kulabira-Govt-Hospital-Problem Photograph: (OTV)
16 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଛି । କିନ୍ତୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ହେଉନଥିବାରୁ ରୋଗୀଙ୍କ ଶଯ୍ୟା ବି ଖାଲି ରହୁଛି। ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ରେ ଥିବା ସରକାରୀ ଡାକ୍ତରଖାନା । 11 ଗୋଟି ପଞ୍ଚାୟତ ର ଲୋକେ ଏହି ଡାକ୍ତରଖାନାରେ ଭରସା କରି ରହିଛନ୍ତି। ତତ୍କାଳୀନ ସରକାର 30 ଶଯ୍ୟା ଘୋଷଣା କରିଥିଲେ ମାତ୍ର 5 ବର୍ଷ ଶାସନ କରିଥିଲେ ମଧ୍ୟ ଅଞ୍ଚଳବାସୀ ଙ୍କ ଦାବୀ ପୂରଣ ହୋଇ ପାରିନାହିଁ। ସ୍ୱାସ୍ଥ୍ୟ ସେବା ପରି ମୌଳିକ ସେବା ପାଇବା ରୁ ବଂଚିତ ହୋଇ ଝାରସୁଗୁଡା, ସମ୍ବଲପୁର କିମ୍ବା ବୁର୍ଲା କୁ ଚିକିତ୍ସା ପାଇଁ ଯିବାକୁ ପଡୁଛି। ଭଗବାନ ଭରସାରେ ଚିକିତ୍ସା ସେବା ଚାଳିଛି ବୋଲି ଅଞ୍ଚଳବାସିନ୍ଦା କହିଛନ୍ତି।
କେବଳ ରକ୍ତ ନମୂନା ନେଇ ଜ୍ୱର କାଶ ପରି ସାଧାରଣ ପରୀକ୍ଷା ହେଉଛି। ଅନ୍ୟାନ୍ୟ ପରୀକ୍ଷା ହେଉ ନଥିବାରୁ ଝାରସୁଗୁଡା ଜିଲ୍ଲା ଡାକ୍ତରଖାନାକୁ 25 କିଲୋମିଟର ଦୂର ଯିବାକୁ ପଡୁଛି। ଆଉଟ ଡୋର ସେବା ସକାଳ 10ରୁ ଆରମ୍ଭ ହୋଇ 12 ଟା ପରେ ବନ୍ଦ ହେଉଛି। ଡାକ୍ତର ସବୁ ବାହାରି ଯାଉଥିବାରୁ । ରୋଗୀ ହନ୍ତସନ୍ତ ହେଉଛନ୍ତି। ଭିତ୍ତିଭୂମି ରହିଥିଲେ ବିଭାଗୀୟ ଆନ୍ତରିକତା ରହିବା ଆବଶ୍ୟକ। ରୋଗୀ ସେବା ପ୍ରତି ଧ୍ୟାନ ଦେଇ ଘୋଷଣା ହୋଇ ରହିଥିବା 30 ଶଯ୍ୟା ବିଶିଷ୍ଟ ନୂତନ ବିଲ୍ଡିଂ ତିଆରି କରାଯାଉଛି । ମାତ୍ର କେବେ ସମ୍ପୁର୍ଣ୍ଣ ହୋଇ ଏହା କାର୍ଯ୍ୟକାରୀ ହେବ ତାହା ଏକ ବଡ଼ ପ୍ରଶ୍ନ ହୋଇ ରହିଛି । ଡାକ୍ତର, ନର୍ସ, ଫାର୍ମାସିଷ୍ଟ ପଦବୀ ପୂରଣ କରାଯାଉ ବୋଲି ଅଞ୍ଚଳବାସିନ୍ଦା ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ହେବାରୁ ମେଡ଼ିକାଲ ଅଫିସର ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/kulabira-govt-hospital-problem-2025-10-18-17-41-46.jpg)