The Tribes Eats Human Photograph: (OTV)
ଆପଣ ଅନେକ ପ୍ରକାର ଜନଜାତି ବିଷୟରେ ଜାଣିଥିବେ, ଯାହାଙ୍କର ଜୀବନଶୈଳୀ, ଖାଦ୍ୟପେୟ ଓ ପରମ୍ପରା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ହେଲେ କେବେ ଏମିତି ଏକ ଜନଜାତି ବିଷୟରେ ଶୁଣିଛନ୍ତି କି, ଯିଏ ମଣିଷ ମାଂସ ଖାଆନ୍ତି । ରକ୍ତ ପିଅନ୍ତି । ଆଉ ମଣିଷର ଖପୁରିକୁ କାଟି ରୋଷେଇ କରନ୍ତି । କାନକୁ ବିଶ୍ୱାସ ହେଉନଥିଲେ ବି ଏ କଥା ପୂରାପୂରି ସତ । ଏହି ଜନଜାତିରେ ପ୍ରଚଳିତ ପ୍ରଥା ସମ୍ପର୍କରେ ଜାଣିଲେ ଆପଣଙ୍କର ଲୋମଟାଙ୍କୁରି ଯିବ ।
ମଣିଷ ମାଂସ ଖାଉଥିବା ଏହି ଜନଜାତିର ନାଁ 'ଅସ୍ମତ' । ଇଣ୍ଡୋନେସିଆର ଦକ୍ଷିଣ ପାପୁଆ ପ୍ରଦେଶରେ ଏମାନେ ବସବାସ କରନ୍ତି । ଅସ୍ମତ ଜନଜାତିରେ ମଣିଷ ଶିକାର ଏକ ସାଧାରଣ ଘଟଣା । ଏହି ଜନଜାତିର ପୁରୁଷମାନେ ଶତ୍ରୁ ଶିକାର କରନ୍ତି, ଯାହାକି ସାଧାରଣତଃ ମଣିଷ ହୋଇଥାନ୍ତି । ତାଙ୍କୁ ମାରିବା ପରେ ମୁଣ୍ଡ ଖାଆନ୍ତି । ଖାଲି ଏତିକି ନୁହେଁ ମାଂସ ଖାଇବା ପରେ ଖପୁରୀକୁ ମଝିରୁ କାଟି ତାଟିଆ ଭଳି ବ୍ୟବହାର କରନ୍ତି । ଆଉ ମାରିଥିବା ମଣିଷର ହାଡକୁ ବାହାର କରି ନିଜ ଦେହରେ ମାଳ କରି ପିନ୍ଧନ୍ତି, ଯାହାକି ସେମାନଙ୍କ ପୁରୁଷତ୍ୱର ପ୍ରତୀକ ଭାବେ ଦେଖାଯାଏ । ଆଉ ମଣିଷ ରକ୍ତ ଏମାନଙ୍କ ପ୍ରିୟ ପାନୀୟ ।
ଏକ ମିଡିଆ ରିପୋର୍ଟ ଅନୁସାରେ, ଅସ୍ମତ ଜନଜାତିର ଲୋକେ ଅତ୍ୟନ୍ତ ଧାର୍ମିକ ଅଟନ୍ତି । ଏମାନଙ୍କ ପ୍ରଥା ଯେତିକି ବିଚିତ୍ର ତା'ଠୁ ଅଧିକ ଭୟଙ୍କର । ସେମାନେ ମଣିଷକୁ ଗଛ ସହ ତୁଳନା କରନ୍ତି । ଆଉ ମଣିଷର ମୁଣ୍ଡକୁ ଫଳ ଭାବନ୍ତି । ସେମାନଙ୍କ ବିଶ୍ୱାସ, କୌଣସି ମଣିଷ ମାରି ଖାଇବା ଦ୍ୱାରା ମୃତକ ଦେହରେ ଥିବା ସମସ୍ତ ଶକ୍ତି ଓ କୌଶଳ ତାଙ୍କ ଦେହକୁ ଚାଲିଆସିଥାଏ ଓ ସେମାନେ ଅଧିକ ଶକ୍ତିଶାଳୀ ହୋଇଥାନ୍ତି ।
ଏମାନଙ୍କ ବେଶଭୂଷା କଥା ଯଦି କହିବା, ଏହି ଜନଜାତିର ଲୋକେ ନିଜ ମୁହଁରେ ରଙ୍ଗ ବୋଳନ୍ତି ଓ ମୁଣ୍ଡରେ ଟୋପି ପିନ୍ଧନ୍ତି । ନ୍ୟୁ ଗିନି ଦ୍ୱୀପର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ଅତ୍ୟନ୍ତ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଏହି ଜନଜାତି ବସବାସ କରନ୍ତି । ଏମାନଙ୍କ ଜନସଂଖ୍ୟା ପ୍ରାୟ ୧ ଲକ୍ଷରୁ ଅଧିକ । ୧୯୬୧ରେ ଆମେରିକାର ଧନୀ ବ୍ୟବସାୟୀ ଡ. ରକଫେଲରଙ୍କ ନାତି ମାଇକେଲ ରକଫେଲରଙ୍କ ମୃତ୍ୟୁ ପରେ ଅସ୍ମତ ଜନଜାତି ଅଧିକ ଚର୍ଚ୍ଚାକୁ ଆସିଥିଲା । ମାଇକେଲ ଏହି ଜନଜାତିଙ୍କ ଉପରେ ରିସର୍ଚ୍ଚ କରିବାକୁ ଯାଇଥିବାବେଳେ ସେମାନେ ତାଙ୍କୁ ମାରି ଖାଇଯାଇଥିବା ଚର୍ଚ୍ଚା ହୁଏ । ତେବେ ଏହି ଜନଜାତି ସମ୍ପ୍ରଦାୟରେ ମଣିଷ ମାଂସ ଖାଇବାର ପ୍ରଥା ଧୀରେ ଧୀରେ ବନ୍ଦ ହୋଇଯାଇଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/04/the-tribes-eats-human-2026-01-04-13-37-54.jpg)