Advertisment

ଘରେ ପ୍ରସ୍ତୁତ କରନ୍ତୁ ଲାଉ ଚଣା

ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ। ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ…

ଅଦ୍ୟତନ ହୋଇଛି
ଘରେ ପ୍ରସ୍ତୁତ କରନ୍ତୁ ଲାଉ ଚଣା

lau-chana

Advertisment

ଆବଶ୍ୟକୀୟ ସାମଗ୍ରୀ: ବୁଟ ଡାଲି, ଲାଉ, ହଳଦୀ, ଲୁଣ, ବିଲାତି ବାଇଗଣ, ଘିଅ କିମ୍ବା ତେଲ, ହେଙ୍ଗୁ, ତେଜପତ୍ର, ଜିରା, ଡାଲଚିନି, ଛୋଟ ଅଳେଇଚ ଓ ଲବଙ୍ଗ।

Advertisment

ପ୍ରସ୍ତୁତି ପ୍ରଣାଳୀ: ବୁଟ ଡାଲିରେ ଲୁଣ, ହଳଦୀ, ଏବଂ ଟମାଟୋ ପକାଇ ସାଧାରଣ ଡାଲି ଭାବେ ସିଝାଇ ନିଅନ୍ତୁ। ଲାଉକୁ ଛୋଟ ଛୋଟ କାଟି(୧/୨ ଇଞ୍ଚ) ଆକାରର ସେଥିରେ ପକାନ୍ତୁ ଏବଂ ୨ ମିନିଟ୍‌ ସିଝାଇ ନିଅନ୍ତୁ।

ସସ୍‌ପ୍ୟାନ୍‌ରେ ଘିଅ କିମ୍ବା ତେଲ ଗରମ କରି ସେଥିରେ ହେଙ୍ଗୁ, ତେଜପତ୍ର, ଜିରା,ଡାଲଚିନି, ଅଳେଇଚ ଗୁଣ୍ଡ ଏବଂ ଲବଙ୍ଗକୁ ପକାଇ ଦେଇ ଘାଣ୍ଟନ୍ତୁ। ଟିକେ ବାସ୍ନା ଆସିଗଲେ ଲାଉ ଏବଂ ବୁଟ ଡାଲିର ସିଝା ମିଶ୍ରଣକୁ ଢାଳି ଦିଅନ୍ତୁ। ଫୁଟି ଆସିବା ପରେ ଜାଳ କମାଇ ୨/୩ ମିନିଟ୍‌ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଲାଉ ଚଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ