Advertisment

ଲିଭର୍‌ରେ ଅପରିଷ୍କାର ଜମିଲେ ଦେଖାଦେବ ଏଇସବୁ ଲକ୍ଷଣ

ଭୁବନେଶ୍ୱର : ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍‌ ବା ଯାହାକୁ ଆମେ ଓଡ଼ିଆରେ କହୁ ଯକୃତ। ଲିଭର୍‌ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ। ତେବେ ଖରାପ ଖାଦ୍ୟ ଓ ପାନୀୟ ଯୋଗୁ ଲିଭର୍‌ରେ ଅପରିଷ୍କାର ଜିନିଷ ଜମିଲେ ସମସ୍ୟା ଦେଖାଯାଏ। ଏହାଦ୍ୱାରା କେବଳ ଲିଭର୍‌ର କାର୍ଯ୍ୟଶୈଳୀ ପ୍ରଭାବିତ ହୋଇ ନଥାଏ, ତା’ସହ ଅନେକ […]

ଲିଭର୍‌ରେ ଅପରିଷ୍କାର ଜମିଲେ ଦେଖାଦେବ ଏଇସବୁ ଲକ୍ଷଣ

liver-1

Advertisment

ଭୁବନେଶ୍ୱର : ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍‌ ବା ଯାହାକୁ ଆମେ ଓଡ଼ିଆରେ କହୁ ଯକୃତ। ଲିଭର୍‌ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ। ତେବେ ଖରାପ ଖାଦ୍ୟ ଓ ପାନୀୟ ଯୋଗୁ ଲିଭର୍‌ରେ ଅପରିଷ୍କାର ଜିନିଷ ଜମିଲେ ସମସ୍ୟା ଦେଖାଯାଏ। ଏହାଦ୍ୱାରା କେବଳ ଲିଭର୍‌ର କାର୍ଯ୍ୟଶୈଳୀ ପ୍ରଭାବିତ ହୋଇ ନଥାଏ, ତା’ସହ ଅନେକ ଜଟିଳ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ତା’ହେଲେ ଲିଭର୍‌ରେ ଅପରିଷ୍କାର ଜମିଛି ବୋଲି କେମିତି ଜାଣିବେ।

Advertisment

ଏହାର ବି କିଛି ଲକ୍ଷଣ ଅଛି। ସେହି ଲକ୍ଷଣଗୁଡ଼ିକ ବିଷୟରେ ସମସ୍ତେ ନିହାତି ଜାଣିବା ଆବଶ୍ୟକ। ତା’ହେଲେ ଲିଭର୍‌ରେ କୌଣସି କାରଣରୁ ଅପରିଷ୍କାର ଜମୁଥିଲେ ସେଥିଯୋଗୁ ସୃଷ୍ଟି ହେବାକୁ ଥିବା ସମସ୍ୟା ଜଟିଳ ରୂପ ଧାରଣ କରିବା ପୂର୍ବରୁ ତା’ର ଉପଚାର କରି ହେବ।

ପରିସ୍ରାର ରଙ୍ଗ ବଦଳି ଯାଏ 
ଲିଭର୍‌ରେ ଅପରିଷ୍କାର ଜମା ହେଲେ ପରିସ୍ରାର ରଙ୍ଗ ବଦଳି ଯାଏ। ଏହି ସମୟରେ ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ହୋଇଯାଏ। ତା’ସହିତ ପରିସ୍ରା ଅଧିକ ଫେଣ ହୋଇଥାଏ। ଯଦି କେହି ଲଗାତାର ଏଭଳି ଲକ୍ଷଣ ଦେଖନ୍ତି, ତା’ହେଲେ ଅବଶ୍ୟ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

Advertisment

ଲଗାତାର ପେଟରେ ଯନ୍ତ୍ରଣା ହୁଏ

ଲିଭର୍‌ରେ ଅପରିଷ୍କାର ଜମିଲେ ପେଟରେ ଯନ୍ତ୍ରଣା ହୋଇଥାଏ ଓ ଏହି ଯନ୍ତ୍ରଣା ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହେ। ଏହି ଲକ୍ଷଣ ଦେଖା ଦେଲେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏହା ସହିତ ନଡ଼ିଆ ପାଣି ଓ ଭିଟାମିନ୍‌ ସି ଯୁକ୍ତ ଜୁସ୍‌ ପିଅନ୍ତୁ। ତା’ସତ୍ତ୍ୱେ ପେଟ ଯନ୍ତ୍ରଣା ଜାରି ରହିଲେ ବିଳମ୍ବ ନ କରି ଡାକ୍ତରଙ୍କ ନିକଟକୁ ଯା’ନ୍ତୁ।

ଅଣ୍ଟାରେ ଯନ୍ତ୍ରଣା ହେବା
ଲିଭର୍‌ରେ ଅପରିଷ୍କାର ଜମିଲେ ବା  ସମସ୍ୟା ଦେଖା ଦେଲେ ଅଣ୍ଟାରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଯଦି କୌଣସି ବ୍ୟକ୍ତି ଲଗାତାର ଭାବରେ ଅଣ୍ଟା ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି ଓ ଦୁର୍ବଳ ଅନୁଭବ କରୁଛନ୍ତି, ତା’ହେଲେ ଏହା ଲିଭର୍‌ରେ ଅପରିଷ୍କାର ଜମିବାର କାରଣ ବି ହୋଇପାରେ। ଏହି ସମୟରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ଏହା ଜାଣିବା ପାଇଁ କ’ଣ ପରୀକ୍ଷା କରିବେ ?
ଲିଭର୍‌ ଠିକ୍‌ ଭାବେ କାମ କରୁଛି ନା ନାହିଁ, ତାହା ଜାଣିବା ପାଇଁ ଡାକ୍ତର ରକ୍ତ ପରୀକ୍ଷା କରନ୍ତି। ଅଲଟ୍ରାସାଉଣ୍ଡ୍‌, ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ଜରିଆରେ ଲିଭର୍‌ର ପରୀକ୍ଷା କରାଯାଇଥାଏ। କିଛି ଲୋକଙ୍କୁ ବାୟୋସ୍ପିର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଏଥିରେ ଡାକ୍ତର ଲିଭର୍‌ର ଯାଞ୍ଚ କରିବା ପାଇଁ ଏକ ଛୁଞ୍ଚିର ସାହାଯ୍ୟ ନେଇଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ