eye
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଆଖି ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରିଥାଏ। ଆମେରିକାର ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍ର ବୈଜ୍ଞାନିକମାନେ ଗବେଷଣା କରି କହିଛନ୍ତି ଯେ ଆଖିର ଏସିଇ-୨ (ACE-2)ରିସେପ୍ଟର ମାଧ୍ୟମରେ ଏହି ଭାଇରସ ଶରୀରକୁ ପ୍ରବେଶ କରିଥାଏ।
ଶରୀରର କୋଷଗୁଡ଼ିକରେ ସଂକ୍ରମଣ ପାଇଁ ACE-2 ରିସେପ୍ଟରଗୁଡ଼ିକୁ 'ଗେଟୱେ' ଭାବରେ ବିବେଚନା କରାଯାଇଥାଏ। ଭାଇରସ ଶରୀରକୁ ଏହା ମାଧ୍ୟମରେ ସଂକ୍ରମଣ କରିଥାଏ। ଫୁସଫୁସ୍, ଶ୍ୱାସକ୍ରିୟା ବ୍ୟତୀତ ଶରୀରର ଅନ୍ୟ ଅଙ୍ଗରେ ACE-2 ରିସେପ୍ଟର ନିଜର କାୟାକୁ ମଧ୍ୟ ବିସ୍ତାର କରିଥାଏ।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯଦି କୌଣସି ବ୍ୟକ୍ତିର କଫ ଓ ଛିଙ୍କିବା ଦ୍ୱାରା ପାଟିରୁ ବାହାରୁଥିବା ଲାଳ ଅନ୍ୟ ବ୍ୟକ୍ତଙ୍କ ଆଖିର ପୃଷ୍ଠରେ ପହଂଚିଥାଏ। ଯାହାଫଳରେ ଭାଇରସ ଶରୀରରେ ପ୍ରବେଶ କରିଥାଏ। ଯାହାଫଳରେ ଆଖି ନାଲି ପଡିବାର ଲକ୍ଷଣ ଦେଖାଯାଇଥାଏ।
ବୈଜ୍ଞାନିକମାନେ କହିଛନ୍ତି ଯେ ଆଖିର ଲୁହରେ ମଧ୍ୟ କରୋନା ଭାଇରସ ବ୍ୟାପିଥାଏ ବୋଲି କହିଛନ୍ତି। ଲିଙ୍ଗଲି ଜୋଙ୍କ ନେତୃତ୍ୱରେ ଜନ୍ ହପକିନ୍ସ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସନ୍ର ବୈଜ୍ଞାନିକମାନେ କରୋନା ଭାଇରସ ଆଖି ଦ୍ୱାରା କିପରି ବ୍ୟାପିଥାଏ ସେହି ବିଷୟରେ ଗବେଷଣା କରିଥିଲେ।
ବୈଜ୍ଞାନିକମାନେ ACE-2 କୁ ବୁଝିବା ପାଇଁ କରୋନାରେ ମୃତ୍ୟୁ ହୋଇ ନ ଥିବା ୧୦ ଜଣ ମୃତକଙ୍କ ଆଖିକୁ ଆଣି ଗବେଷଣା କରିଥିଲେ। କରୋନା ଭାଇରସ ଆଖି ଦ୍ୱାରା ଶରୀରରେ ବ୍ୟାପିଥିବା ହେତୁ ବୈଜ୍ଞାନିକମାନେ ଏନେଇ ଗବେଷଣା ଆରମ୍ଭ କରିଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ ସଂକ୍ରମଣର ପ୍ରାୟ ୨୧ ଦିନ ପରେ ଜଣେ ମହିଳାଙ୍କ ଆଖିରେ ଏହି ଭୂତାଣୁ ଦେଖିବାକୁ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/eye_1626693677.jpg)