/odishatv-khabar/media/post_attachments/uploadimage/library/16_9/16_9_0/smart-phone_1626679087.jpg)
smart phone
ସ୍ମାର୍ଟଫୋନର ବ୍ୟବହାର ଏବେ ଦୃତ ଗତିରେ ବଢିଚାଲିଛି । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଏକଥା ନିରାଟ ସତ । କିନ୍ତୁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଆମର ସ୍ୱାସ୍ଥ୍ୟ ଉପରେ । ଆପଣଙ୍କୁ ସ୍ମାର୍ଟଫୋନ୍ ରେଡିଏସନ କଥା କହୁଛି । ଯାହା ଦ୍ୱାରା ଅନେକ ଗୁଡିଏ ରୋଗରେ ପଡିଥାନ୍ତି ଲୋକମାନେ । ଏଣୁ ଆପଣ ଏବେ କୁହନ୍ତୁ ଏହାର ପ୍ରତିକାର କରିବା ନା ନାହିଁ । ନିଶ୍ଚୟ କରିବା । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ସ୍ମାର୍ଟଫୋନ୍ ରେଡିଏସନରୁ ବଂଚିତ ହେବା ।
ହାଣ୍ଡସେଟ ସ୍ପି୍ିକର ବ୍ୟବହାର କରନ୍ତୁ -
ଯେତେବେଳେ ବି ଆପଣ ଅଧିକ ସମୟ ଧରି କାହା ସହ କଥା ହେଉଛନ୍ତି ତ ଆପଣ ହାଣ୍ଡସେଟର ସ୍ପିକର ବ୍ୟବହାର କରି କଥା ହେବାକୁ ଅଭ୍ୟାସ କରନ୍ତୁ । ଯଦ୍ୱାରା ଆପଣଙ୍କ ଠାରେ ଫୋନ୍ ରେଡିସନର ପ୍ରଭାବ କମ୍ ପଡିବ । କାରଣ ଆପଣ ଯେତେବେଳେ ବିନା ସ୍ପିକରରେ କଥା ହେଉଛନ୍ତି ଏହି ରେଡିଏସନର ପ୍ରଭାବ ସିଧା ଆମର ବ୍ରେନକୁ ପ୍ରଭାବ ପକାଏ ।
ସର୍ବଦା ଫୋନକୁ ଶରୀର ଠାରୁ ଦୂରରେ ରଖନ୍ତୁ -
ଏହା ସବୁବେଳେ ଆଜିକା ସମସୟରେ ସମ୍ଭବ ନୁହେଁ । ଅନେକ ଲୋକ ନିଜ ଶରୀର ସହ ଫୋନକୁ ଲଗେଇ ରଖିଥାନ୍ତିା କିନ୍ତୁ ସେମାନେ ଏହା ଜାଣିବା ନିହାତି ଦରକାର ଯେ ସେମାନେ ସ୍ମାର୍ଟଫୋନର ରେଡିଏସନକୁ ଦୂର କରିବାକୁ ଚାହୁଁଥାନ୍ତି ତ ନିଜ ଶରୀର ଠାରୁ ଯେତା ସମ୍ଭବ ଦୂରେଇ ରଖନ୍ତୁ ।
ଫୋନକୁ ତକିଆ ତଳେ କିମ୍ବା ପକେଟରେ ରଖନ୍ତୁ ନାହିଁ –
ଆପଣ ନିଶ୍ଚୟ ଜାଣିଥିବେ ଅନେକ ଲୋକ ଅନେକ ସମୟରେ ଏମିତି ଅଭ୍ୟାସ କରିଥାନ୍ତି । ରାତିରେ ଶୋଇବା ବେଳେ , ଲୋକେ ସେମାନଙ୍କର ଫୋନକୁ ତକିଆ ତଳେ ରଖି ଶୋଇପଡନ୍ତି ଏବଂ ଆଉ କିଛି ଲୋକ ସେମାନଙ୍କ ଫୋନକୁ ଛାତି ପକେଟରେ ରଖିଥାନ୍ତି। ଉଭୟ ଅଭ୍ୟାସ ବହୁତ ଖରାପ ପ୍ରଭାବ ପକାଇଥାଏ ଶରୀର ଓ ସ୍ୱାସ୍ଥ୍ୟ ଉପରେ । କାରଣ ଗୋଟେ ପଟେ ଏହା ବ୍ରେନ ଉପରେ ପ୍ରକାଇବା ବେଳେ ଆଉ ଗୋଟେ ପଟେ ଏହା ହାର୍ଟ କୁ କ୍ଷତି ପହଁଚାଇଥାଏ ।
କଲରେ କଥା ହେବା ପରିବର୍ତ୍ତେ ମେସେଜ କରନ୍ତୁ -
ଆପଣଙ୍କ ଭଲ ପାଇଁ ଜଣାଇଦେଉଛି କି , ଯେତେବେଳେ ବି ଆପମ କାହା ସହ ଫୋନରେ କଥା ହେଉଛନ୍ତି , ସେତେବେଳେ ଫୋନରୁ ବହୁତ ପରିମାଣର ରେଡିଏସନର ବାହାରି ଥାଏ । ଯାହାକି ବ୍ରେନ୍ ଓ ଶରୀର ପାଇଁ ବହୁତ କ୍ଷତିକାରକ । ଏଣୁ କଲ୍ ପରିବର୍ତ୍ତେ ବେଶି ମେସେଜର ବ୍ୟବହାର କରନ୍ତୁ ।
ଯେତେବେଳେ ସିଗନାଲ୍ ଷ୍ଟ୍ରଙ୍ଗ୍ ଅଛି , ସେତେବେଳେ କଥା ହୁଅନ୍ତୁ -
ଯେତେବେଳେ ଫୋନର ସିଗନାଲ ଭଲ ଅଛି, ସେତେବେଳେ ଫୋନରେ କଥା ହୁଅନ୍ତୁ । କାରଣ ଯେତେବେଳେ ସିଗନାଲ୍ କମ୍ ଥାଏ , ରେଡିଏସନ ପ୍ରଖର ହୋଇଥାଏ । ଯାହା ବ୍ରେନ ଉପରେ ଅଧିକ ପ୍ରଭାବ ପକାଏ । ଆଉ ଫୋନରୁ ନିର୍ଗତ ଏହି ଉଚ୍ଚ ରେଡିଏସନ ମାନସିକ ରୋଗାକ୍ରାନ୍ତ କରାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)