଜପୁର ଏସପି ପହଞ୍ଚି ତଦନ୍ତ କରିଛନ୍ତି । ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।
ଛାତ୍ରନେତା ଓସମାନ ହାଦିକୁ ହତ୍ୟା ପରେ ବାଂଲାଦେଶରେ ତେଜିବାରେ ଲାଗିଛି ହିନ୍ଦୁ ବିରୋଧୀ ହିଂସା । ହିନ୍ଦୁଙ୍କୁ ବାଛି ବାଛି ଟାର୍ଗେଟ୍ କରାଯାଉଛି । ଘରେ ରହିଲେ ନିଆଁ ଲଗାଇ ପୋଡିଦେଉଛନ୍ତି । ଯେଉଁଥିପାଇଁ ହିନ୍ଦୁମାନେ ଭୟ, ଆତଙ୍କରେ ଦିନ କାଟୁଥିବାବେଳେ ୟୁନୁସ୍ ସରକାର ସଂଖ୍ୟାଲଘୁ ସମୁଦାୟଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/bangladesh-hindu-killing-2025-12-31-14-54-21.jpg)