Advertisment

ଶରୀରରେ ଭିଟାମିନ୍‌ Dର ପୂରଣ କରିଥାଏ ଛତୁ, ଜାଣନ୍ତୁ ଏହାର ଫାଇଦା

ଛତୁ ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଛତୁ ପକାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଛତୁରେ କ୍ୟାଲୋରୀ କମ୍‌ ପରିମାଣରେ ରହିଥିବାବେଳେ ଏଥିରେ ବିଭିନ୍ନ…

ଅଦ୍ୟତନ ହୋଇଛି
ଶରୀରରେ ଭିଟାମିନ୍‌ Dର ପୂରଣ କରିଥାଏ ଛତୁ, ଜାଣନ୍ତୁ ଏହାର ଫାଇଦା

7

Advertisment

ଛତୁ ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଛତୁ ପକାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ।

Advertisment

ଛତୁରେ କ୍ୟାଲୋରୀ କମ୍‌ ପରିମାଣରେ ରହିଥିବାବେଳେ ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ଅଧିକ ଥାଏ।

ଛତୁକୁ ବ୍ୟବହାରକରି ତରକାରୀ, ସାଲାଡ୍‌, ସୁପ୍‌ ଏବଂ ସ୍ନାକ୍ସ ଭଳି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଆମେ ଖାଇପାରିବା। ତେବେ ଆସନ୍ତୁ ଜାଣିବା କିହିଁକି ଆମେ ଛତୁକୁ ଆମର ପ୍ରତ୍ୟେକଦିନ ଖାଦ୍ୟରେ ସାମିଲ୍‌ କରିବା।

Advertisment

ଭିଟାମିନ୍‌ ଡି ପ୍ରଦାନ କରେ- ଭିଟାମିନ୍‌ D ଶରୀର ପାଇଁ ନିହାତି ଜରୁରୀ ହୋଇଥାଏ। ଏହାର ପରିମାଣ ଶରୀରରୁ କମ୍‌ ହୋଇଗଲେ ବିଭିନ୍ନ ରୋଗ ହୋଇଥାଏ।

ଏହି ଭିଟାମିନ୍‌ ଖୁବ୍‌ କମ୍‌ ପରିବାରୁ ମିଳିଥାଏ। ଏଥି ମଧ୍ୟରୁ ଛତୁରେ ଅଧିକ ପରିମାଣରେ ଏହା ରହିଥାଏ। ପ୍ରତ୍ୟେକଦିନ ଛତୁକୁ ଖାଇବା ଦ୍ୱାରା ଆମ ଶରୀରର ଆବଶ୍ୟକତା ପୂରଣ ହୋଇଥାଏ।

Advertisment

ସେଲେନିୟମରେ ଭରପୂର- ସେଲେନିୟମ୍ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ। ଏହା ଶରୀରକୁ ବାହାର ରେଡିକାଲର କ୍ଷତିରୁ ରକ୍ଷା କରିଥାଏ ଏବଂ ରୋଗ ପ୍ରତିରୋଧକ ପ୍ରଣାଳୀକୁ ବଢ଼ାଇବାରେ ସାହାଯ୍ୟ କରେ। ଛତୁରୁ ପ୍ରଚୁର ପରିମାଣରେ ସେଲେନିୟମ୍ ମିଳିଥାଏ। ଏହା ଶରୀରକୁ ଭିତରୁ ସୁସ୍ଥ ରଖେ।

ଓଜନ କମାଇବା- ଛତୁରେ କ୍ୟାଲୋରୀର ପରିମାଣ କମ୍‌ ରହିଥିବାରୁ ଏହା ଓଜନ କମାଇବାରେ ସାହାଯ୍ୟ କରେ। ୫ଟି ଧଳା ଏବଂ ଭଲ ଛତୁରେ କେବଳ ୨୦ ପ୍ରତିଶତ କ୍ୟାଲୋରୀ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ