Utkal Hospital Photograph: (OTV)
ଉତ୍କଳ ହସ୍ପିଟାଲ୍ ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଏକ ଐତିହାସିକ ସଫଳତା ହାସଲ କରିଛି। ହସ୍ପିଟାଲ୍ ଦ୍ୱାରା ଓଡ଼ିଶାର ପ୍ରଥମ Dual Chamber Leadless Pacemaker ପ୍ରତିରୋପଣ, VIV TAVI ଓ Transcatheter Mitral Valve Replacement (TMVR) ସଫଳତାର ସହିତ କରାଯାଇଛି । ଏହି ସଫଳତା ଉତ୍କଳ ହସ୍ପିଟାଲ୍କୁ ରାଜ୍ୟରେ ଉନ୍ନତ ଓ ଅତ୍ୟାଧୁନିକ ହୃଦୟ ଚିକିତ୍ସାର ଏକ ଅଗ୍ରଣୀ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିଛି।
ଓଡ଼ିଶାର ପ୍ରଥମ Dual Chamber Leadless Pacemaker ପ୍ରତିରୋପଣ ଉତ୍କଳ ହସ୍ପିଟାଲ୍ର ଅଭିଜ୍ଞ କାର୍ଡିଓଲୋଜି ଟିମ୍ ଦ୍ୱାରା ସଫଳତାର ସହିତ କରାଯାଇଛି। ଏହି ଅତ୍ୟାଧୁନିକ ପ୍ରକ୍ରିୟାରେ କୌଣସି ସର୍ଜିକାଲ୍ ପ୍ରକ୍ରିୟା କିମ୍ବା ଲିଡ୍ର ଆବଶ୍ୟକତା ନଥାଏ, ଯାହା ରୋଗୀଙ୍କର ଜଟିଳତା କମାଇ ଶୀଘ୍ର ସୁସ୍ଥତାକୁ ସୁନିଶ୍ଚିତ କରେ।
ଦୃଢ଼ କ୍ଲିନିକାଲ ଫଳାଫଳ
ଆଉ ଏକ ଐତିହାସିକ ସଫଳତାରେ ଉତ୍କଳ ହସ୍ପିଟାଲର ଦଳ ଓଡ଼ିଶାରେ ପ୍ରଥମ TAVR ଏବଂ ପ୍ରଥମ TMVR ପ୍ରକ୍ରିୟା ମଧ୍ୟ ସଫଳ କରିଥିଲେ । ଏହା ପାରମ୍ପରିକ ଓପନ୍-ହାର୍ଟସର୍ଜରୀ ପାଇଁ ଉପଯୁକ୍ତ ନଥିବା ଉଚ୍ଚ-ବିପଦଗ୍ରସ୍ତ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ଚିକିତ୍ସା ବିକଳ୍ପ ପ୍ରଦାନ କରିଥିଲା। ଏହି ଅତ୍ୟନ୍ତ ଜଟିଳ ଢାଞ୍ଚାଗତ ହୃଦଘାତ ଚିକିତ୍ସା ହସ୍ପିଟାଲର ଉନ୍ନତ ଭିତ୍ତିଭୂମି, ବହୁବିଧ ବିଶେଷଜ୍ଞତା ଏବଂ ଦୃଢ଼ କ୍ଲିନିକାଲ ଫଳାଫଳକୁ ପ୍ରତିଫଳିତ କରେ।
ଏହି ସମସ୍ତ ଐତିହାସିକ ସଫଳତା ଉତ୍କଳ ଇନ୍ଷ୍ଟିଟ୍ୟୁଟ୍ ଅଫ୍ କାର୍ଡିଆକ୍ ସାଇଏନ୍ସେସ୍ର ଡାକ୍ତରୀ ଟିମର ସମ୍ମିଳିତ ପ୍ରୟାସର ଫଳ । ଏହି ଟିମରେ ଥିଲେ -
• ଡା. ସୁଶାନ୍ତ ପ୍ରଧାନ, ସିନିୟର କନସଲଟାଣ୍ଟ – କାର୍ଡିଓଲୋଜି
• ଡା. ମାନଭଞ୍ଜନ ଜେନା, ସିନିୟର କନସଲଟାଣ୍ଟ – କାର୍ଡିଓଲୋଜି
• ଡା. ସନତସାହୁ, ସିନିୟର କନସଲଟାଣ୍ଟ – କାର୍ଡିଓଲୋଜି
• ଡା. ବି. ବି. ବିନାକର, ସିନିୟର କନସଲଟାଣ୍ଟ – କାର୍ଡିଓଲୋଜି
• ଡା. ଚନ୍ଦ୍ରଭାନୁ ପରିଜା, ସିନିୟର କନସଲଟାଣ୍ଟ – CTVS
• ଡା. ଝୁଲଣ କୁମାର ଜେନା, କନସଲଟାଣ୍ଟ – CTVS
• ଡା. ବିରଞ୍ଚିନାରାୟଣ ପ୍ରତିହାରୀ– କାର୍ଡିଆକ ଆନେସ୍ଥେସିଆ
/filters:format(webp)/odishatv-khabar/media/media_files/2025/12/30/utkal-hospital-2025-12-30-15-14-06.jpg)
ଉତ୍କଳ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହା କୁହାଯାଇଛି । ଡାକ୍ତରମାନେ ଉତ୍କଳ ହସ୍ପିଟାଲ୍ର କାର୍ଡିଓଲୋଜି ଓ କାର୍ଡିଓଥୋରାସିକ୍ ଏବଂ ଭାସ୍କୁଲାର ସର୍ଜରୀ (CTVS) ବିଭାଗର କ୍ଲିନିକାଲ୍ ଏକ୍ସିଲେନ୍ସ ବିଷୟରେ ଆଲୋକପାତ କରିଥିଲେ । ଏହି ବିଭାଗଗୁଡ଼ିକ ଜଟିଳ ଏଞ୍ଜିଓପ୍ଲାଷ୍ଟି, ଷ୍ଟ୍ରକ୍ଚରାଲ୍ ହାର୍ଟ ପ୍ରକ୍ରିୟା, ମିନିମାଲିଇନ୍ଭେସିଭ୍ସର୍ଜରୀ ଓ ହାଇବ୍ରିଡ୍ ହୃଦୟ ଚିକିତ୍ସାରେ ନିରନ୍ତର ଭାବେ ଉତ୍କୃଷ୍ଟ ଫଳାଫଳ ଦେଇ ଆସୁଛନ୍ତି।
/filters:format(webp)/odishatv-khabar/media/media_files/2025/12/30/utkal-hospital-2025-12-30-15-15-31.jpg)
ଉତ୍କଳ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡା. ରଶ୍ମିରଞ୍ଜନ ଗୁରୁ ଓଡ଼ିଶାରେ ବିଶ୍ୱସ୍ତରୀୟ ହୃଦରୋଗ ଚିକିତ୍ସା ସୁବିଧା ପ୍ରଦାନ କରିବାରେ ଉତ୍କଳ ହସ୍ପିଟାଲର ପ୍ରମୁଖ ଭୂମିକା ନେଉଥିବା କହିଥିଲେ । ସେ କହିଥିଲେ ଯେ ଏହା ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯାଇ ଚିକିତ୍ସା ନେବାର ଆବଶ୍ୟକତା କମାଇଛି। ଉତ୍କଳ ହସ୍ପିଟାଲ୍ ପ୍ରଯୁକ୍ତି, ଦକ୍ଷତା ଓ ଟିମ୍ ୱର୍କ ସହ ଜୀବନ ରକ୍ଷା କରେ ବୋଲି ସେ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/utkal-hospital-2025-12-30-15-06-28.jpg)