Advertisment

Diabetes Injection Launched In India: ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର; ବଜାରକୁ ଆସିଲା ଇଞ୍ଜେକସନ୍, ‍ବଢିବନି ଓଜନ

ବଜାରକୁ ଆସିଲା ଡାଇବେଟିସ ଇଞ୍ଜେକସନ୍। ଡେନମାର୍କର କମ୍ପାନି ନୋଭୋ ନୋରଡିସ୍କ ବହୁପ୍ରତୀକ୍ଷିତ ଡାଇବେଟିସ ଇନଜେକସନ ‘ଓଜେମ୍ପିକ’ ଭାରତରେ ହୋଇଛି ଲଞ୍ଚ୍। ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ରହିଛି।

Diabetes injections

Diabetes injections Photograph: (OTV)

Advertisment

ବଜାରକୁ ଆସିଲା ଡାଇବେଟିସ ଇଞ୍ଜେକସନ୍। ଡେନମାର୍କର କମ୍ପାନି ନୋଭୋ ନୋରଡିସ୍କ ବହୁପ୍ରତୀକ୍ଷିତ ଡାଇବେଟିସ ଇନଜେକସନ ‘ଓଜେମ୍ପିକ’ ଭାରତରେ ହୋଇଛି ଲଞ୍ଚ୍। କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି। 

Advertisment

ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ। ଓଜେମ୍ପିକ ଟାଇପ୍-୨ ଡାଇବେଟିସ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ, ଯାହା ଆମେରିକା ସମେତ ଅନେକ ଦେଶରେ ଉପଲବ୍ଧ। ୧ ଏମଜି ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ରହିଛି। ୦.୫ ଏମଜି ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି। 

ଆମେରିକାର ଏଫଡିଏ ଅନୁସାରେ, ଏହା ଔଷଧ ଡାଏଟ୍ ଓ ବ୍ୟାୟାମ ସହ ମିଶି ବ୍ଲଡ୍ ସୁଗାର କଣ୍ଟ୍ରୋଲରେ ସାହାଯ୍ୟ କରିବ। ଓଜେମ୍ପିକ ଶରୀରରେ ଥିବା ପ୍ରାକୃତିକ ହର୍ମୋନ ଜିଏଲପି-୧ ପରି କାମ କରିଥାଏ। ଏହା ବ୍ଲଡ୍ ସୁଗର ବଢିଲେ ଇନସୁଲିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ। 

Advertisment

ପେଟ ଖାଲି ହେବା ପ୍ରକ୍ରିୟାକୁ ଧିମା କରିଥାଏ, ଫଳରେ ଦୀର୍ଘ ସମୟ ଯାଏ ଭୋକ ଲାଗେ ନାହିଁ । ହାଇ ଡୋଜରେ ଏହା ଭୋକକୁ କମ କରିଥାଏ, ଏଥିପାଇଁ ଅନେକ ଦେଶରେ ଏହାକୁ ଓଜନ କମାଇବା ପାଇଁ ବ୍ୟବହାର କରାଯାଇଥାଏ ।

•    ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର 
•    ବଜାରକୁ ଆସିଲା ଡାଇବେଟିସ ଇଞ୍ଜେକସନ୍
•    ଡାଇବେଟିସ ରୋଗୀଙ୍କ ପାଇଁ ଇଞ୍ଜେକସନ୍ 
•    ବହୁପ୍ରତୀକ୍ଷିତ ‘ଓଜେମ୍ପିକ’ ଭାରତରେ ଲଞ୍ଚ୍
•    ମଧୁମେହ ରୋଗୀଙ୍କ ବଢ଼ିବନି ଓଜନ
•    ୦.୨୫ ଏମଜିର ସାପ୍ତାହିକ ଡୋଜ-୨୨୦୦ ଟଙ୍କା 
•    ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ବଜାରରେ ଉପଲବ୍ଧ ହେବ
•    ୧ ଏମଜି ଡୋଜର ମୂଲ୍ୟ ମାସକୁ ୧୧,୧୭୫ ଟଙ୍କା 
•    ୦.୫ ଏମଜି ଡୋଜର ମୂଲ୍ୟ ମାସକୁ ୧୦,୧୭୦ ଟଙ୍କା 
•    ୦.୨୫ ଏମଜି ଡୋଜ୍ ପାଇଁ ମାସକୁ ୮,୮୦୦ ଟଙ୍କା 
•    ସାପ୍ତାହିକ ଆଧାରରେ ୦.୨୫ ଏମଜିର ପ୍ରାରମ୍ଭିକ ମୂଲ୍ୟ ୨୨୦୦ ଟଙ୍କା 
•    ଡାଏଟ୍ ଓ ବ୍ୟାୟାମ ସହ ମିଶି ବ୍ଲଡ୍ ସୁଗାର କଣ୍ଟ୍ରୋଲରେ ସାହାଯ୍ୟ କରିବ ଔଷଧ
•    ବ୍ଲଡ୍ ସୁଗାର ବଢିଲେ ଇନସୁଲିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ
•    ଓଜେମ୍ପିକ ଶରୀରରେ ଥିବା ପ୍ରାକୃତିକ ହର୍ମୋନ ଜିଏଲପି-୧ ପରି କାମ କରିଥାଏ

Advertisment
Diabetes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ