Advertisment

Another Hindu Youth Killed: ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ମିସ୍ ଫାୟାର ବୋଲି ସଫେଇ ଦେଲା ଢାକା ପୋଲିସ୍

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା। ବଜେନ୍ଦ୍ର ବିଶ୍ବାସଙ୍କୁ ଢାକାରେ ଗୁଳି ମାରି ହତ୍ୟା। ଢାକାର ଏକ କପଡ଼ା ଗୋଦାମରେ ହୋଇଥିଲା ସଂଘର୍ଷ।

BANGLADESH

BANGLADESH Photograph: (OTV)

Advertisment

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଥମୁନି ନିର୍ଯାତନା। ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କ ପରେ ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଅତି ନିର୍ମମ ଭାବେ ହତ୍ୟା। ଢାକାର ଏକ କପଡ଼ା ଗୋଦାମ ଭିତରେ ବଜେନ୍ଦ୍ର ବିଶ୍ବାସଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ, ବଜେନ୍ଦ୍ର ସେଠି ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। 

Advertisment

ନିଜ ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପରେ ବିବାଦ ବଢ଼ିବା ପରେ ମିସ୍ ଫାୟାର ଯୋଗୁଁ ବଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଢାକା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା। ଯାହା ବାଂଲାଦେଶରେ ହିନ୍ଦୁ ଅଳ୍ପ ସଂଖ୍ୟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘଟଣା ଉପରେ କଡ଼ା ନଜର ରଖାଯାଇଛି।

ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା
ବଜେନ୍ଦ୍ର ବିଶ୍ବାସଙ୍କୁ ଢାକାରେ ଗୁଳି ମାରି ହତ୍ୟା 
ଢାକାର ଏକ କପଡ଼ା ଗୋଦାମରେ ହୋଇଥିଲା ସଂଘର୍ଷ 
ସହକର୍ମୀଙ୍କ ସହ ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ 
ମିସ୍ ଫାୟାର ବୋଲି ସଫେଇ ଦେଲା ଢାକା ପୋଲିସ୍  
ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କ ପରେ ବଜେନ୍ଦ୍ରଙ୍କୁ ହତ୍ୟା

Advertisment
Bangladesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ