Advertisment

Australia Bans Social Media: ଅଷ୍ଟ୍ରେଲିଆ ଲାଗୁ କଲା ଚମକାଇଲା ଭଳି ନିୟମ , ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡ଼ିଆକୁ ନା

ପିଲାଙ୍କୁ ବ୍ୟାନ୍ ସୋସିଆଲ୍ ମିଡିଆ । ୧୬ ବର୍ଷରୁ କମ୍ ବୟସର କିଶୋରଙ୍କୁ ମନା ଫେସବୁକ୍, ୟୁଟ୍ୟୁବ୍ ଓ ଇନଷ୍ଟା ଭଳି ୧୦ ପ୍ଲାଟଫର୍ମ । ଭାରତ ନୁହେଁ ଅଷ୍ଟ୍ରେଲିଆ ସରକାର ନେଇଛନ୍ତି ଏଭଳି ବଡ଼ ନିଷ୍ପତ୍ତି ।

SOCIAL-MEDIA-BAN-FOR-16-YEARS

SOCIAL-MEDIA-BAN-FOR-16-YEARS Photograph: (OTV)

Advertisment

ପିଲାଙ୍କୁ ବ୍ୟାନ୍ ସୋସିଆଲ୍ ମିଡିଆ । ୧୬ ବର୍ଷରୁ କମ୍ ବୟସର କିଶୋରଙ୍କୁ ମନା ଫେସବୁକ୍, ୟୁଟ୍ୟୁବ୍ ଓ ଇନଷ୍ଟା ଭଳି ୧୦ ପ୍ଲାଟଫର୍ମ । ଭାରତ ନୁହେଁ ଅଷ୍ଟ୍ରେଲିଆ ସରକାର ନେଇଛନ୍ତି ଏଭଳି ବଡ଼ ନିଷ୍ପତ୍ତି । ଯଦିଓ ଆଜିକା ସମୟରେ ସୋସିଆଲ ମିଡ଼ିଆରେ ସମସ୍ତେ ଆକ୍ଟିଭ୍। ଅପଡେଟ ରହିବାକୁ ସୋସିଆଲ ମିଡିଆ ହିଁ ସାଜିଛି ପ୍ରମୁଖ ମାଧ୍ୟମ। ହେଲେ ପିଲାଙ୍କ ପାଇଁ ସାଜୁଛି କାଳ। ଘଣ୍ଟା ଘଣ୍ଟା ଧରି ଛୋଟ ପିଲାମାନେ ସୋସିଆଲ୍ ମଡିଆରେ ବ୍ୟସ୍ତ ରହୁଛନ୍ତି। ଯାହାକି ସେମାନଙ୍କ ପ୍ରତି ବଡ଼ ବିପଦ ସାଜୁଥିବା ଅନୁଭବ କରି ଅଷ୍ଟ୍ରେଲିଆ ସରକାର ନେଇଛନ୍ତି ବଡ଼ ଡିସିସନ୍। ଆଜିଠୁ ସେ ଦେଶର ସବୁ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍ ନିଷ୍ପତ୍ତି ଲାଗୁ ହୋଇଛି। ଫଳରେ ପିଲାଙ୍କ ମୋବାଇଲରୁ ଡିଲିଟ୍ ହେବାକୁ ଯାଉଛି ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍, ଥ୍ରେଡ୍ସ, ଟିକଟକ୍, ଟ୍ୱିଚ୍, ଏକ୍ସ, ୟୁଟ୍ୟୁବ୍, କିକ୍ ଏବଂ ରେଡିଟ୍ ଭଳି ୧୦ ବଡ଼ ପ୍ଲାଟଫର୍ମ। ଯଦି କୌଣସି କମ୍ପାନୀ ଏହାକୁ ଅବମାନନା କରନ୍ତି ତେବେ ତାକୁ ୪୯. ୫ ମିଲିୟନ ଅଷ୍ଟ୍ରେଲିଆନ୍ ଡଲାର ବା ପ୍ରାୟ ୨୮୩ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯାହାକି ଏକ ଭଲ ନିଷ୍ପତ୍ତି ବୋଲି ଅଭିଭାବକମାନେ କହିଥିବାବେଳେ, ଭାରତରେ ବି ଏଭଳି ନିୟମ କଡ଼ାକଡ଼ି ହେବା ଉଚିତ୍ ବୋଲି କହିଲେଣି।...

Advertisment



ଛୋଟ ପିଲାଙ୍କ ପ୍ରତି କେତେ ଘତକ ସୋସିଆଲ ମିଡିଆ। ୟାଠୁ ଦୂରେଇ ରଖିବାକୁ ବିଶ୍ବବ୍ୟାପୀ ଚାଲିଛି ବିତର୍କ। ୟା ଭିତରେ ଅଷ୍ଟ୍ରେଲିଆ ସରକାରଙ୍କ କଡ଼ା ଆଇନ୍ ପରେ ସେଠିକାର ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ୧୦ ବଡ଼ ପ୍ଲାଟଫର୍ମ ନିଷେଧ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚା। ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ୧୩ ରୁ ୧୫ ବର୍ଷ ବୟସର 
ପ୍ରାୟ ୩ ଲକ୍ଷ ୫୦ହଜାର ଇନଷ୍ଟାଗ୍ରାମ୍ ୟୁଜର୍ସ ଥିବାବେଳେ ଫେସବୁକ୍ ୟୁଜର୍ସଙ୍କ ସଂଖ୍ୟା ଦେଢ଼ ଲକ୍ଷ ଉପରେ। ଏଭଳି ନିୟମ ପରେ ସେଠିକା ସରକାରଙ୍କ ଦାବି, ପିଲାଙ୍କ ଉପରେ ସୋସିଆଲ ମିଡିଆର ନକାରାତ୍ମକ ପ୍ରଭାବ କମିଯିବ। ଏଣେ ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇ ଭାରତରେ ବି ଲାଗୁ କରାଗଲେ ଭଲ ହେବ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଓ ସାଇବର ଏକ୍ସପର୍ଟ।

ମାନସିକ ରୋଗ ବିଶେଷଜ୍ଞଙ୍କ କହିବାନୁସାରେ- ବର୍ତ୍ତମାନ ସମୟରେ ପିଲାଙ୍କ ଭିତରେ ବଢ଼ି ଚାଲିଥିବା ଅବସାଦ, ଆତ୍ମହତ୍ୟାପ୍ରବଣତା ଓ ଏକଲା ପଣରୁ ସେମାନଙ୍କୁ ମୁକ୍ତି ମିଳିବ। ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟରୁ ମଧ୍ୟ ସେମାନେ ବର୍ତ୍ତି ଯିବେ। ସାଙ୍ଗ ଓ ପରିଜନଙ୍କଠାରୁ ବିଚ୍ଛିନ୍ନ ହୋଇ ରହିବାର ମାନସିକତା କମିଯିବ। ସ୍ୱାସ୍ଥ୍ୟଗତ କ୍ଷତିରୁ ମଧ୍ୟ ମୁକୁଳିବେ। ସେହିପରି ସାଇବର ଏକ୍ସପର୍ଟ କହିଛନ୍ତି- କିଶୋର ବୟସର ପିଲାମାନେ ଏବେ ବହୁ ବଡ଼ ବଡ଼ ସାଇବର ଠକେଇର ଶିକାର ହେଉଛନ୍ତି। ଅନଲାଇନ୍ ଗେମିଂରେ ପଡ଼ି ଘୋର ଆର୍ଥିକ କ୍ଷତିରେ ପଡୁଛନ୍ତି। ତେଣୁ ସେମାନେ ଏଥିରୁ ରକ୍ଷା ପାଇଯିବେ।...

ଅଷ୍ଟ୍ରେଲିଆରେ କିଶୋରଙ୍କୁ ସୋସିଆଲ୍ ମିଡିଆ ବ୍ୟାନ୍ ନିଷ୍ପତ୍ତି କେତେ ଫଳପ୍ରଦ ହେଉଛି ଓ ଅନ୍ୟ କେଉଁ ସବୁ ଦେଶ ଏହାକୁ ହୃଦୟଙ୍ଗମ କରୁଛନ୍ତି, ତହା ଦେଖିବାର କଥା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ