Advertisment

13-Year-Old Afghan Boy: ୯୦ ମିନିଟ୍ ମୃତ୍ୟୁର ଯାତ୍ରା, କାବୁଲରୁ ଦିଲ୍ଲୀ ଆକାଶକୁ ଉଡ଼ି ଉଡ଼ି ଆସିଲେ

ଆଫଗାନିସ୍ତାନରୁ ଜଣେ ୧୩ ବର୍ଷର ବାଳକ ଦିଲ୍ଲୀ ପହଞ୍ଚିଗଲେ  କିନ୍ତୁ ପ୍ଲେନର ପାସେଞର ‍ଭାବେ ନୁହେଁ ବରଂ ଏୟାରପ୍ଲେନରେ ହ୍ବିଲ୍ ଓେଲରେ ବସି । ଯାହା ବିଶ୍ବାସ କରିବା କଷ୍ଟ କାରଣ  ପ୍ଲେନ ଯେତେ ଉପରେ ଉଡେ ସେଇଠି ଅକ୍ସିଜେନର ମାତ୍ରା ବହୁତ କମ୍ ହୋଇଥାଏ ।

AFAGANISTAN BOY

AFAGANISTAN BOY Photograph: (OTV)

Advertisment

ଆଫଗାନିସ୍ତାନରୁ ଜଣେ ୧୩ ବର୍ଷର ବାଳକ ଦିଲ୍ଲୀ ପହଞ୍ଚିଗଲେ  କିନ୍ତୁ ପ୍ଲେନର ପାସେଞର ‍ଭାବେ ନୁହେଁ ବରଂ ଏୟାରପ୍ଲେନରେ ହ୍ବିଲ୍ ଓେଲରେ ବସି । ଯାହା ବିଶ୍ବାସ କରିବା କଷ୍ଟ କାରଣ  ପ୍ଲେନ ଯେତେ ଉପରେ ଉଡେ ସେଇଠି ଅକ୍ସିଜେନର ମାତ୍ରା ବହୁତ କମ୍ ହୋଇଥାଏ ,ପବନ ଏତେ ଜୋରରେ ବହିଥାଏ ଯେ ପ୍ଲେନ ବାହାରେ ରହି ଜଣେ ମଣିଷ ବଞ୍ଚିରହିବା ମୁସ୍କିଲ

Advertisment

କିନ୍ତୁ କେମିତି ବଞ୍ଚିପାରିଲା ଏହି ବାଳକ । ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି  ।  ସବୁଠାରୁ ବଡ ପ୍ରଶ୍ନ  ଏତେ ସୁରକ୍ଷା ଥାଇ କେମିତି ସେହି ବାଳକ ଜଣଙ୍କ ପ୍ଳେନ ପଙ୍ଖା ପାଖରେ ରହିଗଲେ। କିପରି କେହି କେମିତି ଜାଣିପାରିଲେ ନାହିଁ । 

୯୦ ମିନିଟ୍  ଆକାଶରେ

କାବୁଲରୁ  କାମ୍ ,ଏୟାରଲାଇନସ୍ ଫ୍ଲାଇଟ୍ RQ 4401 ଦିଲ୍ଲୀ ଅଭିମୁଖେ ବାହାରିଥିଲା । ୯୦ ମିନିଟରେ ଦିଲ୍ଲୀରେ  ଯାତ୍ରାମାନଙ୍କୁ ନେଇ ପହଞ୍ଚଥିଲା   ଦିଲ୍ଲୀରେ ପହଞ୍ଚିଲା ବେଳକୁ ସୁରକ୍ଷାକର୍ମୀମାନେ  ଦେଖିବାକୁ ପାଇଲେ ଏହି ବାଳକଙ୍କୁ। ଆଫଗାନିସ୍ତାନର ୧୩ ବର୍ଷର ବାଳକ ଏଭଳି ଦୁଃସାହସିକ ପଦକ୍ଷେପ ନେଇଛନ୍ତି ଯାହା ଦେଖି ଓ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Advertisment

୯୦ ମିନିଟ୍  ଆକାଶରେ ରହିଲେ ବାଳକ । କାବୁଲରୁ ଯେତେବେଳେ ଫ୍ଲାଇଟ୍ ଉଡିବାକୁ ଆରମ୍ଭ କଲେ ସେତେବେଳେ ଏହି ବାଳକ ଜଣଙ୍କ ଫ୍ଲାଇଟର ପଛ ପଟ ଚକ ଭିତରେ ଲୁଚିଗଲେ । ଯେତେବେଳ ଦିଲ୍ଲୀରେ ଫ୍ଲଇଟ ଳ୍ୟାଣ୍ଡ କଲା ସେତେବେଳ ସୁରକ୍ଷାକର୍ମିମାନେ ଏହା ଜାଣିପାରିଲେ।

ସୁରକ୍ଷାକର୍ମି ପରେ ଯାଞ୍ଚ କରିବାପରେ ଜାଣିବାକୁ ପାଇଲେ ଏହି ବାଳକଟି  ଆଫଗାନିସ୍ତାନରେ ରୁହନ୍ତି ଆଉ ଇରାନ ଯିବାକୁ ଚାହୁଥିଲେ କିନ୍ତୁ ଭୁଲବଶଚଃ ଭାରତ ଆସିଯାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏୟାରପୋର୍ଟରେ ,ଏତେ ସୁରକ୍ଷା ଭିତରେ ୧୩ ବର୍ଷର ଜଣେ ବାଳକ ଏଭଳି କିଭଳି କରିପାରିଲେ ଅଥଚ କାହାର ନଜରକୁ କେମିତି ଆସିପାରିଲେ ନାହିଁ।  

Advertisment

Afghan Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ