Afghanistan-Stop-River-to-Pak Photograph: (OTV)
ପାକିସ୍ତାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆଫଗାନିସ୍ତାନ ଭାରତର ପଦାଙ୍କ ଅନୁସରଣ କରିଛି। ପହଲଗାମ ଆକ୍ରମଣ ପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଦେଇଥିଲେ। ଏବେ ଆଫଗାନିସ୍ତାନ ଏହି ରଣନୀତି ଆପଣାଇଛି।
ଆଫଗାନିସ୍ତାନ କୁନାର ନଦୀରେ ଏକ ବନ୍ଧ ନିର୍ମାଣ କରି ପାକିସ୍ତାନକୁ ପ୍ରବାହିତ ପାଣିକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ନଦୀ ପାକିସ୍ତାନରେ ମଧ୍ୟ ବହୁଛି। ବନ୍ଧ ନିର୍ମାଣ ହେବା ପରେ, ପାକିସ୍ତାନରେ ନିଶ୍ଚିତ ଭାବରେ ଜଳ ସଙ୍କଟ ଦେଖାଦେବ। ପାଣି ପାଇଁ ହାହାକାର ଖେଳିଯିବ।
ତେବେ ଆଫଗାନିସ୍ତାନକୁ ପରିଚାଳନା କରୁଥିବା ତାଲିବାନର କାର୍ଯ୍ୟକାରୀ ଜଳ ମନ୍ତ୍ରୀ ମୁଲ୍ଲା ଅବଦୁଲ ଲତିଫ ମନସୁର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛନ୍ତି ଯେ ଏହି ନିର୍ଦ୍ଦେଶ ସର୍ବୋଚ୍ଚ ନେତା ମୌଲବୀ ହିବତୁଲ୍ଲାଙ୍କଠାରୁ ଆସିଛି।
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ସଂଘର୍ଷ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ପାକିସ୍ତାନ କାବୁଲ ଉପରେ ବିମାନ ଆକ୍ରମଣ କରିଥିଲା, ଆଉ ଦାବି କରିଥିଲା ଯେ ସେ ତେହରିକ-ଏ-ତାଲିବାନ ପାକିସ୍ତାନକୁ ଟାର୍ଗେଟ କରୁଛି। ଏହାର ପ୍ରତି ଜବାବରେ, ତାଲିବାନ ସୀମା ଆରପାରିରେ ଥିବା ପାକିସ୍ତାନୀ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରିଥିଲା।
ଏଥିରେ ଉଭୟ ପକ୍ଷର ଡଜନ ଡଜନ ସୈନିକ ମୃତ୍ୟୁବରଣ କରିଥିଲେ। ଶେଷରେ, କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଯୁଦ୍ଧବିରତି ହୋଇଛି ସତ କିନ୍ତୁ ଆଭ୍ୟନ୍ତରୀଣ ଉତ୍ତେଜନା ଶାନ୍ତ ହୋଇନି।
ତେବେ କୁନାର ନଦୀରେ ନଦୀବନ୍ଧ ନିର୍ମାଣ ନିଷ୍ପତ୍ତି ପାକିସ୍ତାନ ପାଇଁ ଆଉ ଏକ ଝଟ୍କା ହେବ। କାରଣ ଭାରତ ପୂର୍ବରୁ ସିନ୍ଧୁ ନଦୀ ଚୁକ୍ତିନାମାକୁ ସ୍ଥଗିତ କରିସାରିଛି। ଏବେ ପାକିସ୍ତାନ ଦୁଇଟି ସମ୍ମୁଖ ଜଳ ଯୁଦ୍ଧରେ ଫସିଯାଇଛି। ଏଥିରୁ ଜଣାଯାଉଛି ପାକିସ୍ତାନର ପରିସ୍ଥିତିକୁ ଆହୁରି ଖରାପ ହେବ, ସେ ପାଣି ପାଇଁ ଛଟପଟ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/afghanistan-stop-river-to-pak-2025-10-25-15-41-18.jpg)