ATM-card-stuck-in-machine Photograph: (OTV)
ବେଳେବେଳେ ଆପଣ ଏଟିଏମରୁ ଟଙ୍କା ଉଠାଣ ପାଇଁ କାର୍ଡ ପୂରାନ୍ତି ହେଲେ ଟଙ୍କା ତ ଉଠେନି ଓଲଟା କାର୍ଡ ମେସିନ୍ରେ ଅଟକିଯାଏ । ଏମିତି ସ୍ଥିତିରେ ଅନେକ ଲୋକ ଡରିଯାଆନ୍ତି । ହଡବଡିରେ ସିକ୍ୟୁରିଟି ଗାର୍ଡକୁ ଡକାନ୍ତି ନହେଲେ କାର୍ଡକୁ ଟାଣି ବାହାର କରିବାକୁ ଚେଷ୍ଟା କରନ୍ତି । ଏ ସମସ୍ୟାରୁ କିପରି ବାହାରିବେ ତାହା ଖୁବ୍ କମ୍ ଲୋକ ଜାଣିଥିବେ । ଆପଣ ବି ସଠିକ୍ ଟ୍ରିକ୍ ଜାଣିଥିଲେ ହେବେନି ହଇରାଣ । ଯଦି ଆପଣଙ୍କ ସହ ଏମିତି କେବେ ଘଟେ ତାହାଲେ କଣ କରିବେ ଜାଣିରଖନ୍ତୁ ।
ଏଟିଏମ ମେସିନ୍ ଲିଙ୍କ୍ ଫେଲ୍ ହେବା, ଟେକ୍ନିକାଲ ସମସ୍ୟା କିମ୍ବା ଡିଟେଲ୍ସ ଦେବାରେ ଅଧିକ ବିଳମ୍ବ ହେଲେ ମେସିନ୍ରେ ଫସିଯାଇଥାଏ କାର୍ଡ । ବେଳେବେଳେ ପାୱାର କଟ୍, କନେକ୍ସନ ଏରର କିମ୍ବା ବାରମ୍ବାର ଭୁଲ୍ ପିନ୍ ଦେବା ଯୋଗୁଁ ବି କାର୍ଡ ଅଟକି ଯାଇଥାଏ ।
ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ:
ଟଙ୍କା ଉଠାଣ ବେଳେ ଏଟିଏମରେ କାର୍ଡ ଫସିଗଲେ ଆଦୌ ଡରନ୍ତୁ ନାହିଁ ।
ସର୍ବପ୍ରଥମେ ବ୍ୟାଙ୍କର 24x7 କଷ୍ଟମର କେୟାରକୁ କଲ୍ କରି କାର୍ଡ ହଟଲିଷ୍ଟେଡ୍ କିମ୍ବା ବ୍ଲକ୍ କରିପାରିବେ । ହଟଲିଷ୍ଟର ଅର୍ଥ ଆପଣଙ୍କ କାର୍ଡ permanently ବ୍ଲକ୍ ହୋଇଯିବ । କେବେ ବି ବ୍ଲକ୍ ନକରିବା ଯାଏଁ କାର୍ଡକୁ ଏଟିଏମ୍ ମେସିନ୍ରେ ଛାଡିକି ଆସନ୍ତୁ ନାହିଁ ।
କାର୍ଡ ଅଟକିଗଲେ ତୁରନ୍ତ ଆପଣ ନିଜ ବ୍ୟାଙ୍କର କଷ୍ଟମର କେୟାରକୁ କଲ୍ କରି ATM ର ଲୋକେସନ୍ ଓ ସମସ୍ତ ସୂଚନା ଦିଅନ୍ତୁ । ବ୍ୟାଙ୍କ ଆପଣଙ୍କୁ ଦୁଇଟି ଅପ୍ସନ ଦିଏ, ପ୍ରଥମ- ଆପଣ ନିଜ କାର୍ଡ କ୍ୟାନସଲ୍ କରି ଏକ ନୂଆ କାର୍ଡ ମଗାଇପାରିବେ । ଆଉ ଦ୍ୱିତୀୟଟି ହେଲା, କାର୍ଡ ମେସିନ୍ରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିପାରିବେ ।
ଯଦି ଆପଣଙ୍କୁ ଲାଗେ କି କାର୍ଡ ଅନ୍ୟ କାହା ହାତରେ ପଡି ଭୁଲ୍ ବ୍ୟବହାର ହେବ ତାହେଲେ ତୁରନ୍ତ ଏହାକୁ ବ୍ଲକ୍ କରିପାରିବେ । ୭ରୁ ୧୦ ଦିନ ଭିତରେ ଆପଣଙ୍କ ଠିକଣାରେ ନୂଆ କାର୍ଡ ଆସିଯିବ ।
ଏହାଛଡା ଆପଣ ଏଟିଏମ୍ରେ କ୍ୟାସ୍ ଭରୁଥିବା ଟିମ୍କୁ ଜଣାଇପାରିବେ । ଏହି ଟିମ୍ ଏଟିଏମ୍ରୁ କାର୍ଡ ବାହାର କରି ବ୍ୟାଙ୍କରେ ଜମା କରିଦେବ । ପରେ ଆପଣ ନିଜ ପରିଚୟ ପତ୍ର ଦେଖାଇ କାର୍ଡ ନେଇପାରିବେ ।
ଯଦି ଆପଣଙ୍କ ସହ କେବେ ଏମିତି ଘଟେ ତାହେଲେ ବ୍ୟାଙ୍କ କଷ୍ଟମର କେୟାରକୁ କଲ୍ କରି କାର୍ଡ ବ୍ଲକ୍ କରିଦେବା ସବୁଠୁ ସୁରକ୍ଷିତ ଉପାୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/24/atm-card-stuck-in-machine-2025-11-24-12-51-47.jpg)