BANGLADESH Photograph: (OTV)
ବାଂଲାଦେଶରେ ଥମୁନି ହିନ୍ଦୁ ନରସଂହାର। ଗତ ୨୪ ଘଣ୍ଟାରେ ୨ ହିନ୍ଦୁଙ୍କୁ ନିମର୍ମ ଭାବେ ହତ୍ୟା। ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ କ୍ଷତ ମନରୁ ନଲିଭୁଣୁ ପୁଣି ଦୁଇ ଜଣଙ୍କୁ ବିଚ୍ ରାସ୍ତାରେ ମାରିଦେଲେ ଦୁବୃର୍ତ୍ତ। ଗଲା ୧୮ ଦିନରେ ୬ ହିନ୍ଦୁଙ୍କୁ ବିଭିନ୍ନ କାରଣରୁ ଭିନ୍ନ ଭିନ୍ନ ଅଞ୍ଚଳରେ ହତ୍ୟା କରାଯାଇଛି।
ସାରା ବିଶ୍ବରୁ ବାଂଲାଦେଶ ଉପରେ ଏଥିପାଇଁ ଚାପ ପଡ଼ିଲାଣି ତଥାପି ନା ଚେତୁଛି ୟୁନୁସ୍ ସରକାର ନା କୌଣସି ପ୍ରତିକ୍ରିୟା ରଖୁଛି। ଭାରତ ଏସବୁ ସ୍ଥିତି ଉପରେ ନଜର ରଖିବା ସହ ସୀମାରେ ଆଲର୍ଟ ଜାରି କରିଛି।...
ବାଂଲାଦେଶରେ ଆଉ ଏକ ହିନ୍ଦୁଙ୍କୁ ହତ୍ୟା । ୨୪ ଘଣ୍ଟାରେ ଦୁଇ ଦୁଇ ହିନ୍ଦୁଙ୍କୁ ନିମର୍ମ ମର୍ଡର । ବିଚ୍ ରାସ୍ତାରେ ହାଣିଲେ, ଗୁଳି ମାରିଲେ... । ଘରେ ପଶି ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ ।
ସୀମା ଟପିଲା ବର୍ବରତା। ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର। ଗଲା ୧୮ ଦିନରେ ୬ ହିନ୍ଦୁଙ୍କୁ ହତ୍ୟା ଦୋହଲାଇ ଦେଇଛି ବିଶ୍ବକୁ। ଜଣେ ଯୁବକ ହେଉଛନ୍ତି ମଣି ଚକ୍ରବର୍ତ୍ତୀ। ବାଂଲାଦେଶ ନରସିଙ୍ଗଦି ଜିଲ୍ଲାର ଚାରସିନ୍ଦୁର ବଜାରରେ ଗୋଟିଏ ଗ୍ରୋସରୀ ଦୋକାନ କରି ଚଳୁଥିଲେ। କାଲି ରାତି ପ୍ରାୟ ୧୦ଟା ହେବ।
ଦୋକାନ ଭିତରେ ହାଣିଲେ
ମଣି ନିଜ ଦୋକାନରେ ବସିଥିବା ବେଳେ କିଛି ଅଜଣା ଆକ୍ରମଣକାରୀ ଆସି ତାଙ୍କୁ ଦୋକାନ ଭିତରେ ହାଣି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ଶେଷରେ ଆଖି ବୁଜିଛନ୍ତି ମଣି। ମଣିଙ୍କ ହତ୍ୟା ପୂର୍ବରୁ କାଲି ସନ୍ଧ୍ୟାରେ ରାଣା ପ୍ରତାପ ବୈରାଗୀ ନାମକ ଏହି ହିନ୍ଦୁ ସାମ୍ବାଦିକଙ୍କୁ ବି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ରାଣା ପ୍ରତାପ ଏକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ଥିଲେ। ତାସହ ଜେଶୋର ଜିଲ୍ଲାର କୋପାଲିଆ ବଜାରରେ ତାଙ୍କର ଏକ ଆଇସି ଫ୍ୟାକ୍ଟ୍ରି ବି ରହିଛି। ସନ୍ଧ୍ୟାରେ କିଛି ଅଜଣା ଦୁର୍ବୃତ୍ତ ସେଠି ପହଞ୍ଚି ରାଣାଙ୍କୁ ଫ୍ୟାକ୍ଟ୍ରିରୁ ଡାକି ନେଇ ବିଚ୍ ବଜାରରେ ତାଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରିଥିଲେ।
କେବଳ ଏତିକି ନୁହେଁ, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ନିର୍ଯାତନାର ଆହୁରି ବି ସାଂଘାତିକ ଓ ବର୍ବର ଘଟଣା ଆସିଛି ସାମ୍ନାକୁ। ଗତ ଶନିବାର ଦିନ କାଲିଗଞ୍ଜ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମ। ଦୁଇ ଜଣେ ବ୍ୟକ୍ତି ମହିଳାଙ୍କ ଘରେ ପଶି ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ଗଛରେ ବାନ୍ଧି ଚୁଟି କାଟି ଦେଇଥିଲେ ଓ ଘଟଣାର ଭିଡିଓ ରେକର୍ଡ କରି ଭାଇରାଲ ବି କରିଥିଲେ।
ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ଏବେ ନର୍କ ପାଲଟିଛି ବାଂଲାଦେଶ । ଦିପୁ ଚନ୍ଦ୍ର, ଅମୃତ ମଣ୍ଡଳ, ବଜେନ୍ଦ୍ର ବିଶ୍ୱାସ, ଖୋକନ ଦାସ, ରାଣା ପ୍ରତାପ ଏମିତି ଜଣକ ପରେ ଜଣେ ହିନ୍ଦୁଙ୍କୁ ମାରି ରକ୍ତର ହୋଲି ଖେଳୁଛନ୍ତି ହିଂସାକାରୀ। ମନ ଶାନ୍ତି ନହେଲେ ରାତି ଅଧରେ ହିନ୍ଦୁଙ୍କ ଘର ଜାଳିଦେଉଛନ୍ତି । ଭାରତ ବିରୋଧୀ ଛାତ୍ର ନେତା ଓସମାନ ହାଦିର ହତ୍ୟା ପରଠୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ଧରୁନଥିବା ବେଳେ କେବଳ ଦେଖଣାହାରୀ ସାଜିଛି ୟୁନୁସ୍ ସରକାର। ସେପଟେ ବିଗୁଡ଼ୁଥିବା ଏହି ସ୍ଥିତି ଉପରେ କଡ଼ା ନଜର ରଖିଛି ଭାରତ। ସୀମାକୁ ଆଲର୍ଟରେ ରଖାଯିବା ସହ ପ୍ରତିଟି ସ୍ଥିତିକୁ ଅନୁଧ୍ୟାନ କରାଯାଉଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/06/bangladesh-2026-01-06-20-33-26.jpg)