Advertisment

Viral Video: କୋଟିପତି କୁକୁର, ପିନ୍ଧୁଛି ୫୦ ତୋଳା ସୁନାର ଚେନ୍

କୋଟିପତି କୁକୁର। ପିନ୍ଧୁଛି ମୋଟା ସୁନା ଚେନ୍। ୧୦ କି ୨୦ ଗ୍ରାମ ନୁହେଁ, କୁକୁରଟି ୫୦ ତୋଳାର ସୁନା ଚେନ୍ ପିନ୍ଧେ। ଯାହାକୁ ଗ୍ରାମ ହିସାବରେ ଦେଖିଲେ ୫୮୩ ଗ୍ରାମ୍।

Viral-Dog-Gold-Chain

Viral-Dog-Gold-Chain Photograph: (OTV)

Advertisment

କୋଟିପତି କୁକୁର। ପିନ୍ଧୁଛି ମୋଟା ସୁନା ଚେନ୍। ୧୦ କି ୨୦ ଗ୍ରାମ ନୁହେଁ, କୁକୁରଟି ୫୦ ତୋଳାର ସୁନା ଚେନ୍ ପିନ୍ଧେ। ଯାହାକୁ ଗ୍ରାମ ହିସାବରେ ଦେଖିଲେ ୫୮୩ ଗ୍ରାମ୍। ବର୍ତ୍ତମାନ ସୁନା ମାର୍କେଟ୍‌କୁ ଦେଖିଲେ, ୧୦ ଗ୍ରାମ ସୁନାର ଦାମ ପାଖାପାଖି ୧ ଲକ୍ଷ ୧୫ ହଜାର ରହିଛି। ଏହି ହିସାବରେ ୫୦ ତୋଳା ସୁନାର ଦାମ ପାଖାପାଖି ୬୦ ଲକ୍ଷ ହେବ।
ଆପଣ ଅନେକ ଫ୍ୟାଶନେବଲ୍ ଏବଂ ଡିଜାଇନର୍ କୁକୁର ଦେଖିଥିବେ, କିନ୍ତୁ ଏହି ସୁନା ଚେନ୍ ପିନ୍ଧା କୁକୁର ବିଷୟରେ ଜାଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏହି ୫୦ ତୋଳାର ସୁନା ଚେନ୍ ପିନ୍ଧା କୁକୁରର ନାଁ ଟାଇସନ୍ ହୋଇଥିବା ବେଳେ ସେ ଏକ ଜୁଏଲାରୀ ଦୋକାନରେ ଜଗୁଆଳି ଭାବେ କାମ କରେ। ସେ ତା ମାଲିକର ଅଳଙ୍କାର ଦୋକାନରେ ଥିବା କୋଟି କୋଟି ଟଙ୍କାର ସୁନା ଏବଂ ରୂପା ଅଳଙ୍କାରକୁ ଜଗେ।
ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓଟି ଏବେ ଟ୍ରେଣ୍ଡ କରୁଛି। ମାଟିଆ ରଙ୍ଗର ଏହି କୁକୁରଟି ଏକ ଅଳଙ୍କାର ଦୋକାନ ବାହାରେ ଜଣେ ସତର୍କ ସୁରକ୍ଷା କର୍ମୀ ପରି ଠିଆ ହୋଇଥିବା ଦେଖାଯାଉଛି। ତା ବେକରେ ଏକ ଚମତ୍କାର ଡିଜାଇନର ସୁନା ଚେନ୍ ଅଛି। ସେ ଭୟଙ୍କର ଭାବେ ଭୋକୁଛି। ସେ ଖୁବ ହିଂସ୍ର ମଧ୍ୟ ଦେଖାଯାଉଛି। ସତେଯେପରି ଲାଗୁଛି କେହି ଯଦି ଟିକେ ବି ଏପଟ ସେପଟ କରେ ସେ ଛାଡିବ ନାହିଁ। ଭିଡିଓଟି ଖୁବ୍ ଛୋଟ ହୋଇଥିଲେ ବି ସମସ୍ତଙ୍କୁ ଆକର୍ଷଣ କରୁଛି। ତେବେ କୁକୁରଟି ପିନ୍ଧିଥିବା ଏହି ଚେନ୍‌ଟି ସମ୍ପୂର୍ଣ୍ଣ ସୁନା ନୁହେଁ।
ଏହି ଭିଡିଓଟି ସୋସିଆଲ୍ ମିଡିଆ Vivek K. Tripathi ନାମକ ଏକ X ଆକାଉଣ୍ଟରେ ପୋଷ୍ଟ୍ ହୋଇଛି ଆଉ ଖୁବ୍ ଭାଇରାଲ୍ ହେଉଛି। ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଜଣେ ଭିଡିଓରେ କମେଣ୍ଟ କରି କହିଛନ୍ତି, "ଏହାର ନାଁ ଟାଇସନ୍। ସେ ଉନ୍ନାଓର ଗାନ୍ଧୀ ନଗରର ଶୁକ୍ଳାଗଞ୍ଜରେ ପ୍ରସିଦ୍ଧ।

Advertisment

ଅଧିକ ଦେଖନ୍ତୁ:

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ