Advertisment

VISWASS School and College of Nursing: କରୁଣା, ଦାୟିତ୍ୱ ଓ ନୀତିର ଶପଥ; ଭିସ୍ୱାସ୍ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ

ଭିସ୍ୱାସ୍ ସ୍କୁଲ୍ ଏବଂ କଲେଜ୍ ଅଫ୍ ନର୍ସିଂର ପ୍ରଥମ ବର୍ଷ GNM ଏବଂ B.Sc. ନର୍ସିଂ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ମଲ୍ଟିପର୍ପୋଜ୍ ହଲ୍‌ରେ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା।

VISWASS School and College of Nursing

VISWASS School and College of Nursing Photograph: (OTV)

Advertisment

ଭିସ୍ୱାସ୍ ସ୍କୁଲ୍ ଏବଂ କଲେଜ୍ ଅଫ୍ ନର୍ସିଂର ପ୍ରଥମ ବର୍ଷ GNM ଏବଂ B.Sc. ନର୍ସିଂ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ମଲ୍ଟିପର୍ପୋଜ୍ ହଲ୍‌ରେ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା।

Advertisment

କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ଓ ଗୋଷ୍ଠୀ ସଙ୍ଗୀତ ସହ ହୋଇଥିଲା। ପ୍ରଧାନାଚାର୍ଯ୍ୟା ପ୍ରଫେସର୍ ସତ୍ୟଭାମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଉତ୍କଳ ହସ୍ପିଟାଲ୍, ଭୁବନେଶ୍ୱରର ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ମୋନାଲିଶା ପଣ୍ଡା ନର୍ସିଂ ଶପଥର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ଅଲୋଚନା କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ନୀତି, କରୁଣା ଓ ଦାୟିତ୍ୱବୋଧ ସହ ରୋଗୀ ସେବା କରିବାକୁ ଆହ୍ୱାନ କରିଥିଲେ। ପରେ ସେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

Advertisment

ମୁଖ୍ୟ ଅତିଥି ଡା. ଏ. କେ. ବାହିନୀପତି, ପ୍ରଧାନାଚାର୍ଯ୍ୟ, ଭିସ୍ୱାସ୍ ପ୍ୟାରାମେଡିକାଲ୍ କଲେଜ୍, ଛାତ୍ରଛାତ୍ରୀମାନଙ୍କୁ ନର୍ସିଂ ପେଶା ଚୟନ କରିଥିବାରେ ପ୍ରଶଂସା କରିଥିଲେ ଏବଂ ସଂସ୍ଥାନର ଉତ୍କୃଷ୍ଟ ଶିକ୍ଷା ସୁବିଧା ବିଷୟରେ ଉଲ୍ଲେଖ କରିଥିଲେ।

ସଚିବ ଡା. ନନ୍ଦିନୀ ଘରାଇ ଓ ଅଧ୍ୟକ୍ଷ ଡା. ପ୍ରଜ୍ଞାନ ରଞ୍ଜନ ଘରାଇଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା। ଶେଷରେ ଅତିଥି ସମ୍ମାନ ଓ ଧନ୍ୟବାଦ ଜ୍ଞାପନ ସହ ଉତ୍ସବର ସମାପନ ହୋଇଥିଲା।

Advertisment
Nursing College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ