Advertisment

ଖାଇବା ପରେ ଗାଧୋଇବା କାହିଁକି ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ ?

ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍‌ ରହିଲେ, ସ୍ୱାସ୍ଥ୍ୟ ଠିକ୍‌ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। […]

ଖାଇବା ପରେ ଗାଧୋଇବା କାହିଁକି ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ ?

12

Advertisment

ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍‌ ରହିଲେ, ସ୍ୱାସ୍ଥ୍ୟ ଠିକ୍‌ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। ସେହିଭଳି ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଗାଧୋଇବା ବି ଆବଶ୍ୟକ ହୋଇଥାଏ। ତେବେ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଠିକ୍ ସମୟରେ ଗାଧାନ୍ତି ନାହିଁ। ସେହିପରି କିଛି ଲୋକଙ୍କର ଖାଇ ସାରିବା ପରେ ଗାଧୋଇବା ଅଭ୍ୟାସ ଅଛି। କିନ୍ତୁ ଏହା ଠିକ୍ ନୁହେଁ।

Advertisment

publive-image

ଆୟୁର୍ବେଦ ଅନୁସାରେ ପ୍ରତ୍ୟେକ କାମ ପାଇଁ ଏକ ନିର୍ଦ୍ଧାରିତ ସମୟ ରହିଛି। ଏହି ସମୟରେ ପରିବର୍ତ୍ତନ ହେଲେ ଶରୀରକୁ କ୍ଷତି ପହଞ୍ଚିଥାଏ। ତେଣୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଗାଧାନ୍ତୁ ନାହିଁ। ଖାଇବାର ଦୁଇ ଘଣ୍ଟା ପରେ ଗାଧୋଇବା ଉଚିତ୍‌।

ଖାଦ୍ୟ ହଜମ ହେବା ଶରୀରରେ ଅଗ୍ନି ତତ୍ତ୍ୱର ଆବଶ୍ୟକ ହୋଇଥାଏ। ଖାଦ୍ୟ ଖାଇବା ପରେ ଏହି ଅଗ୍ନି ତତ୍ତ୍ୱ ଶରୀରରେ ସକ୍ରିୟ ହୋଇଥାଏ ଓ ରକ୍ତ ସଞ୍ଚାଳନର ଗତି ବଢ଼ିଥାଏ। ଏହି ସମୟରେ ଗାଧୋଇଲେ ଶରୀରର ତାପମାତ୍ରା କମ୍‌ ହେବା ଯୋଗୁଁ ହଜମ ପ୍ରକ୍ରିୟା ବିଳମ୍ୱରେ ହୋଇଥାଏ।

Advertisment

କେବଳ ଆୟୁର୍ବେଦ ନୁହେଁ, ମେଡିକାଲ୍‌ ସାଇନ୍ସରେ ମଧ୍ୟ ଏହା ପ୍ରମାଣିତ ହୋଇଛି ଯେ ଖାଇବା ପରେ ଗାଧୋଇଲେ, ଶରୀରର ତାପମାତ୍ରା କମ୍ ହୋଇଥାଏ ଓ  ରକ୍ତ ସଞ୍ଚାଳନର ଗତି ପ୍ରଭାବିତ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଖାଇବା ପରେ ଗୋଧେଇଲେ ଏସିଡିଟି ଓ ବାନ୍ତି ଆଦି ହୋଇଥାଏ। ଏପରିକି ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ