Advertisment

Do You Know The Doomsday Vault? ପୃଥିବୀକୁ ପ୍ରଳୟ ଆସିବ, ଛାରଖାର ହେବ ଦୁନିଆ... ସେତିକିବେଳେ ଖୋଲିବ ଏହି ସିନ୍ଦୁକ

ଶୂନଶାନ୍ ଆଇଲ୍ୟାଣ୍ଡ... ଚାରିପଟେ ଖାଲି ବରଫ ହିଁ ବରଫ । ଆଉ ତା'ରି ଭିତରେ ରହିଛି ଏକ ରହସ୍ୟମୟ ସିନ୍ଦୁକ । ଏ ସିନ୍ଦୁକ ସେତେବେଳେ ଖୋଲିବ, ଯେତେବେଳେ ପୃଥିବୀକୁ ମାଡି ଆସିବ ମହାପ୍ରଳୟ ।

Doomsday Vault

Doomsday Vault Photograph: (OTV)

Advertisment

ଶୂନଶାନ୍ ଆଇଲ୍ୟାଣ୍ଡ... ଚାରିପଟେ ଖାଲି ବରଫ ହିଁ ବରଫ । ଆଉ ତା'ରି ଭିତରେ ରହିଛି ଏକ ରହସ୍ୟମୟ ସିନ୍ଦୁକ । ଏ ସିନ୍ଦୁକ ସେତେବେଳେ ଖୋଲିବ, ଯେତେବେଳେ ପୃଥିବୀକୁ ମାଡି ଆସିବ ମହାପ୍ରଳୟ । ଆଉ ଛାରଖାର୍‌ ହୋଇଯିବ ଦୁନିଆ । ଯେମିତି ପ୍ରଳୟ ହଜାର ହଜାର ବର୍ଷ ତଳେ ଆସିଥିଲା ଯେଉଁଥିରେ ଡାଇନେସୋର ବଂଶର ବିଲୁପ୍ତ ଘଟିଥିଲା । ସେଥିପାଇଁ ଏହାକୁ 'ପ୍ରଳୟର ସିନ୍ଦୁକ' ବା 'କୟାମତ କି ତିଜୋରୀ' କୁହାଯାଏ ।

Advertisment

ତେବେ କ'ଣ ରହିଛି ଏହି ସିନ୍ଦୁକରେ ? କାହିଁକୁ ଏହାକୁ ପ୍ରଳୟର ସିନ୍ଦୁକ କୁହାଯାଉଛି ? ଆପଣଙ୍କ ମନରେ ବି କୌତୁହଳ ଆସୁଥିବ । 

ମଣିଷ ହିଁ ଏହି 'ପ୍ରଳୟ ସିନ୍ଦୁକ' ତିଆରି କରିଛି । ଏହା ନରୱେର ସ୍ପିଟସ୍‌ବର୍ଗନ ଆଇଲ୍ୟାଣ୍ଡରେ ରହିଛି, ଯାହାକି ନର୍ଥ ପୋଲର ଅତି ନିକଟ । ଏହାକୁ ‘ପ୍ରଳୟ ଦିନର ସିନ୍ଦୁକ ବା ଭଣ୍ଡାର’ ବି କୁହାଯାଏ । ଏହି ବିଶାଳ ସିନ୍ଦୁକ ଭିତରେ କୌଣସି ରହସ୍ୟମୟ ସାମଗ୍ରୀ ନାହିଁ । ବରଂ ସାରା ବିଶ୍ୱରେ ଉତ୍ପାଦିତ ହେଉଥିବା ବିଭିନ୍ନ ଫସଲର ବିହନ ବା ମଞ୍ଜି ରଖାଯାଇଛି । ଲକ୍ଷାଧିକ ବିହନ କିସମ ସଂରକ୍ଷିତ ରହିଛି । ପୃଥିବୀରେ ଯେତେ ବଡ଼ ପ୍ରଳୟ ଆସୁନା କାହିଁକି ଏହି ସିନ୍ଦୁକ ସୁରକ୍ଷିତ ରହିପାରିବ ।

Advertisment

ଦୁନିଆରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ଯେମିତି ଦିନକୁ ଦିନ ବୃଦ୍ଧି ପାଉଛି, ତାହାକୁ ଦେଖିଲେ ଖୁବଶୀଘ୍ର ପୃଥିବୀ ଉପରେ ମହାବିପଦ ଆସିବା ନେଇ ବୈଜ୍ଞାନିକମାନେ ବି ଅନୁମାନ ଲଗାଉଛନ୍ତି । ଯଦି କେବେ ପୃଥିବୀରେ ପ୍ରଳୟ ଆସେ ଏବଂ ଏଥିରୁ କେହି ବଞ୍ଚିଯାଆନ୍ତି, ତାହେଲେ ଜୀବନଧାରଣ ପାଇଁ ତାଙ୍କୁ ଖାଦ୍ୟର ଆବଶ୍ୟକତା ପଡିବ । ସେଥିପାଇଁ ଏହି ବିହନ ଭଣ୍ଡାର ତିଆରି କରାଯାଇଛି । ଇଂରାଜୀରେ ଏହାକୁ 'ଡୁମସ୍‌ଡେ ଭଲ୍ଟ' କୁହାଯାଏ । 

୨୦୦୮ ଫେବୃଆରୀରେ ସ୍ପିଟସ୍‌ବର୍ଗନ ଆଇଲ୍ୟାଣ୍ଡରେ ଏହି ବିହନ ଭଣ୍ଡାର ତିଆରି କରାଯାଇଥିଲା । ଏବେ ସୁଦ୍ଧା ଏଥିରେ ୧୦୦ଟି ଦେଶ ନିଜ ଫସଲ ବିହନ ସଂରକ୍ଷିତ ରଖିସାରିଛନ୍ତି । ଏହି ଭଣ୍ଡାର ବ୍ୟାଙ୍କ ଲକର୍ ଭଳି କାମ କରେ । ଏଥିରେ ନିଜର ବିହନ ରଖିବାକୁ ହେଲେ ଦେଶଗୁଡିକୁ ନରୱେ ସରକାରଙ୍କ ସହ ଏକ ଏଗ୍ରିମେଟ ସାଇନ୍ କରିବାକୁ ପଡେ ଓ କିଛି ଫି' ଦେବାକୁ ହୁଏ । 

Advertisment

ଅର୍ଥାତ୍ ପ୍ରଳୟର ସିନ୍ଦୁକ କୌଣସି ଅଦ୍ଭୁତ ଜିନିଷ ନୁହେଁ ବରଂ ବିଶ୍ୱର ଏକ ବୃହତ ବିହନ ଭଣ୍ଡାର ଅଟେ ।

Norway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ