yoa00000
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି- "Yoga for Health - Yoga at Home"।
କରୋନା କଟକଣା ଭିତରେ ସାମାଜିକ ଦୂରତା ବଜାୟ ରଖି କିଭଳି ଭାବେ ଯୋଗ ଦିବସ ପାଳନ କରାଯିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା। ଯୋଗ ଏପରି ଏକ ଅମୂଲ୍ୟ ଉପହାର ଯାହା ମନ ଓ ଶରୀରକୁ ଶକ୍ତି ଯୋଗାଇଥାଏ। ଯୋଗ ଦ୍ୱାରା ମଣିଷ ସୁସ୍ଥ ରହିବା ସହ ଦୀର୍ଘାୟୁ ମଧ୍ୟ ହୋଇଥାଏ।
ଶରୀର ଅଛି ତ ରୋଗ ନିଶ୍ଚୟ ହେବ। ଏକଥା ସତ। ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା, ତା’ହେଲେ ଅନେକ ସମସ୍ୟାରୁ ମୁକୁଳି ପାରିବା।
ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ, ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା ଆମକୁ ସହଜରେ କୌଣସି ସମସ୍ୟା ସ୍ପର୍ଶ କରିବ ନାହିଁ। ଏହି ଅଭ୍ୟାସଟି ହେଲା କପାଳଭାତି ପ୍ରାଣାୟମ। ଏହି ପ୍ରାଣାୟମ କରିବା ଦ୍ୱାରା ଆମେ ଅନେକ ରୋଗରୁ ମୁକ୍ତି ପାଇପାରିବା।
/odishatv-khabar/media/post_attachments/wp-content/uploads/2019/10/kapala.jpg)
କଣ ଲାଭ ମିଳିବ –
ଏହା ଶରୀରର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାୟାମ। ମସ୍ତିଷ୍କ, ଶରୀର ଓ ମୁଖମଣ୍ଡଳଳର ଓଜ , ତେଜ ଆଭା ତଥା ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସମସ୍ତ ପ୍ରକାରର କଫ ରୋଗ, ଶ୍ୱାସ , ଏଲର୍ଜି ଓ ସାଇନସ୍ ଆଦି ରୋଗକୁ ସମୂଳେ ନଷ୍ଟ କରିଥାଏ।
ହୃଦୟ, ଫୁସ୍ଫୁସ୍ ଓ ମସ୍ତିଷ୍କର ସମସ୍ତ ରୋଗକୁ ଦୂର କରେ। ମେଦବୃଦ୍ଧି , ମଧୁମେହ, ଗ୍ୟାସ୍ , କୋଷ୍ଠକାଠିନ୍ୟ, ଅମ୍ଳପିତ , ଯକୃତ ତଥା ପୁରୁଷଙ୍କ ପ୍ରୋଷ୍ଟେଟ ଗ୍ରନ୍ଥୀ ସମ୍ୱନ୍ଧୀୟ ସମସ୍ତ ରୋଗ ନିଶ୍ଚିତ ରୂପେ ଭଲ ହୁଏ। ମନ ସ୍ଥିର , ଶାନ୍ତ ହୋଇ ମନରୁ ନକରାତ୍ମକ ଚିନ୍ତା ଦୂର ହୁଏ। ଆଉ ମଧ୍ୟ ଡିପ୍ରେସନ ପରି ରୋଗରୁ ମୁକ୍ତି ମିଳେ। ଏହା ଶରୀର ପାଇଁ ସଞ୍ଜିବନୀ ଭଳି କାମ କରେ। ଆସାଧ୍ୟ ରୋଗ ଯଥା କ୍ୟାନସର ପାଇଁ ଏହା ବିଶେଷ ଫଳପ୍ରଦ। ଏଥିପାଇଁ ସକାଳ ସନ୍ଧ୍ୟାରେ ୩୦ ମନିଟ୍ ଲେଖାଏ ଏହି ପ୍ରାଣାୟମ କରିବା ଉଚିତ୍।
/odishatv-khabar/media/post_attachments/uploads/2017/07/Kapalbhati-Pranayama-and-its-benefits.jpg)
ଜାଣନ୍ତୁ ପ୍ରାଣାୟମର ଅଭ୍ୟାସ ବିଧି –
ସିଧା ହୋଇ ଆସନରେ ବସି ନାଭି ମଣ୍ଡଳରେ ପ୍ରତି ସେକେଣ୍ଡରେ ଗୋଟିଏ ଲେଖା ଧକ୍କା ଦେଇ ଭିତରର ବାୟୁକୁ ବାହାରକୁ ଛାଡ଼ି ଦିଅନ୍ତୁ। ଫଳରେ ପେଟର ସଙ୍କୋଚନ ଓ ନାସିକାରେ ସାମାନ୍ୟ ଶବ୍ଦ ହୋଇଥାଏ।
ଏହି ସମୟରେ ଆପେ ଆପେ ବାୟୁ ଭିତରକୁ ଯାଇଥାଏ। ଏହାକୁ ଅତି କମ୍ରେ ଥରକୁ ୩ରୁ ୫ ମିନିଟ୍ ଅଭ୍ୟାସ କରି ପରେ ୧୫ ମିନିଟ୍ ପର୍ଯ୍ୟନ୍ତ ବଢ଼ାଇ ପାରିବେ। କ୍ଲାନ୍ତି ଲାଗିଲେ ରହିଯାଇ ପୁଣି ଆରମ୍ଭ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/yoa00000_1626162126.jpg)