Advertisment

Cancer Risk: ଖାଉଛନ୍ତି କି ଏହି ସବୁ ଖାଦ୍ୟ, ହୋଇପାରେ କ୍ୟାନସର !

କୁହାଯାଏ, “ସ୍ୱାସ୍ଥ୍ୟ ହେଉଛି ସମ୍ପଦ,” କିନ୍ତୁ ଜଙ୍କ ଫୁଡ୍ ଓ ଖରାପ ଅଭ୍ୟାସ ଏହାର ଶତ୍ରୁ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଓ ଅଭ୍ୟାସ କ୍ୟାନସରର ଆଶଙ୍କା ବଢ଼ାଏ ଓ କିପରି ସଚେତନ ହେବା।

cancer

cancer Photograph: (OTV)

Advertisment

ସମୟ ବଦଳୁଛି, ଅଭ୍ୟାସ ବଦଳୁଛି, କିନ୍ତୁ ଆମ ମାନସିକତା ବଦଳୁନି। ଏହା ଆମ ସ୍ୱାସ୍ଥ୍ୟକୁ ବିପଦରେ ପକାଉଛି। ଆଜି ଘରେ ଘରେ ଲୋକମାନେ ରୋଗରେ ପୀଡ଼ିତ । ତା’ ମଧ୍ୟରେ କ୍ୟାନସର ସବୁଠୁ ଭୟଙ୍କର। କୁହାଯାଏ, “ସ୍ୱାସ୍ଥ୍ୟ ହେଉଛି ସମ୍ପଦ,” କିନ୍ତୁ ଜଙ୍କ ଫୁଡ୍ ଓ ଖରାପ ଅଭ୍ୟାସ ଏହାର ଶତ୍ରୁ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଓ ଅଭ୍ୟାସ କ୍ୟାନସରର ଆଶଙ୍କା ବଢ଼ାଏ ଓ କିପରି ସଚେତନ ହେବା।

Advertisment

ହ୍ୱାଇଟ୍ ବ୍ରେଡ୍: ସ୍ୱାଦ ପକାଉଛି ବିପଦରେ

ହ୍ୱାଇଟ୍ ବ୍ରେଡ୍ ମଇଦାରୁ ତିଆରି, ଯାହା ଶରୀର ପାଇଁ କ୍ଷତିକାରକ। ଏହାକୁ ନିୟମିତ ଖାଇଲେ କ୍ୟାନସରର ଆଶଙ୍କା ୬୦% ବଢ଼େ। ଏହା ରକ୍ତରେ ଶର୍କରା ବଢ଼ାଇ ଶରୀରରେ ଅସନ୍ତୁଳନ ସୃଷ୍ଟି କରେ। ତେଣୁ ଏହାର ବ୍ୟବହାର କମାନ୍ତୁ କିମ୍ବା ବ୍ରାଉନ୍ ବ୍ରେଡ୍‌କୁ ବାଛନ୍ତୁ।

ପ୍ୟାକେଟ୍ ଜୁସ୍: ସୁବିଧାରେ ରୋଗ

ରେଡି-ଟୁ-ଡ୍ରିଙ୍କ ଜୁସ୍ ପ୍ୟାକେଟ୍ ସହଜରେ ହାତପାହାନ୍ତାରେ ମିଳିଯାଉଛି । କିନ୍ତୁ ଏଥିରେ ଫାଇବର କମ୍ ଓ କୃତ୍ରିମ ଚିନି ଅଧିକ। ଏହା ହଜମ ସମସ୍ୟା ସହ କ୍ୟାନସରର ଆଶଙ୍କା ବଢ଼ାଏ। ତାଜା ଫଳର ରସ ବାଛି ସୁସ୍ଥ ରୁହନ୍ତୁ।

Advertisment

ମଇଦା ଓ କୋଲ୍ଡଡ୍ରିଙ୍କସ: ମିଠା ବିଷ

ମଇଦାରୁ ତିଆରି ଖାଦ୍ୟ ଓ କୋଲ୍ଡଡ୍ରିଙ୍କସରେ ଅଧିକ ଚିନି ଓ କ୍ୟାଲୋରୀ ରହିଛି, ଯାହା ଶରୀରରେ ଗ୍ଲୁକୋଜ ଜମା କରେ। ସପ୍ତାହରେ ୩-୪ ଥର କୋଲ୍ଡଡ୍ରିଙ୍କସ ପିଇବା କ୍ୟାନସର ଆଶଙ୍କାକୁ ବଢ଼ାଇଥାଏ। ଏହାକୁ ମାସକୁ ଥରେ ସୀମିତ ରଖନ୍ତୁ।

ପ୍ଲାଷ୍ଟିକ୍: ନିଶ୍ଚିତ ବିପଦ

ପ୍ଲାଷ୍ଟିକ୍ ବୋତଲ କିମ୍ବା ଟିଫିନରେ ଖାଦ୍ୟ ଓ ପାଣି ବ୍ୟବହାର ନାନୋ ପ୍ଲାଷ୍ଟିକ୍ କଣିକା ଶରୀରକୁ ପ୍ରବେଶ କରାଏ, ଯାହା କ୍ୟାନସରର କାରଣ ହୋଇପାରେ। ଷ୍ଟେନ୍‌ଲେସ୍ ଷ୍ଟିଲ୍ କିମ୍ବା କାଚ ବ୍ୟବହାର କରନ୍ତୁ।

Advertisment

ସୁସ୍ଥ ଭବିଷ୍ୟତ ପାଇଁ

ସ୍ୱାସ୍ଥ୍ୟ ଆମର ସମ୍ପଦ। ଜଙ୍କ ଫୁଡ୍ ଓ ପ୍ଲାଷ୍ଟିକ୍ ବ୍ୟବହାର କମାଇ ସଚେତନ ଅଭ୍ୟାସ ଗଢ଼ିବା ଦରକାର। ଆଜିଠୁ ନିଜ ଜୀବନଶୈଳୀ ବଦଳାନ୍ତୁ, କ୍ୟାନସରକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ