Advertisment

Protein Made Simple: କାବୁଲି ଚଣାରେ ରହିଛି ଏହି ୫ଟି ଭିଟାମିନ୍ , ପ୍ରତିଦିନ ଖାଇଲେ ମିଳିବ ଏହି ସବୁ ଫାଇଦା

ସୁସ୍ଥ ଏବଂ ଫିଟ ଶରୀର ପାଇଁ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ମାଂସାହାରୀ ଲୋକମାନଙ୍କ ପାଇଁ ପ୍ରୋଟିନ୍ ପାଇବା ବହୁତ ସହଜ। କିନ୍ତୁ ଏହା ଏମିତି ନୁହେଁ ଯେ କେବଳ ମାଂସାହାରୀମାନଙ୍କ ପାଇଁ ପ୍ରୋଟିନ୍ ପାଇବା ସହଜ।

kabuli chana

kabuli chana Photograph: (OTV)

Advertisment

ସୁସ୍ଥ ଏବଂ ଫିଟ ଶରୀର ପାଇଁ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ମାଂସାହାରୀ ଲୋକମାନଙ୍କ ପାଇଁ ପ୍ରୋଟିନ୍ ପାଇବା ବହୁତ ସହଜ। କିନ୍ତୁ ଏହା ଏମିତି ନୁହେଁ ଯେ କେବଳ ମାଂସାହାରୀମାନଙ୍କ ପାଇଁ ପ୍ରୋଟିନ୍ ପାଇବା ସହଜ। ଶାକାହାରୀମାନଙ୍କ ପାଇଁ ମଧ୍ୟ ପ୍ରୋଟିନ୍ ପାଇବା ସହଜ । ଶାକାହାରୀ ଲୋକମାନଙ୍କ ପାଇଁ ଚଣା ବା ବୁଟ ସର୍ବୋତ୍ତମ ବିକଳ୍ପ। ଅତ୍ୟନ୍ତ ସହଜରେ ଏବଂ କମ୍ ମୂଲ୍ୟରେ ମିଳୁଥିବା ଏହି କାବୁଲି ବୁଟ ପୋଷକ ତତ୍ତ୍ୱର ଭଣ୍ଡାର । ଏହା ପ୍ରୋଟିନ୍, ଫାଇବର୍, କ୍ୟାଲସିୟମ, ଜିଙ୍କ୍, ଫୋଲେଟ୍ ଏବଂ ଆଇରନ୍ ସହିତ ଶରୀର ପାଇଁ ଆବଶ୍ୟକ ଅନ୍ୟ ଅନେକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ ।

Advertisment

କାବୁଲୀ ଚଣାର ଲାଭ

କାବୁଲୀ ଚଣା ବହୁତ କମ୍ ମୂଲ୍ୟରେ ଏବଂ ସହଜରେ ଯେକୌଣସି ଗ୍ରୋସରୀ ଷ୍ଟୋରରେ ମିଳିଯାଏ। ଯଦିଓ ଅନେକ ‌ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହା ପ୍ରୋଟିନ୍‌ର ବହୁତ ଭଲ ଉତ୍ସ । 

ଚଣାରେ କଣ ଭିଟାମିନ୍ ଥାଏ?

ଚଣା ବି-କମ୍ପ୍ଲେକ୍ସ୍ ଭିଟାମିନ୍‌ରେ ଭରପୂର। ଏହାରେ ଭିଟାମିନ୍ ବି୧, ବି୨, ବି୩ ଏବଂ ବି୯ ଭଲ ପରିମାଣରେ ଥାଏ। ଏହାରେ ଭିଟାମିନ୍ ଏ ଏବଂ ସି ମଧ୍ୟ ଥାଏ। ଏହା ଭିଟାମିନ୍ ଇ ରେ ମଧ୍ୟ ଭରପୂର। ଏହି ଭିଟାମିନ୍‌ଗୁଡ଼ିକ ଶରୀରର ଏନର୍ଜି ଉତ୍ପାଦନ, ସ୍ନାୟୁ କାର୍ଯ୍ୟ, ରୋଗ ପ୍ରତିରୋଧ କ୍ଷମତା ଯାହାକି ଇମ୍ୟୁନିଟି ଏବଂ ସୁସ୍ଥ ଚର୍ମ ପାଇଁ ବହୁତ ଉପଯୋଗୀ।

Advertisment

ଓଜନ ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ

ରିପୋର୍ଟ ଅନୁଯାୟୀ, ଯେଉଁମାନେ ଶରୀରର ଓଜନ କମ୍ କରିବାକୁ ଚାହାଁନ୍ତି ବା ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ କାବୁଲୀ ଚଣା ଏକ ଭଲ ବିକଳ୍ପ। ଚଣାରେ ଥିବା ପ୍ରୋଟିନ୍ ଏବଂ ଫାଇବର୍ ଆପଣଙ୍କର ଭୋକକୁ କମ୍ କରିପାରେ ।

ଏଥିରେ ଥିବା ଫାଇବର୍ ଏବଂ ପ୍ରୋଟିନ୍ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଫୁଲ୍ ଥ୍‌ବା ପରି ଅନୁଭବ ଦିଏ । ଫଳରେ ଅଧିକ ଖାଇବାକୁ ଇଚ୍ଛା ହୁଏନି ।

Advertisment

ଇମ୍ୟୁନିଟି ବଢ଼ାଏ 

ଆପଣ ଯଦି ଥଣ୍ଡା କାଶ ଓ  ଭାଇରାଲ୍ ସଂକ୍ରମଣରୁ ବଞ୍ଚିବାକୁ ଚାହାଁନ୍ତି, ତେବେ ଚଣା ଏକ ଉତ୍କୃଷ୍ଟ ଆହାର। ଏଥିରେ ଜିଙ୍କ୍, ଫୋଲେଟ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ୍ ପଲିଫେନୋଲସ ଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀ ତଥା ଇମ୍ୟୁନିଟିକୁ ମଜବୁତ୍ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ