cancer risk Photograph: (OTV)
ସଣ୍ଡେ ହୋ ୟା ମଣ୍ଡେ ରୋଜ୍ ଖାଓ ଅଣ୍ଡେ, ଏପରି ଏକ ଲୋକପ୍ରିୟ କଥା ରହିଛି। ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ। ଅଣ୍ଡାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଶରୀରକୁ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ବ ଏଥିରେ ରହିଥାଏ। ଅଣ୍ଡା ହେଉଛି ପ୍ରୋଟିନର ଏକ ଶସ୍ତା, ସୁଲଭ ଏବଂ ନିର୍ଭରଯୋଗ୍ୟ ଉତ୍ସ। ତେବେ ଏକ ରିପୋର୍ଟ ଏହାରର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଆଉ ଅଣ୍ଡାକୁ ନେଇ ବିବାଦ ଚାଲିଛି।
ରିପୋର୍ଟ ମୁତାବକ, ଅଣ୍ଡାରେ ନାଇଟ୍ରୋଫୁରଣ୍ଟୋଇନ୍ ନାମକ ଏକ ପଦାର୍ଥ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏପରିକି ଏହା ଯୋଗୁଁ କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ତେବେ ଏହି ଖବର ଆସିବା ପରେ FSSAI ନାଇଟ୍ରୋଫୁରାଣ୍ଟୋଇନର ଅବଶିଷ୍ଟାଂଶ ଯାଞ୍ଚ କରିବା ପାଇଁ ବ୍ରାଣ୍ଡେଡ୍ ଏବଂ ନନବ୍ରାଣ୍ଡେଡ୍ ଅଣ୍ଡାର ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ନମୁନାଗୁଡ଼ିକୁ ୧୦ଟି ଭିନ୍ନ ଲ୍ୟାବକୁ ପଠାଯିବ।
ନାଇଟ୍ରୋଫୁରାଣ୍ଟୋଇନ ହେଉଛି ପଶୁପାଳନ ଏବଂ କୁକୁଡ଼ାରେ ସଂକ୍ରମଣ ରୋକିବା ପାଇଁ ଆଗରୁ ବ୍ୟବହୃତ ଆଣ୍ଟିବାୟୋଟିକ୍ସର ଏକ ଗୋଷ୍ଠୀ। ତେବେ WHO ଏହାର ବ୍ୟବହାରକୁ ନିଷେଧ କରିଛି। କାରଣ ଏହାର ଅବଶିଷ୍ଟାଂଶ ଦ୍ୱାରା କ୍ୟାନସର ହେବାର ବିପଦ ରହିପାରେ। ଏପରିକି ଏହା DNA କ୍ଷତି ଘଟାଇପାରେ ଏବଂ ଦୀର୍ଘକାଳୀନ ସେବନ ଦ୍ୱାରା ଯକୃତ ଏବଂ କିଡନୀକୁ ପ୍ରଭାବିତ କରିପାରେ। ତେବେ କିଛି କୁକୁଡ଼ା ଫାର୍ମଗୁଡ଼ିକରେ ଅଣ୍ଡା ଉତ୍ପାଦନ ବୃଦ୍ଧି କରିବା ପାଇଁ ଏଗୁଡ଼ିକ ବେଆଇନ ଭାବରେ ବ୍ୟବହୃତ ହୁଏ। କୁକୁଡା ଏହି କେମିକାଲ ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ଅବଶିଷ୍ଟାଂଶ ଅଣ୍ଡାରେ ରହିପାରେ। ଆଉ ଏହାର ସେବନ ଦ୍ୱାରା ବିଶେଷ କରି ପିଲା, ଗର୍ଭବତୀ ମହିଳା ଏବଂ ଲୋ ଇମ୍ୟୁନିଟି ଲୋକଙ୍କ ଠାରେ ବିପଦ ସୃଷ୍ଟି ହୋଇପାରେ।
ତେବେ ଜାଣି ରଖନ୍ତୁ ଯେ, ସମସ୍ୟା ଅଣ୍ଡା ସହିତ ନୁହେଁ, ବରଂ ଏ କେମିକାଲ ସଂସ୍ପର୍ଶରେ ଆସିଥିବା ଅଣ୍ଡାରେ ରହିଛି। ତେଣୁ ସବୁବେଳେ ଏକ ବିଶ୍ୱସ୍ତ ବ୍ରାଣ୍ଡ କିମ୍ବା ସ୍ଥାନୀୟ ଯୋଗାଣକାରୀଙ୍କ ଠାରୁ ଅଣ୍ଡା କିଣନ୍ତୁ। ଆଉ FSSAI ଲାଇସେନ୍ସ ଏବଂ ଟ୍ରେସବିଲିଟି ଯାଞ୍ଚ କରନ୍ତୁ। ଅତ୍ୟଧିକ ଶସ୍ତା କିମ୍ବା ଅଜଣା ଉତ୍ସରୁ ଆସୁଥିବା ଅଣ୍ଡାକୁ କିଣନ୍ତୁ ନାହିଁ। ସେହିପରି କଞ୍ଚା ଅଣ୍ଡା ଖାଆନ୍ତୁ ନାହିଁ; ସେଗୁଡ଼ିକୁ ଭଲ ଭାବରେ ରାନ୍ଧନ୍ତୁ। ଏହା ଦ୍ୱାରା ଆପଣ ବିପଦକୁ ହ୍ରାସ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/22/cancer-risk-2025-12-22-10-32-30.jpg)