Advertisment

Oil or Politics? ଭେନେଜୁଆଲରେ ଆମେରିକାର ଆଟାକ୍, ତେଲ ଲୋଭରେ ଟ୍ରମ୍ପଙ୍କ ଆଟାକ୍ ଚର୍ଚ୍ଚା

ନିଘୋଡ଼ ନିଦରେ ଶୋଇଥିଲା ଭେନେଜୁଏଲା। ଅଧରାତିରେ ଗର୍ଜନ କରି ପଶିଲେ ମାଳମାଳ ଏୟାରକ୍ରାଫ୍ଟ। କିଛି ବୁଝାପଡ଼ିବା ଆଗରୁ... ବିସ୍ଫୋରଣ ଶବ୍ଦ ହେଲା। ଧନାଧନ୍ ମିସାଇଲ୍ ମାଡ଼, ଭୟଙ୍କର ବିସ୍ଫୋରଣ। ଗୋଟାପଣେ ଜଳିଗଲା ଆକାଶ ଛୁଆଁ ଅଟ୍ଟାଳିକା।

VENEZUELA

VENEZUELA Photograph: (OTV)

Advertisment

ବର୍ଷ ଆରମ୍ଭରୁ ବିଶ୍ବରେ ହଲଚଲ୍। ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ। ୭ଟି ସ୍ଥାନରେ ଘନଘନ ମିସାଇଲ୍ ମାଡ଼। ପଳାୟନ ବେଳେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କଲା ଆମେରିକା ସେନା। ସାରା ଭେନେଜୁଏଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିବାବେଳେ ଅଭିଯାନ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସେପଟେ ଆମେରିକାର ମୋଟିଭ୍ ସଫଳ ହେବାକୁ ଦିଆଯିବନି ବୋଲି କଡ଼ା ବାର୍ତ୍ତା ଦେଇଛି ଭେନେଜୁଏଲା।....

Advertisment

ରାତି ପ୍ରାୟ ୨ଟା। ନିଘୋଡ଼ ନିଦରେ ଶୋଇଥିଲା ଭେନେଜୁଏଲା। ଅଧରାତିରେ ଗର୍ଜନ କରି ପଶିଲା ମାଳମାଳ ଏୟାରକ୍ରାଫ୍ଟ। କିଛି ବୁଝାପଡ଼ିବା ଆଗରୁ... ବିସ୍ଫୋରଣ ଶବ୍ଦ ହେଲା। ଧନାଧନ୍ ମିସାଇଲ୍ ମାଡ଼, ଭୟଙ୍କର ବିସ୍ଫୋରଣ। ଗୋଟାପଣେ ଜଳିଗଲା ଆକାଶ ଛୁଆଁ ଅଟ୍ଟାଳିକା। ଯୁଆଡ଼େ ଚାହିଁଲେ ନିଆଁ, ଯୁଆଡ଼େ ଦେଖିଲେ ଧୂଆଁ। 

ଦୁନିଆର ସର୍ବବୃହତ୍ ତୈଳ ଭଣ୍ଡାର ଦେଶ ଉପରେ ଆମେରିକାର ଭୟଙ୍କର ଏୟାରଷ୍ଟ୍ରାଇକ୍
ରାଜଧାନୀ କାରାକାସ ସମେତ ଏକାଧିକ ସ୍ଥାନରେ ଏକାସାଙ୍ଗରେ ମିସାଇଲ୍ ମାଡ଼
ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆରେଷ୍ଟ୍, ହଲଚଲ୍ ବିଶ୍ବ 

Advertisment

ଜରୁରୀକାଳୀନ ସ୍ଥିତି ଘୋଷଣା

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅତି କମ୍ ଉଚ୍ଚତାରୁ ମିସାଇଲ୍ ନିକ୍ଷେପ କରିଥିଲା ଫାଇଟର୍ ଜେଟ୍। ଆମେରିକା ଟାର୍ଗେଟ୍ କରିଥିଲା ଭେନେଜୁଏଲା ରାଜଧାନୀର ଦକ୍ଷିଣ ଅଞ୍ଚଳକୁ। ଯେଉଁଠି ଭେନେଜୁଏଲାର ଏକ ବଡ଼ ସାମରିକ ଘାଟି ରହିଛି। ଆକ୍ରମଣ ଏତେ ଘାତକ ଯେ, କ୍ଷୟକ୍ଷତି ଆକଳନ କରିବା ମୁସ୍କିଲ୍। ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।

ଏପଟେ ଏୟାରଷ୍ଟ୍ରାଇକ୍ ପରେ ଚାଞ୍ଚଲ୍ୟକର ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରାଯାଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି। ଦେଶରୁ ପଳାୟନ ବେଳେ ଦୁହିଁକୁ କବଜାକୁ ନେଇଛି ଆମେରିକା। ସେପଟେ ଆଟାକ୍ ପରଠୁ ଉଭୟ ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ନିଖୋଜ ଥିବାନେଇ ସୂଚନା ଦେଇଛନ୍ତି ଭେନେଜୁଏଲା ଉପରାଷ୍ଟ୍ରପତି।... 

Advertisment

୧୯୮୯ ପାନାମା ଆଟାକ୍ ପରେ ଲାଟିନ୍ ଆମେରିକାର କୌଣସି ଦେଶରେ ସିଧାସଳଖ ହସ୍ତକ୍ଷେପ କରିନଥିଲା ଆମେରିକା। ତେବେ କାହିଁକି ଟ୍ରମ୍ପଙ୍କ ଟାର୍ଗେଟରେ ଭେନେଜୁଏଲା ? କାହିଁକି ଭେନେଜୁଏଲା ଉପରେ ଆମେରିକାର ଏତେ ରାଗ ? ଗତ କିଛି ମାସ ଧରି ଚରମରେ ପହଞ୍ଚିଥିଲା ଆମେରିକା-ଭେନେଜୁଏଲା ତିକ୍ତତା। 

ଏହା ହୋଇପାରେ ଏୟାର ଷ୍ଟ୍ରାଇକର ୫ଟି ସମ୍ଭାବ୍ୟ କାରଣ - 

୧- ଭେନେଜୁଆଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗାଦିଚ୍ୟୁତ ଲକ୍ଷ୍ୟରେ ଟ୍ରଂପ୍
୨-ଭେନେଜୁଆଲା ଫେଣ୍ଟାନିଲ୍ ଭଳି ଡ୍ରଗ୍ ଆମେରିକାକୁ ପଠାଉଥିବା ଆରୋପ
୩- ଟ୍ରଂପ୍ ଙ୍କ ଆରୋପ- ନିଶା ଦ୍ରବ୍ୟ ଓ ତୈଳ ସ୍ମଗଲିଂର ହବ୍ ଭେନେଜୁଆଲା
୪-ଭେନେଜୁଏଲାର ବିଶାଳ ତୈଳ ଭଣ୍ଡାର ଉପରେ ଆମେରିକାର ଆଖି ଥିବା କୁହାଯାଉଛି
୫- ଚୀନ୍, ରୁଷ୍ ଓ ଇରାନ୍ ସହ ଭେନେଜୁଏଲାର ସଂପର୍କକୁ ଟ୍ରମ୍ପ୍ ସହିପାରୁନଥିବା ଚର୍ଚ୍ଚା

ଲାଟିନ୍ ଆମେରିକୀୟ ଡ୍ରଗ୍ସ କାର୍ଟେଲ ବିରୋଧରେ ଅପରେସନ୍ ନାଁରେ ଗତ ସେପ୍ଟେମ୍ବରରୁ କ୍ୟାରିବିଆନ୍ ସମୁଦ୍ର ଏବଂ ପୂର୍ବ ପ୍ୟାସିଫିକ୍ ମହାସାଗରରେ ଭେନେଜୁଏଲାର ଅନେକ ବୋଟ୍ ଉପରେ ଆକ୍ରମଣ କରୁଥିଲା ଆମେରିକା। ଏଥିରେ ୧୦୦ରୁ ଅଧିକ ଲୋକ ନିହତ ହୋଇଛନ୍ତି।

ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ଅଶୋଧିତ ତୈଳ ଭଣ୍ଡାର ରହିଛି, ଯାହାର ୩୦୦ ବିଲିୟନ୍ ବ୍ୟାରେଲରୁ ଅଧିକ। ଏହା ସାଉଦି ଆରବ, ରୁଷ୍ ଓ ଇରାନ ଭଳି ତୈଳ ଉତ୍ପାଦନକାରୀ ଦେଶର କ୍ଷମତାଠାରୁ ମଧ୍ୟ ବେଶୀ। ଟ୍ରମ୍ପଙ୍କ ଆଖି ଭେନେଜୁଏଲାର ତୈଳ ଭଣ୍ଡାର ଉପରେ ପଡ଼ିଥିବା ଅନ୍ତର୍ଜାତୀୟ ସ୍ତରରରେ ଚର୍ଚ୍ଚା ଜୋର୍ ଧରିଛି। ସେପଟେ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଆମେରିକାର ଅଭିଯାନ ସଫଳ ହେବନି ବୋଲି ଭେନେଜୁଏଲା କହିଛି। ଆମେରିକା-ଭେନେଜୁଏଲା ତିକ୍ତତା ଆଗକୁ କେଉଁ ରୂପ ନେଉଛି ତାହା ଉପରେ ବିଶ୍ବର ନଜର।.... 

Attack Venezuela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ