Advertisment

Dipu Das Murder: ଦୀପୁ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ; ବିଶ୍ୱବ୍ୟାପୀ ନିନ୍ଦା ପରେ ବାଧ୍ୟ ହୋଇ ଗିରଫ କଲା ପୋଲିସ

ତାଙ୍କୁ କାର୍ଯ୍ୟସ୍ଥଳରୁ ବାହାରକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ହାତରେ ଛାଡି ଦିଆଯାଇଥିଲା। ଭିଡ଼ରେ ତାଙ୍କୁ ପିଟି ପିଟି ହତ୍ୟା କରି ଶବକୁ ଝୁଲାଇ ନିଆଁ ଲଗାଇ ଦେଇଥିଲେ। ଖବର ଅନୁଯାୟୀ, ତାଙ୍କ ସହକର୍ମୀମାନେ ମଧ୍ୟ ଏହି ହତ୍ୟାରେ ସାମିଲ ଥିଲେ।

Arrest

Arrest Photograph: (OTV)

Advertisment

ବାଂଲାଦେଶର ମୟମେନସିଂହ ଅଞ୍ଚଳରେ ଜଣେ ହିନ୍ଦୁ ଦୀପୁ ଦାସଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ୟାସିନ ଆରାଫାତକୁ ପୋଲିସ ଗିରଫ କରିଛି।

Advertisment

ବାଂଲାଦେଶ ପୋଲିସ କହିଛି ଯେ ଧର୍ମକୁ ନିନ୍ଦା ଅଭିଯୋଗକୁ ନେଇ ଘଟିଥିବା ଏହି ଲିଞ୍ଚିଂ ଘଟଣାରେ ପୂର୍ବତନ ଶିକ୍ଷକ ୟାସିନ ଆରାଫାତ ଯୋଜନା କରି ମୁଖ୍ୟ ଭୂମିକା ନେଇଥିବା ଆଶଙ୍କା କରାଯାଉଛି। ଏହି ଘଟଣା ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ଆଉ ଏକ ଫର୍ଦ୍ଦ ଥିଲା । ଏହାକୁ ନେଇ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା। 

ଗତ ଡିସେମ୍ବର ୧୮ ତାରିଖରେ ମୟମେନସିଂହ ଜିଲ୍ଲାରେ ୨୭ ବର୍ଷୀୟ ଦୀପୁ ଦାସଙ୍କୁ କାରଖାନା ସୁପରଭାଇଜରମାନେ ଜବରଦସ୍ତ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ପରେ ତାଙ୍କୁ କାର୍ଯ୍ୟସ୍ଥଳରୁ ବାହାରକୁ ନେଇ ଉତ୍ତ୍ୟକ୍ତ ଲୋକଙ୍କ ହାତରେ ଛାଡି ଦିଆଯାଇଥିଲା। ଭିଡ଼ରେ ତାଙ୍କୁ ପିଟି ପିଟି ହତ୍ୟା କରି ଶବକୁ ଝୁଲାଇ ନିଆଁ ଲଗାଇ ଦେଇଥିଲେ। ଖବର ଅନୁଯାୟୀ, ତାଙ୍କ ସହକର୍ମୀମାନେ ମଧ୍ୟ ଏହି ହତ୍ୟାରେ ସାମିଲ ଥିଲେ।

Advertisment

ପୋଲିସ କହିଛି ଯେ ଦୀପୁ ଦାସଙ୍କ ହତ୍ୟା ପରେ ଆରାଫାତ ଅଞ୍ଚଳ ଛାଡ଼ି ପଳାଇ ଯାଇ ଲୁଚିଥିଲେ। ଗୁରୁବାର ତାଙ୍କୁ ଗିରଫ କରାଯାଇଛି। ଅଧିକାରୀମାନଙ୍କ ମତାନୁସାରେ, ସେ ଆକ୍ରମଣର ଯୋଜନା କରି ଅନ୍ୟମାନଙ୍କୁ ଏକତ୍ରିତ ହେବାକୁ କହିଥିଲା । ଦୀପୁ ଦାସଙ୍କୁ ମାରିବା ପାଇଁ ସେ ଲୋକମାନଙ୍କୁ ଉସକାଇଥିଲା। ଏହି ଘଟଣାଟି ଘାତକ ରୂପ ନେଇଥିଲା।

ପୋଲିସ ଆହୁରି କହିଛି ଯେ ଆରାଫାତ କେବଳ ଉସକାଇନଥିଲେ, ବରଂ ସେ ବ୍ୟକ୍ତିଗତ ଭାବେ ଦୀପୁ ଦାସଙ୍କୁ ଟାଣି ଟାଣି ନେଇଥିଲା ।  

Advertisment

ମୁଖ୍ୟ ଅଭିଯୁକ୍ତ ଜଣେ ଶିକ୍ଷକ

ଆରାଫାତ ଜଣେ ସ୍ଥାନୀୟ ବାସିନ୍ଦା ଏବଂ ପୂର୍ବରୁ ଏକ ମସଜିଦରେ ଶିକ୍ଷକତା କରୁଥିଲା । ଏହି ଘଟଣାକୁ ନେଇ ତାଙ୍କ ଶିକ୍ଷକ ଭୂମିକା ଏବେ ତଦନ୍ତ ଘେରରେ ରହିଛି । ଆରାଫାତଙ୍କ ଗିରଫ ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୨୧ରେ ପହଞ୍ଚିଛି। ଅଧିକ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

ଡିପୁ ଦାସଙ୍କୁ ହତ୍ୟା ପରେ କିଛି ଦିନ ମଧ୍ୟରେ ବାଂଲାଦେଶରେ ଆଉ ପାଞ୍ଚ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ରାଜବାରୀ ଜିଲ୍ଲାରେ ଅମୃତ ମଣ୍ଡଳଙ୍କୁ ଗାଁ ଲୋକମାନେ ପିଟି ପିଟି ହତ୍ୟା କରିଥିବାବେଳେ ମୟମେନସିଂହରେ ବଜେନ୍ଦ୍ର ବିଶ୍ୱାସଙ୍କୁ ଗୁଳି ମାରି ହତ୍ୟା କରାଯାଇଛି।

Murder Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ