public execution Photograph: (OTV)
ଆପଣମାନେ ଅନେକ ସମୟରେ ସାର୍ବଜନୀନ ମୃତ୍ୟୁଦଣ୍ଡ ବିଷୟରେ ଶୁଣିଥିବେ। କିନ୍ତୁ ଏବେ ଏମିତି ଏକ ଖବର ସାମନାକୁ ଆସିଛି, ଯାହାକୁ ଶୁଣିଲେ ଆପଣମାନଙ୍କ ଲୋମ ଟାଙ୍କୁରି ଉଠିବ। ଏହି ସାର୍ବଜନୀନ ମୃତ୍ୟୁଦଣ୍ଡ ଦିଆ ଯାଉଥିବା ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖା ଦେଇଛି ଯେ, ମୃତ୍ୟୁଦଣ୍ଡ ଦେଖିବା ପାଇଁ ହଜାର ହଜାର ଲୋକ ଭିଡ ଜମାଇଛନ୍ତି।
ତାଲିବାନ ଶାସନାଧୀନ ଆଫଗାନିସ୍ତାନର (Afghanistan) ଖୋଷ୍ଟ ପ୍ରଦେଶର ଏକ ଷ୍ଟାଡିୟମରେ ଗୋଟିଏ ପରିବାରର ୧୩ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଏକ ୧୩ ବର୍ଷୀୟ ବାଳକକୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଛି। ସର୍ବସାଧାରଣରେ ମୃତ୍ୟୁ ଦଣ୍ଡ ଦିଆଯିବା ସମୟରେ ୮୦ ହଜାର ଲୋକ ଦେଖିବା ପାଇଁ ଭିଡ ଲଗାଇଥିଲେ। ଏକ ଷ୍ଟାଡିୟମରେ ମୃତ୍ୟୁଦଣ୍ଡ ସ୍ବରୂପ ତାଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ତାଲିବାନ ମୁଖ୍ୟ ହିବାତୁଲ୍ଲା ଆଖୁନ୍ଦଜାଦାଙ୍କ ଅନୁମୋଦନ କ୍ରମେ ଆଫଗାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ମୃତ୍ୟୁଦଣ୍ଡ ଦିଆଯାଇଥିଲା।
ହତ୍ୟାକାଣ୍ଡର ଶିକାର ହୋଇଥିବା ପରିବାର କ୍ଷମାର ବିକଳ୍ପକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବଂ କିସାସ୍ (ପ୍ରତିଶୋଧ) ଭାବରେ ମୃତ୍ୟୁଦଣ୍ଡ ପାଇଁ ଦାବି କରିଥିଲେ। ମୃତକଙ୍କ ସମ୍ପର୍କୀୟଙ୍କ ସମେତ ହଜାର ହଜାର ଲୋକ ଖୋଷ୍ଟର କ୍ରୀଡା ଷ୍ଟାଡିୟମରେ ମୃତ୍ୟୁଦଣ୍ଡ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ।
ସୂଚନା ମୁତାବକ, ପ୍ରାୟ ୧୦ ମାସ ପୂର୍ବେ ମଙ୍ଗଲ ଅଲି ଶିର ଏବଂ ଟେରେଜିଓ ଅଞ୍ଚଳରେ ରହୁଥିବା ଜଣେ ଖୋଷ୍ଟ ବାସିନ୍ଦା ଅବଦୁଲ ରହମାନ ସମେତ ତାଙ୍କ ପରିବାରର ୧୩ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଯେଉଁଥିରେ ନଅ ଜଣ ପିଲା ମଧ୍ୟ ଥିଲେ। ତାଙ୍କୁ ନିମ୍ନ ଅଦାଲତ, ଅପିଲ୍ କୋର୍ଟ ଏବଂ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ସାର୍ବଜନୀନ ମୃତ୍ୟୁଦଣ୍ଡ ଦେଇଥିଲେ। ଅଭିଯୁକ୍ତକୁ ଷ୍ଟାଡିୟମରେ ପାଞ୍ଚ ଥର ଗୁଳି ଚାଳନା କରାଯାଇଥିଲା। ତାଲିବାନ ଏହାକୁ "ଈଶ୍ୱରୀୟ ଆଦେଶ" ବୋଲି କହିଥିଲା।
ଏହି ସାର୍ବଜନୀନ ମୃତ୍ୟୁଦଣ୍ଡକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା। ଆଫଗାନିସ୍ତାନ ଉପରେ ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ରିଚାର୍ଡ ବେନେଟ୍ ଏହାକୁ "ଅମାନବୀୟ, ନିଷ୍ଠୁର ଏବଂ ଆନ୍ତର୍ଜାତୀୟ ଆଇନର ବିପରୀତ" ବୋଲି କହିଥିଲେ। ସେ ସାର୍ବଜନୀନ ମୃତ୍ୟୁଦଣ୍ଡ ଉପରେ ସ୍ଥଗିତ ରଖିବାକୁ ମଧ୍ୟ ଆହ୍ୱାନ କରିଥିଲେ। ମାନବାଧିକାର ସଂଗଠନଗୁଡ଼ିକ ତାଲିବାନ କୋର୍ଟରେ ସ୍ୱଚ୍ଛତା ଏବଂ ନିରପେକ୍ଷତାର ଅଭାବକୁ ସମାଲୋଚନା କରିଛନ୍ତି।
୨୦୨୧ ମସିହାରେ ତାଲିବାନ କ୍ଷମତାକୁ ଫେରିବା ପରେ ଏହା ଏପରି ଏକାଧିକ ଥର ନ୍ୟାୟିକ ମୃତ୍ୟୁଦଣ୍ଡ ମିଳି ସାରିଲାଣି। ୨୦୨୧ରେ ଆମେରିକା ଏବଂ ନାଟୋ ସେନା ପ୍ରତ୍ୟାହାର ପରେ ତାଲିବାନ ପୁନର୍ବାର କ୍ଷମତା ହାସଲ କରିବା ପରଠାରୁ ଏହି ମୃତ୍ୟୁଦଣ୍ଡ ତାଲିବାନ ଦ୍ୱାରା କରାଯାଇଥିବା ୧୧ତମ ନ୍ୟାୟିକ ମୃତ୍ୟୁଦଣ୍ଡ ଥିଲା।
ଉଲ୍ଲେଖନୀୟ ଯେ ତାଲିବାନମାନେ ୧୯୯୦ ଦଶକ ପରି କଠୋର ଶରିଆ ପ୍ରଥା ପୁନଃ ପ୍ରଚଳନ କରିଛନ୍ତି, ଯେଉଁଥିରେ ସାର୍ବଜନୀନ ଫାଶୀ, ଚାବୁକ ମାଡ଼ ଏବଂ ଗୁଳିମାଡ଼ ଅନ୍ତର୍ଭୁକ୍ତ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/03/public-execution-2025-12-03-14-27-20.jpg)