Advertisment

Skywatchers Alert: କାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଆକାଶରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୁପରମୁନ୍

ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୁପରମୁନ୍। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ ।

SuperMoon

SuperMoon Photograph: (OTV)

Advertisment

କାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୁପରମୁନ୍। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ ।

Advertisment

ସୂର୍ଯ୍ୟାସ୍ତ ପରଠାରୁ ସାରାରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଖାଲିଆଖିରେ ଦେଖିହେବ। ବର୍ଷ ଶେଷକୁ ଦେଖିବାକୁ ମିଳିବ ଆଉ ଦୁଇଟି ସୁପରମୁନ୍। ନଭେମ୍ବର ୨୪ରେ ଦ୍ବିତୀୟ ଓ ଡିସେମ୍ବର ୨୩ ତାରିଖରେ ତୃତୀୟ ସୁପରମୁନ୍ ଦେଖାଯିବ।

ଏହାଛଡ଼ା ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ ବା ଛୋଟ ଚନ୍ଦ୍ର ଦେଖାଯିବ। ଯାହା ସୁନ୍ଦର ମହାଜାଗତିକ ଦୃଶ୍ୟ ସୃଷ୍ଟି କରିବ । ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ । ସୁପରମୁନ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ ।

Advertisment

ଏ ବର୍ଷ ୩ଟି ସୁପରମୁନ୍ 

କାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
କାଲି ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୁପରମୁନ୍
କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ
୧୪% ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ ଜହ୍ନ
ସୂର୍ଯ୍ୟାସ୍ତ ପରଠାରୁ ଖାଲି ଆଖିରେ ଦେଖିହେବ
ବର୍ଷ ଶେଷକୁ ଦେଖିବାକୁ ମିଳିବ ଆଉ ୨ଟି ସୁପରମୁନ୍
ନଭେମ୍ବର ୨୪ରେ ଦ୍ବିତୀୟ ଓ ଡିସେମ୍ବର ୨୩ରେ ତୃତୀୟ ସୁପରମୁନ୍
ମେ ୧, ମେ ୩୧ ଏବଂ ଜୁନ୍ ୨୯ରେ ମାଇକ୍ରୋମୁନ

Moon Biggest Supermoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ