Advertisment

Doctors Halt OPD Services: ୧୦ଟାରୁ ୧୧ ଯାଏଁ ସବୁ ସରକାରୀ ମେଡିକାଲରେ OPD ବନ୍ଦ , ଓମସା ପକ୍ଷରୁ ଆନ୍ଦୋଳନ ଜାରି

ଘଣ୍ଟାଏ ପାଇଁ OPD ବନ୍ଦ। ସକାଳ ୧୦ଟାରୁ ୧୧ ଯାଏଁ ରାଜ୍ୟର ସବୁ ସରକାରୀ ମେଡିକାଲରେ OPD ବନ୍ଦ କରିଛନ୍ତି ଡାକ୍ତର। ଆଜିଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଡାକ୍ତର ମାନେ ରୋଗୀ ସେବା କରିବେନି।

OPD-BANDH

OPD-BANDH Photograph: (OTV)

Advertisment

ଘଣ୍ଟାଏ ପାଇଁ OPD ବନ୍ଦ। ସକାଳ ୧୦ଟାରୁ ୧୧ ଯାଏଁ ରାଜ୍ୟର ସବୁ ସରକାରୀ ମେଡିକାଲରେ OPD ବନ୍ଦ କରିଛନ୍ତି ଡାକ୍ତର। ଆଜିଠୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଡାକ୍ତର ମାନେ ରୋଗୀ ସେବା କରିବେନି। ରାଜ୍ୟରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ ଦାବିରେ ଓମସା ପକ୍ଷରୁ ଆନ୍ଦୋଳନ ଡକରା ଦିଆଯାଇଛି। ୧୦ ଦଫା ଦାବି ନେଇ ଓଡିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ ଓମସା ପକ୍ଷରୁ ଆଜି ଆନ୍ଦୋଳନରେ ବସିଥିଲେ କଟକ ସିଟି ହସ୍ପିଟାଲର କାର୍ଯ୍ୟରତ ଡାକ୍ତର। ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଓମସା ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି। ଓମସା କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଘଣ୍ଟାଏ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିଥିଲା। ଫଳରେ ଜରୁରୀ କାଳୀନ ବିଭାଗରେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଛି। 

Advertisment

ଘଣ୍ଟାଏ ପାଇଁ OPD ବନ୍ଦ
୧୦ଟାରୁ ୧୧ ଯାଏଁ ସବୁ ସରକାରୀ ମେଡିକାଲରେ OPD ବନ୍ଦ 
ଘଣ୍ଟାଏ ଯାଏଁ ରୋଗୀ ଦେଖିବେନି ଡାକ୍ତର 
ଓମସା ପକ୍ଷରୁ ଆନ୍ଦୋଳନ ଜାରି 
ଖାଲି ଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ଦାବି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ