spinach Photograph: (OTV)
ଶୀତ ଦିନେ ମାର୍କେଟରେ ପ୍ରଚୁର ପରିମାଣରେ ପାଳଙ୍ଗ ଶାଗ ମିଳେ । ଏହି ଶାଗକୁ ଆପଣ ପିଆଜ ଦେଇ ଭାଜିକି ଖାଇପାରିବେ। ତା’ସହିତ ଏଥିରେ ବିଭିନ୍ନ ପ୍ରକାର ପନିପରିବା କିମ୍ବା ପନିର ପକାଇ ସ୍ବାଦିଷ୍ଟ ବ୍ୟଞ୍ଜନ ବି ତିଆରି କରିପାରିବେ। ଏପରିକି ପାଳଙ୍ଗ ସୁପ୍ ଓ ଜୁସ୍ ତିଆରି କରି ପିଇପାରିବେ। ତା’ହେଲେ ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ କ’ଣ ସବୁ ଉପକାର ମିଳିଥାଏ।
ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ଅନ୍ୟାନ୍ୟ ରୋଗକୁ ଭଲ କରିବା ପାଇଁ ପାଳଙ୍ଗ ସାହାଯ୍ୟ କରିଥାଏ। ପାଳଙ୍ଗରେ ଆଇରନ୍, ଭିଟାମିନ୍ ଏ, ଫୋଲେଟ୍, ଭିଟାମିନ୍ ଇ, ମ୍ୟାଗ୍ନେସିୟମ୍, ଫାଇବର୍ ଓ ପ୍ରୋଟିନ୍ ତ୍ୱଚା ପାଇଁ ବେଶ୍ ଲାଭକାରୀ। ଏହି ସମସ୍ତ ତତ୍ତ୍ୱ ତ୍ୱଚାକୁ ସୁସ୍ଥ ରଖିବା ସହିତ ହାନିକାରକ ବ୍ୟାକ୍ଟେରିଆ ଠାରୁ ତ୍ୱଚାକୁ ରକ୍ଷା କରିଥା’ନ୍ତି।
ପ୍ରତିଦିନ ପାଳଙ୍ଗ ଶାଗ ଖାଇବା ଦ୍ୱାରା ତ୍ୱଚା ନରମ ହୋଇଥାଏ । ପାଳଙ୍ଗ ଖାଇଲେ ଶରୀରରେ ହେଉଥିବା ଜଳାପୋଡ଼ା ଓ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ। ଏହାର କାରଣ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍ ପ୍ରଚୁର ମାତ୍ରାରେ ରହିଛି। ଏହା ଅଷ୍ଟିଓଆର୍ଥରାଇଟିସ୍ ରୋଗକୁ କମ୍ କରିବାରେ ବି ସାହାଯ୍ୟ କରିଥାଏ।ଏଥିରେ ଥିବା ଆଇରନ୍ ଓ ମ୍ୟାଗ୍ନେସିୟମ୍ ଷ୍ଟ୍ରେସ୍ ଦୂର କରିଥାଏ।
ପାଳଙ୍ଗ ଶାଗ ଖାଇଲେ ଛୋଟ ପିଲାଙ୍କର ବୁଦ୍ଧି ତୀକ୍ଷ୍ଣ ହେବା ସହିତ ସ୍ମରଣ ଶକ୍ତି ଭଲ ରହିଥାଏ। ପାଳଙ୍ଗ ଖାଇଲେ ଶରୀରକୁ ଆବଶ୍ୟକ ମାତ୍ରାରେ ଫାଇବର୍ ମିଳିଥାଏ। ଫାଇବର୍ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/20/spinach-2025-11-20-17-56-31.jpg)