65547789877
ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି।
ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ।
କନ୍ଦମୂଳ- କନ୍ଦମୂଳରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍ ରହିଛି, ଯାହା ଶରୀରକୁ ହାଲ୍କା କରାଏ। ତେଣୁ ରାତିରେ ଖାଇ ସାରିବା ପରେ ଏହାକୁ ଖାଇଲେ ଭଲ ନିଦ ହୋଇଥାଏ।
/odishatv-khabar/media/post_attachments/wp-content/uploads/2019/10/download-1.jpg)
ହର୍ବାଲ୍ ଚା- କିଛି ଲୋକ ଦିନରେ ଖାଇସାରିବା ପରେ ଗ୍ରୀନ୍ ଟି ବା ହର୍ବାଲ୍ ଟି ପିଅନ୍ତି। ତେବେ ରାତିରେ ଖାଇ ସାରିବା ପରେ ହର୍ବାଲ୍ ଟି ପିଇଲେ ଶିରାପ୍ରଶିରାକୁ ଆରାମ ମିଳେ ଓ ନିଦ ଭଲ ହୋଇଥାଏ।
/odishatv-khabar/media/post_attachments/wp-content/uploads/2019/10/3.jpg)
ଓଟ୍ସ- ସାଧାରଣତଃ ସମସ୍ତେ ଓଟ୍ସକୁ ସକାଳେ ବ୍ରେକ୍ ଫାଷ୍ଟରେ ଖା’ନ୍ତି। ତେବେ ଆପଣ ଏହାକୁ ରାତିରେ ଖାଇବା ଅଭ୍ୟାସ କରନ୍ତୁ। କାରଣ ଏଥିରେ ଥିବା ମେଲାଟୋନିନ ଶରୀରକୁ ରିଲାକ୍ସ କରିଥାଏ, ଯାହାଦ୍ୱାରା ଭଲ ନିଦ ହୋଇଥାଏ।
ବାଦାମ- ପିସ୍ତା ପରି ବାଦାମକୁ ରାତିରେ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ। ଏଥିରୁ ମିଳୁଥିବା ଟ୍ରାଇପ୍ଟୋଫେନ୍ ଏବଂ ମ୍ୟାଗ୍ନେସିୟମ ଶରୀରକୁ ଆରମ୍ ଦେଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/65547789877_1625929015.jpg)
/odishatv-khabar/media/post_attachments/wp-content/uploads/2019/10/2.jpg)
/odishatv-khabar/media/post_attachments/wp-content/uploads/2019/10/4.jpg)