Advertisment

BLA Attack: ବଲୁଚ୍ ମହିଳାଙ୍କ ଆକ୍ରମଣରେ ଘାଇଲା ପାକିସ୍ତାନ

ବଲୁଚ୍ ମହିଳାଙ୍କ ଆକ୍ରମଣରେ ଘାଇଲା ପାକିସ୍ତାନ। ପାକିସ୍ତାନୀ ସେନାକୁ ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି। ଭାଇରାଲ୍ ହେଉଛି BLA ମହିଳା ଆତ୍ମଘାତୀଙ୍କ ଭିଡିଓ। ମହିଳାମାନଙ୍କ ଆଗରେ ହାର ମାନିଲାଣି ପାକିସ୍ତାନୀ ଆର୍ମି ।

Baloch-Woman-PKG
Advertisment

ବଲୁଚ୍ ମହିଳାଙ୍କ ଆକ୍ରମଣରେ ଘାଇଲା ପାକିସ୍ତାନ। ପାକିସ୍ତାନୀ ସେନାକୁ ଗୋଡ଼ାଇ ଗୋଡ଼ାଇ ମାରୁଛନ୍ତି। ଭାଇରାଲ୍ ହେଉଛି BLA ମହିଳା ଆତ୍ମଘାତୀଙ୍କ ଭିଡିଓ। ମହିଳାମାନଙ୍କ ଆଗରେ ହାର ମାନିଲାଣି ପାକିସ୍ତାନୀ ଆର୍ମି। ବଲୁଚିସ୍ତାନ ଲିବରେସନ୍ ଆର୍ମି ବା BLAର ମହିଳା ଆତ୍ମଘାତୀଙ୍କ ଆକ୍ରମଣରେ ପାକିସ୍ତାନ ହେଲାଣି ଲହୁ ଲୁହାଣ। ଖୋଦ BLA ଏହାର ଏକ ଭିଡ଼ିଓ ଜାରି କରିଛି। ଯେଉଁଥିରେ BLA ମହିଳା ଜଣକ ପାକିସ୍ତାନୀ ସେନା ଉପରେ ଆଖିବୁଜା ଗୁଳି ଚଳାଉଛନ୍ତି। ହାତରେ ବନ୍ଧୁକ, ମୁହଁରେ ହସ ଏବଂ ଆଖି ଆଗରେ ପାକିସ୍ତାନୀ ସେନା। ହାଓ୍ବା ବଲୁଚ୍ ନାମକ ଏହି ମହିଳାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ଏହି ଭିଡ଼ିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି। ପାକିସ୍ତାନୀ ସେନା ତାଙ୍କୁ ସାମ୍ନା କରିପାରୁନଥିବା ଭିଡ଼ିଓରେ କହିଛନ୍ତି ମହିଳା।

Advertisment


ହାୱା ବାଲୁଚ୍ ପାକିସ୍ତାନୀ ସେନା ଉପରେ ଲଗାତାର ଗୁଳି ଚଳାଉଥିବାର ଦେଖାଯାଉଛି। ନିଜକୁ ଜଣେ ବଲୁଚିସ୍ତାନ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବରେ ବର୍ଣ୍ଣନା କରୁଛନ୍ତି। ସେ ବେଲୁଚ ଲୋକଙ୍କୁ ପାକିସ୍ତାନ ବିରୁଦ୍ଧରେ ଠିଆ ହେବାକୁ ନିବେଦନ କରୁଛନ୍ତି। ତାଙ୍କ ଆକ୍ରମଣରେ ପାକିସ୍ତାନୀ ସେନା ଭୟରେ ଆଗକୁ ଆସୁନାହିଁ। ପାକିସ୍ତାନ ତାଙ୍କୁ ସାମ୍ନା କରିବାର ସାହସ ନାହିଁ ବୋଲି କହୁଛନ୍ତି ହାଓ୍ବା ବଲୁଚ୍। ଶେଷରେ ଭୀଷଣ ସଂଘର୍ଷରେ ତାଙ୍କ ମୃତ୍ୟୁ ହେଉଛି। 


BLA ପାକିସ୍ତାନୀ ସେନା ବିରୁଦ୍ଧରେ ଏକ ଅଭିଯାନ ଚଳାଇଛି। ଯାହାକୁ ଏହା ଅପରେସନ୍ ହେରୋଫ୍ ପର୍ଯ୍ୟାୟ 2 ନାମ ଦେଇଛି। BLA ଦାବି ମୁତାବରକ, ବେଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ 40 ଘଣ୍ଟାରୁ ଅଧିକ ସମୟ ଧରି ଏହି ଅପରେସନ୍ ଜାରି ରହିଛି। ଯେଉଁଥିରେ ପାକିସ୍ତାନୀ ସେନା, ପୋଲିସ ଏବଂ ଫ୍ରଣ୍ଟିୟର୍ କର୍ପସର 200 ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ, ଅନେକ ଆତ୍ମଘାତୀ ଆକ୍ରମଣ ମଧ୍ୟ ହୋଇଛି, ଯେଉଁଥିରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ।   

Advertisment
International News Attack Pakistan Army Pakistan BLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ