Advertisment

Winter Diet Secrets: ଶୀତଦିନେ ଖାଆନ୍ତୁ ଏଇ ଖାଦ୍ୟ, ଚମକିବ ତ୍ୱଚା

ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ ଏ, ଡି ଓ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ହେଉଛି ଚର୍ମ ପାଇଁ ଆବଶ୍ୟକ ପୋଷଣ ଯାହା କୋଲାଜେନ୍ ତିଆରି ନିୟମିତ କରି ଚର୍ମର କୋଷ ତିଆରି କରିବାରେ ସାହାଯ୍ୟ କରେ।

glowing-skin

glowing-skin Photograph: (OTV)

Advertisment

ଆପଣଙ୍କ ଅଞ୍ଚଳରେ ଶୀତ ପଡ଼ୁଛି ନା? ଏ ଜାଡ଼ରେ ଦେହ ହାତ ଶୁଖି ସବୁ କେମିତି କଳା ପଡ଼ିଯାଇଥିବ ନା? ବଢ଼ୁଥିବା ଅସହ୍ୟ ଶୀତ ସହ ଆପଣଙ୍କ ତ୍ୱଚାର ଯତ୍ନ ନିହାତି ଦରକାର। ବଜାରରେ ମିଳୁଥିବା ବିଭିନ୍ନ ବ୍ୟାବସାୟିକ ଲାଭ ଥିବା ବଡି ଲୋସନ୍, ମଏଶ୍ଚରାଇଜର୍ ଆଦି ବିଭିନ୍ନ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ସାମୟିକ ଭାବେ ତଥା ବାହ୍ୟ ରୂପେ ଭଲ ଲାଗିପାରେ, କିନ୍ତୁ ଶରୀରର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁସ୍ଥ ରଖିବା ଓ ଜଳବାୟୁ ଅନୁକୂଳ କରିବା ପାଇଁ ଆବଶ୍ୟକ ଥାଏ ଉପଯୁକ୍ତ ଖାଦ୍ୟ ଓ ଖାଦ୍ୟସାରର। ଏଣୁ ଆଜି ଆମେ ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା ନିୟମିତ ଖାଇଲେ ଆପଣଙ୍କ ତ୍ୱଚା ଶୀତଦିନେ ମଧ୍ୟ ଚିକ୍କଣ ରହିବ ଏବଂ ଶୁଖିବ ନାହିଁପ୍ରଥମେ ଜାଣିବା ତ୍ୱଚା ବା ଚର୍ମ ପାଇଁ ପୋଷଣର ଆବଶ୍ୟକତା କଣ ରହିଛି?

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଚର୍ମ ବା ତ୍ୱଚା ହେଉଛି ଶରୀରର ସବୁଠାରୁ ବଡ଼ ଅଂଶ ଏବଂ ପ୍ରତି ଅଙ୍ଗ ପରି ଏହା ମଧ୍ୟ ଆବଶ୍ୟକ ପୋଷଣ ଦରକାର କରେ। କାରଣ ଏହା ଆମର ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକୁ ସୁରକ୍ଷା ଦିଏ। ଆମ ଶରୀରର ସେଲ୍ ବା କୋଷ ବାରମ୍ୱାର ନଷ୍ଟ ହୋଇ ତିଆରି ହୁଏ। ଏହାକୁ ରିଜେନେରେସନ୍ କୁହାଯାଏ। ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ ଏ, ଡି ଓ ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ହେଉଛି ଚର୍ମ ପାଇଁ ଆବଶ୍ୟକ ପୋଷଣ ଯାହା କୋଲାଜେନ୍ ତିଆରି ନିୟମିତ କରି ଚର୍ମର କୋଷ ତିଆରି କରିବାରେ ସାହାଯ୍ୟ କରେ। ଶୀତଦିନେ ଜଳବାୟୁ ଖୁବ୍ ଶୁଷ୍କ ଥିବାରୁ ଏହା ଆମ ଚର୍ମରୁ ଆର୍ଦ୍ରତା ଶୋଷିନିଏ। ଏଣୁ ଉପରୋକ୍ତ ପୋଷକଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ।

1.    ତେଲଯୁକ୍ତ ମାଛ- ବିଭିନ୍ନ ଚର୍ବିଯୁକ୍ତ ମାଛ ଯଥା ସାଲମେନ୍ ଆଦିରେ ପ୍ରତୁର ପରିମାଣରେ ଓମେଗା 3 ଫ୍ୟାଟି ଏସିଡ୍ ଥାଏ ଯାହା ଚର୍ମରେ ଏକ ପ୍ରତିରୋଧକ ପ୍ରସ୍ତୁତ କରି ତ୍ୱଚାର ଜଳୀୟ ଅଂଶ କମ୍ ହେବାକୁ ଦିଏ ନାହିଁ । 
2.    ନଟ୍ସ ବା ମଞ୍ଜି- ଆମଣ୍ଡ୍, ଫ୍ଲାକ୍ସ ସିଡ୍, ଅଖରୋଟ୍ ଭିଟାମିନ୍ ଇ ରେ ଭରପୂର ଥାଏ। ଏଥିସହ ଫ୍ଲାକ୍ସ ସିଡ୍ ବା ପେଶୀ ମଞ୍ଜି ଓମେଗା-3ର ଏକ ଭଲ ଉତ୍ସ। ନିୟମିତ ପାଣିରେ ଭିଜାଇ ଆପଣ ଆମଣ୍ଡ ନେଇପାରିବେ ଏବଂ ଫ୍ଲାକ୍ସ ସିଡ୍ ଅଳ୍ପ ଭାଜି ନେଇପାରିବେ। ଏପରି ନଟ୍ସରେ ଥିବା ଉପକାରୀ ଫ୍ୟାଟ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ଚର୍ମ ସ୍ୱାସ୍ଥ୍ୟ ପାଇଁ ଶୀତଦିନେ ଅତ୍ୟନ୍ତ ଆବଶ୍ୟକ।
3.    ହୋଲ୍ ଗ୍ରେନ୍ ଖାଦ୍ୟ- ସମ୍ପୂର୍ଣ୍ଣ ଶସ୍ୟଜାତୀୟ ଖାଦ୍ୟ ଯେପରିକି ଓଟ୍ସ, ଶୁଦ୍ଧ ଅଟାରେ ତିଆରି କୌଣସି ପାସ୍ତା ବା ନୁଡଲ୍ ପରି ଖାଦ୍ୟ ଖାଇବା ଦ୍ୱାରା ଆଣ୍ଟି ଅକ୍ସିଡାଣ୍ଟ ବଢ଼ିଥାଏ ଏବଂ ଚର୍ମର ବୟସବୃଦ୍ଧି ଧୀର ହୁଏ। ଶୀତଦିନେ ଏହା ତ୍ୱଚାକୁ ପୋଷଣ ଦିଏ।

Advertisment

4.    ବିଭିନ୍ନ ଫଳ- କମଳା, ଡାଳିମ୍ୱ, ଅଁଳା ଆଦି ଖଟା ଅଂଶ ରହୁଥିବା ଫଳରେ ଭିଟାମିନ୍ ସି ପ୍ରଚୁର ଥାଏ। ଏହି ଫଳ ଶୀତଦିନେ ଅଧିକ ମିଳୁଥିବା ବେଳେ ନିୟମିତ ଗୋଟେ କରି ଆପଣ ଖାଇପାରିବେ। ଏହା ତ୍ୱଚାର ନମନୀୟତା ବା ଇଲାଷ୍ଟିସିଟି ବଢ଼ାଇ ଚର୍ମକୁ ଚିକ୍କଣ କରେ। ପିଜୁଳି, ଅମୃତଭଣ୍ଡା ପରି ଫଳ ଆପଣଙ୍କ ଶରୀରର ଫ୍ରି-ରାଡିକ୍ଲସ ବାହାର କରି କୋଲାଜେନ୍ ତିଆରି କରେ ଏବଂ ଏହା ଆପଣଙ୍କ ତ୍ୱଚାର ବୟସ ବୃଦ୍ଧି ରୋକେ।
5.    ଆବଶକୀୟ ରଙ୍ଗୀନ ପରିବା- ମୁଖ୍ୟତଃ ଭିଟାମିନ୍ ଯୁକ୍ତ ଓ ରଙ୍ଗୀନ ତଥା କାରୋଟିନଏଡ୍ ଯୁକ୍ତ ପରିବା ଖାଇବା ଆବଶ୍ୟକ। ଗାଜର, ବିଟ୍ ଓ କନ୍ଦମୂଳ ଶୀତ ଦିନେ ଅଧିକ ଉପଲବ୍ଧ ଏବଂ ଏଗୁଡ଼ିକ ଚର୍ମକୁ ସଫା ରଖେ। କୌଣସି ବ୍ରଣ କିମ୍ୱା ଶୁଷ୍କତା ଜନିତ ସମସ୍ୟାରୁ ହେଉଥିବା ଅସୁବିଧାରୁ ତ୍ୱଚାକୁ ବଞ୍ଚାଏ।

6.    ପ୍ରୋଟିନ୍ ଯୁକ୍ତ ଖାଦ୍ୟ- ଆପଣ ଜାଣନ୍ତି କି ପ୍ରୋଟିନ୍ ବା ପୁଷ୍ଟିସାର ଆମ ଶରୀରର ମାଂଶପେଶୀୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଚିକେନ୍ ଓ ବିଭିନ୍ନ ମଞ୍ଜିର ସ୍ପ୍ରାଉଟ୍ସ ବା ଗଜା ଆଦି ପ୍ରସ୍ତୁତ କରି ନିୟମିତ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଚର୍ମ ସୁନ୍ଦର ଲାଗିବ।
7.    ଶୀତଦିନେ ଚେଷ୍ଟା କରିବେ ଆବଶ୍ୟକ ପରିମାଣରେ ଉଷୁମ ପାଣି ପିଇବେ, ବ୍ଲାକ୍ କଫି, ଅଦା, ତୁଳସୀ ଡାଳଚିନି ଚା ଆଦି ବହୁତ ସୁନ୍ଦର ଭାବେ କାମ କରେ।
8.    ଭାରତୀୟ ମସଲା- ଆପଣ ଜାଣନ୍ତି ଆମର ପାରମ୍ପରିକ ଭାବେ ରୋଷେଇଘରେ ବ୍ୟବହୃତ କେତେକ ମସଲା ଦ୍ରବ୍ୟ ପ୍ରକୃତରେ ଆମ ଶରୀର ପାଇଁ କେତେ ଆବଶ୍ୟକ ଓ ଉପକାରୀ। ଡାଳଚିନି, ହଳଦୀ ଓ ଅଦା ତଥା ଶୁଣ୍ଠି ପରି ସାମଗ୍ରୀ ସର୍ବଦା ଆପଣଙ୍କ ପାଖରେ ରଖନ୍ତୁ। ଏହା ଶୀତଦିନେ ଆମ ଶରୀରର ଆଣ୍ଟିଅକ୍ସିଡାଣ୍ଟ ବଢ଼ାଏ ଏବଂ ତ୍ୱଚାକୁ ଚିରସବୁଜ ରଖେ।

Advertisment

ଏଇ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଏଥିସହିତ ଆଉ କେତୋଟି ଖାଦ୍ୟରୁ ସଂପୂର୍ଣ୍ଣ ଦୂରେଇ ରହିବାକୁ ହେବ। ନିମ୍ନୋକ୍ତ କେତୋଟି ଖାଦ୍ୟ ଏହିପରି-

1.    ଆଲକହଲ୍- କୌଣସି ପ୍ରକାର ଆଲକହଲ୍ ଯୁକ୍ତ ପାନୀୟ ସେବନ କରିବେ ନାହିଁ।
2.    ପ୍ରକ୍ରିୟାକରଣ ବା ପ୍ରୋସେସିଂ ହୋଇଥିବା ଖାଦ୍ୟ ଯେପରିକି ଫାଷ୍ଟ ଫୁଡ୍, ଛଣା ଯାଇଥିବା ଖାଦ୍ୟ ଆଦିରୁ ଦୂରେଇ ରହିବା ନିତାନ୍ତ ଜରୁରୀ। କାରଣ ଏହା ଚର୍ମରେ ଅନେକ ବ୍ରଣ ଆଦି ହେବାର କାରଣ ହୋଇଥାଏ ଏବଂ ଚର୍ମ ଅଧିକ ଶୁଷ୍କ ହୋଇଯାଏ
3.    ଅଧିକ ମିଠା ପାନୀୟ- ଆଜିକାଲି ଅନେକ ପ୍ରକାର ପାନୀୟ ବିଭିନ୍ନ ଦେକାନରେ ଉପଲବ୍ଧ। ବିଭିନ୍ନ କୋଲ୍ଡ ଡ୍ରିଙ୍କ୍ସ, କୋଲ୍ଡ କଫି, ପ୍ୟାକେଟ୍‌ରେ ଥିବା ଜୁସ୍ ଆଦି ବିଲକୁଲ୍ ନିଅନ୍ତୁ ନାହିଁ। ଏଥିରେ ଥିବା ଅତ୍ୟଧିକ ଶର୍କରା ଆପଣଙ୍କୁ ଦୁର୍ବଳ ଅନୁଭବ କରେଇବ।

4.    ଅଧିକ ସୋଡିୟମ୍ ଯୁକ୍ତ ଖାଦ୍ୟ ବା ଲୁଣି ଲାଗୁଥିବା ଖାଦ୍ୟ। ବିଭିନ୍ନ ଛଣା ଜିନିଷ, ବାହାରେ ମିଳୁଥିବା ମୁଢ଼ି, ଆଦି ଖାଇବା ଦ୍ୱାରା ସୋଡ଼ିୟମ୍ ସ୍ତର ବଢ଼େ ଯାହା ପରେ ରକ୍ତଚାପ ବଢ଼ାଇଥାଏ ଏବଂ ତ୍ୱଚାକୁ ନଷ୍ଟ କରିଦିଏ।
ଶୀତଦିନେ ଏଠାରେ ବର୍ଣ୍ଣିତ କିଛି ଭଲ ପରିବା, ଫଳ ଓ ଭାତ ତଥା ରୁଟି ଆଦି ନିୟମିତ ଖାଦ୍ୟରେ ନେଲେ ଚର୍ମ ଶୁଷ୍କ ହେବ ନାହିଁ ଏବଂ ସେ ପୂର୍ବ ଚମକ ଏବେ ମଧ୍ୟ ରହିବ। ପ୍ରକୃତିର ସବୁ ତଥା ଜଳବାୟୁକୁ ଉପଭୋଗ କର, ହେଲେ  ପ୍ରଥମେ ଆପଣଙ୍କ ପ୍ରଥମେ ଶରୀର ଠିକ୍ ଥିବା ଆବଶ୍ୟକ। 

Skincare Skincare Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ